ଲୋକଙ୍କ ସେବାରେ ସମର୍ପିତ ସରକାର ବ୍ରହ୍ମପୁରରେ ଆୟୋଜିତ ହେବ ବିକାଶମେଳା ଓ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା

Spread the love

ଲୋକଙ୍କ ସେବାରେ ସମର୍ପିତ ସରକାର
ବ୍ରହ୍ମପୁରରେ ଆୟୋଜିତ ହେବ ବିକାଶମେଳା ଓ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେକା 
ଛତ୍ରପୁର (ପିବିନୀଉଜ୍) ସରକାର ଗଠନର ଏକବର୍ଷ ଉପଲବ୍ଧିରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ ବିକଶିତ ଓଡିଶା ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗତ ଏକ ବର୍ଷ ମଧ୍ୟରେ କେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଅଛି ତାହାକୁ ଲୋକଲୋଚନରେ ପ୍ରକାଶ କରିବା ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହେଉଛି ବିକାଶ ମେଳା ଏବଂ ବିକାଶ ବାହନଯାତ୍ରା । ସରକାରଙ୍କ ଆଭିମୁଖ୍ୟ ରହିଛି ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣ ଅବଗତ ହେବେ ଏବଂ କେଉଁ ଯୋଜନାରୁ କିଭଳି ଲୋକେ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ହେବ ବିକାଶମେଳା । ଏହି ମେଳାରେ ବିଭିନ୍ନ ଲାଇନ୍ ବିଭାଗ ସମେତ ପଞ୍ଚୟତିରାଜ ବିଭାଗ ପକ୍ଷରୁ ଷ୍ଟଲ ଗୁଡିକ ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ବିଭାଗ ପକ୍ଷରୁ କେଉଁ ସମସ୍ତ ସେବା ପ୍ରଦାନ କରାଯାଉଅଛି ତାହା ଉକ୍ତ ଷ୍ଟଲ ଗୁଡିକରେ ଦର୍ଶାଇ ଦିଆଯିବ । ଏଥି ସହିତ 30 ଗୋଟି ଜିଲ୍ଲାର ମହିଳା ସ୍ବୟଂସହାୟିକା ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ହେବ । ମିଶନ୍ ଶକ୍ତି ମା ମାନଙ୍କ ଦ୍ବାରା ପିଠା ପ୍ରତିଯୋଗିତା ଓ ପ୍ରଦର୍ଶନ ହେବ । ପ୍ରତ୍ୟେକ ଦିନ ଦିନବେଳା ସମୟରେ ବିଭିନ୍ନ ବିଭାଗ ଦ୍ବାରା କର୍ମଶାଳା, ପ୍ରଶିକ୍ଷଣ ଏବଂ ପରାମର୍ଶ ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ପୂର୍ବାହ୍ନରେ ବିଭିନ୍ନ ବିଭାଗ ଦ୍ବାରା କର୍ମଶାଳା, ଆଲୋଚନା ଚକ୍ର ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରି ହିତାଧିକାରୀ ମାନଙ୍କୁ ପରାମର୍ଶ ପ୍ରଦାନ କରାଯିବ । ଏତଦ୍ ବ୍ୟତୀତ ଗଞ୍ଜାମ ଜିଲ୍ଲାର ଲୋକକଳା ବିକାଶ ନିମନ୍ତେ ଜିଲ୍ଲାର ଦଣ୍ଡନାଚ, ପ୍ରହଲ୍ଲାଦ ନାଟକ ସମ୍ପର୍କିତ ଦୁଇ ଦିନ କର୍ମଶାଳା ଆୟୋଜନ କରିବା ନିମିତ୍ତ ବ୍ୟବସ୍ଥା କରାଯାଉଅଛି ।
ଏଥି ସହିତ ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ବିକାଶ ବାହନ ଯାତ୍ରା ଭଳି ଗଞ୍ଜାମ ଜିଲ୍ଲାରେ ଭ୍ରମଣ କରିବ ବିକାଶ ବାହନ । ଏହି ବାହନଟି ଜିଲ୍ଲାର 503 ଗୋଟି ପଞ୍ଚାୟତକୁ ପରିଭ୍ରମଣ କରି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିବ । ପଞ୍ଚାୟତରେ ପ୍ରଚାର ପ୍ରସାର ସମୟରେ ବିଭିନ୍ନ ବିଭାଗର ଜନହିତକର ସେବା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଅଛି । ଚିକିତ୍ସା ବିଭାଗ ଦ୍ବାରା ମାତୃ ଯୋଜନାର କାର୍ଡ ଆବଣ୍ଟନ ହେବ । ଆଧାରକାର୍ଡ ପଞ୍ଜିକରଣ, ରାଜସ୍ବ ପଟ୍ଟା ପ୍ରଦାନ , କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଜ୍ୟୋତି ଯୋଜନାର ଆବେଦନ ପ୍ରକ୍ରିୟା ସଚେତନତା ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ଅନ୍ତୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଜବକା୍ର୍ଡ ବଣ୍ଟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ରାସନ୍ କାର୍ଡ ଯୋଗାମ, ଉଜ୍ଜଳା , କୃଷି ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ କିଷାନ ଯୋଜନା, ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ବାସିନ୍ଦା, ଉତ୍ତରାଧିକାରୀ ପ୍ରମାଣ ପତ୍ର, ଆୟ, ଜାତିଗତ ପ୍ରମାଣ ପତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା, ସିକିଲସେଲ୍, ଯକ୍ଷ୍ମା, ଆନିମିଆ ରୋଗର ଚିହ୍ନଟ, ଔଷଧ ସିଞ୍ଚନ କରାଯାଇଥିବା ମଶାରୀ ବଣ୍ଟନ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି, ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ପଟ୍ଟା , ମାଧୋସିଂ ହାତଖର୍ଚ୍ଚ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା ସୁଭଦ୍ରା ଯୋଜନା, ମମତା ଯୋଜନା, ମିଶନ୍ ଶକ୍ତି ଦ୍ବାରା ଲକ୍ଷପତି ଦିଦି, ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର ତୋଳାଳୀ କଲ୍ୟାଣ ୟୋଜନା/ଆମ ଜଙ୍ଗଲ ଯୋଜନା, ଯୋଗ୍ୟ ବିବେଚିତ ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଦାନ କରାଯାଇ ସେମାନେ କିଭଳି ଆତ୍ମନିର୍ଭରଶୀଳ ହେବେ ସେଦିଗରେ ସଚେତନତା କରାଯିବ । ଅର୍ଥ ବିଭାଗ ଦ୍ବାରା ଜନଧନ ଆକାଉଣ୍ଟ ଖୋଲିବା, ହସ୍ତତନ୍ତ ଓ ବୟନ ଦ୍ବାରା ବୁଣାଳୀ ମାନଙ୍କୁ ପେନସନ୍ ଯୋଜନା, ଶ୍ରମ ଓ କର୍ମଚାରୀ ବୀମା ଯୋଜନା ଦ୍ବାରା ଶ୍ରମ କାର୍ଡ , ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଏମ୍ଏସ୍ଏମ୍ଇ ଦ୍ବାରା ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା, କୋଅପରେସନ୍ ଦ୍ବାରା କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ପ୍ରତି ପଞ୍ଚାୟତରେ ବ୍ଲକ୍ କଳା ସାଂସ୍କୃତିକ ସଂଘ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କରାଯିବ ।
ଏଥିଘେନି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଇନ୍ ବିଭାଗୀୟ ସମସ୍ତ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *