ଉତ୍କଳ ଆଶ୍ରମ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ଆଶ୍ରମ ନ୍ୟାସର ମିଳିତ ଉଦ୍ୟମରେ ବିଷୁବ ମିଳନ ଉତ୍ସବ ପାଳିତ ।
ବ୍ରହ୍ମପୁର – (ମାନିସ) ଉତ୍କଳ ଆଶ୍ରମ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ଆଶ୍ରମ ନ୍ୟାସର ମିଳିତ ଉଦ୍ୟମରେ ବିଷୁବ ମିଳନ ଉତ୍ସବ ପାଳିତ ହୋଇଥିଲା ।
କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରୂପେ ମେଜର ରମାରମଣ ପାତୀ, ସମ୍ମାନୀତ ଅତିଥି ରୂପେ କୃଷ୍ଣଚ଼ନ୍ଦ୍ର ସିଂ, ଡ଼. ଲମ୍ବୋଦର ପାଣିଗ୍ରାହୀ, ଡ଼.ଉତ୍ତମା ଜେନା ଯୋଗଦେଇ ଓଡ଼ିଆ ନବବର୍ଷ ଓ ବିଷୁବ ସଂକ୍ରାନ୍ତି ପାଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
କଳିଙ୍ଗ ସାହିତ୍ୟ ସମାଜର ମୁଖପତ୍ର କଳିଙ୍ଗର ସ୍ୱର ଉନ୍ନୋଚ଼ନ କରାଯାଇଥିଲା lଉକ୍ତ ଉତ୍ସବରେ ଡ଼ .ବୃଷକେତୁ ଦାଶଙ୍କ ଦୁଇଟି କବିତା ସଂକଳନ ପୁଅ ତୁ ଗାଆ ସେ ଗୀତ, ମତେ ସତ ତତେ ମିଛ ସଂକାଳନ କୁ ଅତିଥିଗଣ ଉନ୍ନୋଚ଼ନ କରିଥିଲେ l
ବିଷୁବ ମିଳନ ଉତ୍ସବକୁ ଡ଼.ଶରତ କୁମାର ଯେନା ଓ ଡ଼ ସଂଜୟ କୁମାର ପଣ୍ଡା ସଂଯୋଜନା କରିଥିଲେ ।ଦୀନବନ୍ଧୁ ଶ୍ରୀ ପଲ୍ଲବ , ନଳିନୀ କୁମାର ଗୌଡ଼, ସହଯୋଗ କରିଥିଲେ । ସୁଶ୍ରୀ ଶ୍ରଦ୍ଧା ରାୟଗୁରୁଙ୍କ ଦ୍ବାରା ଓଡ଼ିଶାୀ ନୃତ୍ୟ ପରିବେଷିତ ହୋଇଥିଲା ।
ପ୍ରଥମ ଅଧିବେଶନ ରେ ଗଞ୍ଜାମ ଜିଲ୍ଲାର କଳାକାରମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସମାରୋହ ଅନୁଷ୍ଠିତ ହେଇଥିଲା। ଗଞ୍ଜାମ ଫାଇନ୍ ଆର୍ଟସ୍ ଉତ୍କଳ ଆଶ୍ରମ ଏବଂ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସମାରୋହ ରେ ବର୍ଷିୟାନ ୧୦୭ ବର୍ଷ ବୟସ୍କ ଲୋକ ନୃତ୍ୟ”ଶ୍ରୀ କୃଷ୍ଣ ଲୀଳା” ର ବରିଷ୍ଠ କଳାକାର ଗୁରୁ ଗୋପିନାଥ ସ୍ବାଇଁ, ଅଶି ବର୍ଷ ବୟସ୍କ ଭାରତ ଲୀଳା କଳାକାର ଗୁରୁ ନବଘନ ପରିଡ଼ା ପ୍ରମୁଖ ଙ୍କ ସମେତ କୋଡିଏ ରୁ ଉର୍ଦ୍ଧ୍ୱ କଳାକାର ଙ୍କ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଲାଇନ୍ ଆର୍ଟସ୍ ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ସ୍ଥପତି ସ୍ଥିତଧି ରଥ ଏବଂ କଳିଙ୍ଗ ସାହିତ୍ୟ ସମାଜ ର ସାଧାରଣ ସମ୍ପାଦକ ପ୍ରଫେସର ଶରତ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ବିଷୁବ ମିଳନ ର ଦ୍ବିତୀୟ ଅଧିବେଶନ ସାହିତ୍ୟ ଆସର କବିତା ପାଠୋତ୍ସବ ରେ ବରିଷ୍ଠ କବି ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ସାହିତ୍ୟିକ ଶିକ୍ଷାବିତ ଡ଼ ରମେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
ବିଷୁବ ମିଳନ ର ତାତ୍ପର୍ଯୟ ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଠ କବୟିତ୍ରୀ ତଥା ସଂଯୋଜିକା
ଶ୍ରୀମତୀ ପଦ୍ମିନୀ ମିଶ୍ର ଏବଂ ଅଧ୍ୟାପକ ସୁଜିତ କୁମାର ପଣ୍ଡାଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବିଷୁବ ମିଳନ କାର୍ଯ୍ୟକ୍ରମ ରେ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ନାଟ୍ୟକାର ରବିନାରାୟଣ ବେହେରା, ପର୍ଯ୍ୟଟନ ଭାରତ ର ସମ୍ପାଦକ ନାରାୟଣ ମହାଙ୍କୁଡ଼, ଅନିଲ କୁମାର ପାତ୍ର, ଦୀନବନ୍ଧୁ ଶ୍ରୀପଲ୍ଲବ, ଡ଼ ସୁବ୍ରତ କୁମାର ସାହୁ, ହାଡ଼ିବନ୍ଧୁ ମାଳି, ବିରୁପାକ୍ଷ ଦାଶ ସ୍ଵର୍ଣ୍ଣମୟୀ, ପାଢୀ , ଅନୁପ କୁମାର ମିଶ୍ର,ଡ ହୃଷିକେଶ ପଣ୍ଡା, ସୁଚେତା ପାଣିଗ୍ରାହୀ ଙ୍କ ସମେତ ବହୁ କବି କବୟିତ୍ରୀ କଳାକାର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ସଂଗଠନ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।
