ଇଶା ଭିଜନ ଆନୁକୂଲ୍ୟରେ ବୁଢ଼ୀ ଠାକୁରାଣୀ ଭଜନ ଲୋକାର୍ପିତ।
ବ୍ରହ୍ମପୁର: (ପୀବିନ୍ୟୁଜ)ବିଶ୍ୱପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଦୁଇବାର୍ଷିକ ଯାତ୍ରା ଅବସରରେ ଇଶା ଭିଜନ ତରଫରୁ ଏକ ଠାକୁରାଣୀ ଭକ୍ତି ସଙ୍ଗୀତ ମୋ ମାଁ ବୁଢୀଠାକୁରାଣୀ ଲୋକର୍ପିତ ହୋଇଯାଇଛି। ବ୍ରହ୍ମପୁର ଦେଶୀ ବେହେରା ସାହି ସ୍ଥିତ ମାଁ ବୁଢ଼ୀଠାକୁରାଣୀ ଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ଇଶା ଭିଜନ ଚ୍ୟାନେଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ଏହି ଭଜନର ପ୍ରଯୋଜକ ନିର୍ଦ୍ଦେଶକ ଡ଼ଃ. ସନ୍ୟାସୀ ମହାରଣା, ଏହି ଗୀତର ମାର୍ଗଦର୍ଶକ ଇଂ. ଅଭୟେନ୍ଦୁ ଶେଖର ପଟ୍ଟନାୟକ, ସମୀର ଆଚାର୍ଯ୍ୟ, ଅନିଲ କୁମାର ପାତ୍ର, ବଦ୍ରୀ ନାରାୟଣ ନାୟକ, ଦୁଇଜଣ ସହ ପ୍ରଯୋଜକ ମିହିର କୁମାର ପାଣିଗ୍ରାହୀ, ରାମେଶ୍ୱରୀ ନନ୍ଦ, ନୃତ୍ୟ ନିର୍ଦ୍ଦେଶକ ଦାଇତ୍ୱରେ ଥିଲେ ଓଡିଶୀ ନୃତ୍ୟାୟନ ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ଶିବରାମ ବାରିକ, ଚିତ୍ରୋତ୍ତଳନ ଓ ସମ୍ପାଦନା ପ୍ରମୁଖ ଅମିତ କୁମାର ସାହୁ, ଟିକିରି ବେହେରା, ମୁଖ୍ୟ ବ୍ୟବସ୍ଥାପକ ଅନିଲ କୁମାର ଚୌଧୁରୀ, ଅଭିସିକ୍ତା ଦାସ ପଣ୍ଡିତ ସୁଶାନ୍ତ କୁମାର ପଣ୍ଡା, ଦିଲୀପ ମହାରଣା, ଅଙ୍କିତ ମହାରଣା, ପ୍ରତାପ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ତେତେ ଚଳିତ ବର୍ଷର ମୋ ମାଁ ବୁଢୀଠକୁରାଣୀ ଙ୍କ ଗୀତକୁ ରଚନା କରିଛନ୍ତି ଓଡ଼ିଶାର ବରଣ୍ୟେ ଗୀତିକାର ଶ୍ରୀ ଅରୁଣ ମନ୍ତ୍ରୀ ସଂଗୀତରେ ସଜେଇଛନ୍ତି ବିଭୁ ପ୍ରସାଦ ନନ୍ଦ ଓ ଗୀତକୁ ଗାଇଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ଅଶୀମା ପଣ୍ଡା। ତେବେ ବିଗତ ଯାତ୍ରା ଅବସରରେ ଉନ୍ନମୋଚିତ ଗୀତ ମାଁ ଲୋ ବୁଢ଼ୀଠାକୁରାଣୀ ଭଳି ଚଳିତ ବର୍ଷର ଗୀତ ମଧ୍ୟ ମାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ସହିତ ଲୋକାଦୃତି ଲାଭ କରିବ ବୋଲି ଗୀତର ପ୍ରଯୋଜକ ତଥା ନିର୍ଦ୍ଦେଶକ ଶ୍ରୀ ମହାରଣା ଆଶା ବ୍ୟକ୍ତ କରିଛନ୍ତି।
