ଅଜିତ ପଣ୍ଡାକୁ ପୁଣି ଥରେ ମହାନଗର ଯୁବ ବିଜେଡ଼ି ସଭାପତି ଦାଇତ୍ୱ ,ସଭାପତିଙ୍କ ସମେତ ୩୫ଜଣ ନୂତନ କର୍ମକର୍ତ୍ତାଙ୍କୁ ମହାନଗର ଯୁବ ବିଜେଡି ଦାଇତ୍ୱ

Spread the love

ବ୍ରହ୍ମପୁର,୨୧/୧/୨୩/ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ଅନୁମୋଦନ କ୍ରମେ ନୂତନ ଯୁବ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି କ୍ରମରେ ଅଜିତ କୁମାର ପଣ୍ଡାଙ୍କୁ ପୁଣି ଥରେ ବ୍ରହ୍ମପୁର ମହାନଗର ଯୁବ ବିଜେଡ଼ି ସଭାପତି ଭାବେ ଦାଇତ୍ଵ ପ୍ରଦାନ କରାଯାଇଛି। ସେ ଜଣେ ଉତ୍ତମ ସଂଗଠକ ସହ ପରିଚିତ ଚେହେରା । ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବ୍ରହ୍ମପୁର ମହାନଗର କମିଟିରେ ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏହି ମହାନଗର କମିଟିରେ ଜଣେ ସଭାପତି , ୫ଜଣ ଜିଲ୍ଲା ଉପସଭାପତି,୮ ଜଣ ସାଧାରଣ ସମ୍ପାଦକ, ୧ ଡିଜିଟାଲ ସମ୍ପାଦକ ,୨୦ ଜଣ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି । ସଭାପତି ପଦରେ ଅଜିତ କୁମାର ପଣ୍ଡା,୫ଜାଣିଆ ଉପସଭାପତିରେ ଉପସଭାପତି ପଦରେ ଏମ ତେଜେଶ୍ୱର୍ ସ୍ବାମୀ,କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି , ବି.ଦୁର୍ଗା ରାଓ, ରାଜେଶ୍ୱର୍ ବେହେରା, ଏସ୍.ଏ ଖଲ୍ଲିଲଙ୍କ ସମେତ ୮ ସାଧାରଣ ସମ୍ପାଦକ ଭାବେ
ତାପସ ସାହୁ,କର୍ପୋରେଟର ଅଶ୍ଵିନୀ ପଟ୍ଟନାୟକ, ମୁନା ରେଡ୍ଡୀ, ଭଗବାନ ସାହୁ, ଟି.ଶ୍ରୀନିବାସ, ନୀଳାଚଳ ବିଷୋୟୀ, ଆର୍.କାଶୀ, ସିମାଞ୍ଚଳ ସାହୁ ,ଡିଜିଟାଲ ସମ୍ପାଦକଭାବେ ମଧୁସୂଦନ ସାହୁ ଏବଂ ୨୦ ଜଣ ସମ୍ପାଦକଙ୍କୁ ମହାନଗର ଯୁବ ବିଜେଡ଼ି ଦାଇତ୍ୱ ଦିଆଯାଇଛି । ନୂତନ ଭାବେ ଦାଇତ୍ଵ ଗ୍ରହଣ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ନୂତନ କମିଟି ଫଳରେ ଯୁବ ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ବୃଦ୍ଧି ପାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି। ନୂତନ କର୍ମକର୍ତ୍ତାମାନେ ଖୁସି ବ୍ୟକ୍ତ ହୋଇ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାହା ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟରଙ୍କୁ ସେମାନେ କୃତଜ୍ଞତା ଜଣାଇବା ସହ ମିଳିଥିବା ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇବୁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *