ଶ୍ରୀକାକୁଲମ ନିକଟରେ ସଡ଼କ ଦୁର୍ଘଟଣା ; ବାପା, ଝିଅ ସମେତ ୩ମୃତ

Spread the love
ବ୍ରହ୍ମପୁର(ମାନିସ)ଶ୍ରୀକାକୁଲମ ଜିଲ୍ଲା କୋଟାବମାଲୀ ମଣ୍ଡଳ ଉଥାଲାପାଡୁ ନିକଟରେ ଜାତୀୟ ରାଜପଥ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଗଞ୍ଜାମ ଜିଲ୍ଲାର ବାପା, ଝିଅଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚିକିଟୀ ବ୍ଲକ ମଇସାନପୁର ଗ୍ରାମର ସୁଶାନ୍ତ ସାବତ(୫୨), ଝିଅ ସନ୍ତୋଷୀ ସାବତ(୩) ଓ ଗେଟ୍ ବଜାର ଅଞ୍ଚଳର ଗୋକୁଳ ପଣ୍ଡା(୩୩)।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମଇସାନପୁର ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ୨ଟି ବୋଲେରୋ ଗାଡ଼ି ବାହାରିଥିଲା। ଦୁଇ ଗାଡ଼ିରେ ୧୫ରୁ ଅଧିକ ଜଣ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ ପାଇଁ ଯାତ୍ରା ଆରମ୍ଭ କରିଥିଲେ। ସେଥିରେ ସୁଶାନ୍ତ ସାବତଙ୍କ ସମେତ ତାଙ୍କ ଝିଅ ସନ୍ତୋଷିନୀ ଓ ଅନ୍ୟମାନେ ରହିଥିଲେ। ସେହିପରି ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ଗୋକୁଳ ପଣ୍ଡା ମଧ୍ୟ ତାଙ୍କ ସହ ଯାତ୍ରା କରୁଥିଲେ। ମଙ୍ଗଳବାର ଭୋର ଶ୍ରୀକାକୁଲମ ଜିଲ୍ଲା କୋଟାବମାଲୀ ମଣ୍ଡଳ ଉଥାଲାପାଡୁ ନିକଟରେ ଜାତୀୟ ରାଜପଥ କଡ଼ରେ ଗାଡ଼ିକୁ ରଖିଥିଲେ । ବୋଲେରୋ ଗାଡିରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ତଳକୁ ଓହ୍ଲାଉଥିଲେ।
ଏହି ସମୟରେ ପଛରୁ ଆସୁଥିବା ଆଉ ଏକ ଗାଡି ବୋଲେରୋ ଉପରେ ମାଡି ଯାଇଥିଲା। ଫଳରେ ବହୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ଜାତୀୟ ରାଜପଥ କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାକୁ ନେଉଥିଲେ। ଏହି ସମୟରେ ମଇସାନପୁରର ସୁଶାନ୍ତ ସାବତ, ଝିଅ ସନ୍ତୋଷୀ ଓ ବ୍ରହ୍ମପୁର ଗେଟ୍ ବିଜାର ଅଞ୍ଚଳର ଗୋକୁଳ ପଣ୍ଡାଙ୍କ ମୁତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଘଟଣାରେ ଅନ୍ୟ ୭ଜଣ ଆହତ ଶ୍ରୀକାକୁଲମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଏଥିପାଇଁ  ଓଡ଼ିଶା ସରକାର ତରଫରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚିକିଟି ବ୍ଲକର ୩ଜଣଙ୍କ ପାଇଁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ୪ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ। ଚିକିଟି ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଘଟଣା ନେଇ ଫୋନ୍ ଯୋଗେ  ଜଣାଇ ଥିଲେ। ଓ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *