ସ୍କୁଲ ଅଫ୍ ଏଡୁକେସନ (ଏସ.ଓ.ଇ) ର “କଳାକୃତି ପ୍ରଦର୍ଶନୀ” ଆୟୋଜିତ

Spread the love

ବ୍ରହ୍ମପୁର:(ପିବିନ୍ୟୁଜ୍)୩୧/୦୧/୨୦୨୩ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସ୍କୁଲ ଅଫ୍ ଏଡୁକେସନ (ଏସ.ଓ.ଇ) ରେ ମଙ୍ଗଳବାର “କଳାକୃତି ପ୍ରଦର୍ଶନୀ” ଆୟୋଜିତ ହୋଇଥିଲା। ଏହି କାର୍ଯକ୍ରମ କୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତଥା ସମ୍ମାନିତ ଅତିଥି ରୂପେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଉପ କୁଳସଚିବ ଡ଼ଃ ବାବୁଜୀ ସାମଲ , ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ ତଥା ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଏହି କାର୍ଯକ୍ରମ କୁ ପ୍ରଶଂସା କରିଥିଲେ ଏଥି ସହିତ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ମଧ୍ୟ ହସ୍ତକର୍ମ କୁ ଉପଭୋଗ କରିବା ସହିତ ଶିଖିବାର ଅନୁଭୂତି ନେଇଥିଲେ। ଏହି କାର୍ଯକ୍ରମ ରେ ବିଭାଗ ର ଛାତ୍ର ଛାତ୍ରୀ ମାନେ ଅଦରକାରୀ ଦ୍ରବ୍ୟ ଯଥା ସୋଲ , କାଚ ବୋତଲ, ଝୋଟ, କାଗଜ, ଶାମୁକା, ସି.ଡି ଇତ୍ୟାଦି କୁ ବିଭିନ୍ନ ରଙ୍ଗ ସାହାଯ୍ୟ ରେ କାରୁକାର୍ଯ୍ୟ କରି ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟ ଗୁଡ଼ିକ କଳା ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଓ ଅଧ୍ୟକ୍ଷ ଡ଼ଃ ଶରତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହିତ ସ୍କୁଲ ଅଫ୍ ଏଡୁକେସନ ପକ୍ଷରୁ ସୁଚରିତା ରାଉତ, ମୂର୍ତ୍ତି ରାଜଶିବା ରାଓ, ଉଷାରାଣୀ ଦାଶ, ମୈତ୍ରୀ ପାଢ଼ୀ, ପ୍ରଦ୍ୟୁମ୍ନ ରାଉତ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *