ବ୍ରହ୍ମପୁରରେ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ।
ବ୍ରହ୍ମପୁର-(ପିବିନ୍ୟୁଜ)-ଚଳିତ ମାର୍ଚ୍ଚ ମାସ 5ତାରିଖରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ନାଟକ ସ5ରୁମାରୋହ ସମିତି ତରଫରୁ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେଉଥିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ନାଟକ ସମାରୋହର ସଭାପତି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି । ବ୍ରହ୍ମପୁର ଗଂଜାମ କଳାପରିଷଦ ସ୍ଥିତ ଉତ୍କଳ ଆଶ୍ରମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ପ୍ରକାରେ ମାର୍ଚ୍ଚ 5ତାରିଖ ଉଦଘାଟନ ଦିବସରେ ଖୋର୍ଦ୍ଧା ଇନ୍ଦ୍ରଧନୁ ଥିଏଟର ସଂସ୍ଥାର ନାଟକ”କୂଳବଧୁ” , ଦ୍ଵିତୀୟ ଦିବସରେ ସମ୍ବଲପୁର ସ୍ୱର ନାଟ୍ୟସଂସ୍ଥା ତରଫରୁ ନାଟକ”କାରୁବାକି”,ତୃତୀୟ ଦିବସରେ ରାଉରକେଲା ସସ୍ୱସ୍ତି ଝଙ୍କାର ତରଫରୁ ନାଟକ” ବିଶ୍ୱାସର ଆତ୍ମଲିପି”,ଚତୁର୍ଥ ଦିବସରେ ପାରାଦ୍ୱୀପ କ୍ୟାନମାସ ତରଫରୁ ନାଟକ “ମିଥ୍ୟାବାଦୀ ଜିନ୍ଦାବାଦ”,ପଞ୍ଚମ ଦିବସରେ ଭୁବନେଶ୍ୱର ବିଦ୍ୟା କନକ ସୃଜନାନୁଷ୍ଠାନ ତରଫରୁ ନାଟକ”ମାଗୁଣିର ଶଗଡ଼” ଏବଂ ମହୋତ୍ସବର ଶେଷ ନାଟକ ଭାବେ ବାଲେଶ୍ୱର ସ୍ରଷ୍ଟା ନାଟ୍ୟସଂସ୍ଥା ତରଫରୁ ନାଟକ “ପରିଚୟ” ମଂଚସ୍ଥ ହେବ । ପ୍ରତିଦିନ ନାଟକ ପୂର୍ବରୁ ଲୋକକଳା, ଲୋକନୃତ୍ୟ,ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ଓ ସମ୍ବର୍ଦ୍ଧନା ଅନୁଷ୍ଠିତ ହେବ ଏବଂ ନାଟକ ଶେଷରେ ପ୍ରତ୍ୟେକ ରାତ୍ର ନାଟକ ପରେ ଦର୍ଶକଙ୍କ ପାଇଁ ନାଟକ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଆୟୋଜିତ ଏହି ନାଟକ ମହୋତ୍ସବକୁ ବ୍ରହ୍ମପୁର କଳାକାର ଏକତା ମଂଚ ସହଯୋଗ କରୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ନାଟକ ସମାରୋହର ସମିତିର ଉପଦେଷ୍ଟା ଇଂ.ଯାମିନି କାନ୍ତ ଦାସ ,ଉପସଭାପତି କୈଳାସ ପାଣିଗ୍ରାହୀ,ଇଂ.ସନ୍ୟାସୀ ମହାରଣା,ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ , ସମ୍ପାଦକ ରାଜଗୋପାଳ ପାଢ଼ୀ, ପ୍ରମୁଖ ମଂଚାସୀନ ରହିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ଯରେ ଭବାନୀ ଶଙ୍କର ମିଶ୍ର, ମଦନ ମିଶ୍ର,ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ,ଆରତୀ ପାତ୍ର,ଜୟନ୍ତୀ ମିଶ୍ର,ସରୋଜ ପଣ୍ଡା,ଗିରିଜା ଶଙ୍କର ଦାସ,ସୁବାସ ସାହୁ,ନବୀନ ହୋତା ,କାର୍ତ୍ତିକ ପାଣିଗ୍ରାହୀ, ସୁନିଲ ସ୍ୱାଇଁ,ସିଏଚ. ଦେବଦାସ,ରାମେଶ୍ୱରୀନନ୍ଦ, ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।
