କ୍ରାନ୍ତି ତରଫରୁ ବିଶ୍ଵ କର୍କଟ ଦିବସରେ ପାଳିତ ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭାରତ ସମ୍ଭବ

Spread the love

ବ୍ରହ୍ମପୁର,(ପିବିନ୍ୟୁଜ୍ ) : ବିଶ୍ଵ କର୍କଟ ଦିବସ ଅବସରରେ ସଚେତନା ଜାରି ରହିଲେ କର୍କଟ ମୁକ୍ତ ଭାରତ ସମ୍ଭବ ହେବ ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବା ପାଇଁ ବ୍ରହ୍ମପୁର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳପଡ଼ିଆ ଠାରୁ ଏକ ବିଶାଳ ଗଣ ପଦଯାତ୍ରା ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନର ଶିଶୁ ଯୁବକ ଯୁବତୀମାନଙ୍କୁ ନେଇ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ଦ୍ବାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇ ସହରର ବିଭିନ୍ନ ରାସ୍ତା ପରିକ୍ରମା କରି କର୍କଟ ରୋଗର ଭୟାବହତା ବିଷୟରେ ସଚେତନତା କରାଇଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷକ ଡଃ ସରଭେନ୍ ବିବେକ ଏମ୍, ବି.ଏମ୍.ସି. ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ, ଏସ୍.ଏମ୍.ଆଇ.ଟି. ସଭାପତି ଡଃ. ଭଗବାନ ଗନ୍ତାୟତ, କର୍ପୋରେଟର୍ ସଞ୍ଜିତ କୁମାର ପାଣିଗ୍ରାହୀ, କିଟ୍‌ର ସମ୍ପାଦକ ସନ୍ତୋଷ କୁମାର ଜେନା, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ, ଏକାଡ଼େମୀ ଅଫ୍ ଟେକ୍ନୋକ୍ରାଫ୍ଟ ନିର୍ଦ୍ଦେଶକ ଦୀପକ କୁମାର ଦାସ ଓ ସମାଜସେବୀ ପ୍ରଣବ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ବିଶ୍ଵ କର୍କଟ ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ସଚେତନ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡଃ. ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ ସଚେତନତା ସଭା ଓ ପଦଯାତ୍ରାରେ ସେ ଜଣେ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ କର୍କଟ ରୋଗର ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଠିକ୍ ସଚେତନତା ନଥିବାରୁ ଏହି ରୋଗରେ ପୀଡ଼ିତ ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ ଭାବି ନିଅନ୍ତି ଏବଂ ପ୍ରତ୍ୟେକ ବର୍ଷ ଏହି କର୍କଟ ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥୁରୁ ଜଣେ ରୋଗୀ ବଞ୍ଚିପାରିବ ଏବଂ ରୋଗକୁ ଡରନ୍ତୁ ନାହିଁ – ଡରାନ୍ତୁ ବୋଲି ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି । ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭାରତବର୍ଷ ସମ୍ଭବ ବୋଲି ଡଃ ଦାଶ ଦୃଢ଼କ୍ତି ପ୍ରକାଶ କରିଛନ୍ତି । ଏହି lଗଣପଦଯାତ୍ରାରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ, ସ୍ଵେଚ୍ଛାସେବୀମାନଙ୍କ ସହ ଆଇଏସ୍‌ଆର୍‌ଡ଼ି, ସାମନ୍ତରାୟ ଏକାଡ଼େମୀ, କେ.ସି. ପବ୍ଲିକ୍ ସ୍କୁଲ, ଖଲିକୋଟ ବିଶ୍ଵବିଦ୍ୟାଳୟ, ଏକାଡ଼େମୀ ଅଫ୍ ଟେକ୍ନୋକ୍ରାଫ୍ଟ, ସିମ୍ସ୍ କଲେଜ, ଏମ୍.ଏ.ଭି., ସରକାରୀ ଆଇ.ଟି.ଆଇ., ରାଜୀବ ମେମୋରିଆଲ୍ ଆଇ.ଟି.ସି., ଏସ୍.ଏମ୍.ଆଇ.ଟି., ସମ୍ରାଟ କଲେଜ, ହୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ କିଡ୍ ଜି ପ୍ଲେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୧୧୦୦ ଛାତ୍ରଛାତ୍ରୀ ଯୋଗ ଦେଇ ପଦଯାତ୍ରାର କର୍କଟ ରୋଗ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଠାନର ସହ ନିର୍ଦ୍ଦେଶକ ସଞ୍ଜୟ କୁମାର ରଥ, ନିର୍ମଳା ଦାଶ, ଦେବରାଜ ରାଉତ, ସରୋଜ କୁମାର ସାହୁ, ସ୍ନିଗ୍ଧା ମହାରଣା, ମନୋଜ କୁମାର ସାହୁ, ଲିଙ୍ଗରାଜ ପଟ୍ଟନାୟକ, ଅରୁଣ ପଟ୍ଟନାୟକ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଆଇଏସ୍‌ଆର୍‌ଡି ଓ ଚାଇଲ୍ଡ ଲାଇନ୍‌ର ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *