ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ ।

Spread the love

ଭୁବନେଶ୍ବର:(ପିବୀନ୍ୟୁଜ) ଗତ କାଲି ସ୍ଥାନୀୟ ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟ, ୟୁନିଟ -୩, ଖାରବେଳ ନଗରର ନବମ ଶ୍ରେଣୀ ଛାତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ପିଲାମାନଙ୍କ ପାଇଁ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୌତୁହଳଭିତ୍ତିକ କାର୍ଯ୍ୟକ୍ରମ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥ‌ିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ମହାନ୍ତି ପୌରୋହିତ୍ୟ କରିଥିଲେ ଓ ପ୍ରଫେସର ସବିତା ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଧ୍ଯକ୍ଷା ମହୋଦୟା ଛାତ୍ରୀମାନଙ୍କୁ ଅଭିଭାଷଣ ମାଧ୍ୟମରେ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ସ୍ବପ୍ନାରାଣୀ ସାମନ୍ତରାୟ ଓ ସହକାରୀ ପ୍ରଫେସର ସୁଶ୍ରୀ ରେଖାରାଣୀ ଗୁପ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ମୁଖ୍ୟ ଡ. ସ୍ବପ୍ନାରାଣୀ ସାମନ୍ତରାୟ ସ୍ବାଗତ ଅଭିଭାଷଣ ଓ ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜୀବ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଐଶ୍ବର୍ଯ୍ୟା ସ୍ବାଇଁ ସଂଯୋଜନା କରିଥିଲେ। ଏହି ଅବସରରେ ବିଜ୍ଞାନ ଓ କଳା ବିଭାଗର ସମସ୍ତ ସହକାରୀ ପ୍ରଫେସର ସମ୍ପୂର୍ଣ ସହଯୋଗ କରିଥିଲେ। ବହୁ ସଂଖ୍ୟକ ବି.ଏଡ୍ ଛାତ୍ରୀ ଏବଂ ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଂଶଗ୍ରହଣ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲା। ଶେଷରେ ସହକାରୀ ପ୍ରଫେସର ସୁଶ୍ରୀ ରେଖାରାଣୀ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *