ଭୁବନେଶ୍ବରରେ ଫ୍ଲାଟ୍ ଦେବାକୁ କହି ୨କୋଟି ଟଙ୍କା ଠକେଇ ।

Spread the love

ବ୍ରହ୍ମପୁର (ପିବିନ୍ତୁଜ)ଭୁବନେଶ୍ବରରେ ଫ୍ଲାଟ୍ ଦେବାକୁ କହି ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଡାକ୍ତର ଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲେ ଡି. ଉତ୍ତମ କୁମାର(୪୫)। ସେ ଜଣେ ଦାନ୍ତ ଡାକ୍ତର ହୋଇଥିବା ବେଳେ ବଡ଼ବଜାରରେ ତାଙ୍କର ଏକ କ୍ଲିନିକ୍ ରହିଛି। ଏଥିସହ ସେ ଏକ ଘରୋଇ ଡେଭେଲମେଣ୍ଟ କମ୍ପାନିର ପ୍ରୋଜେକ୍ଟ ଡାଇରେକ୍ଟର୍ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନାମରେ ୨୦୨୧ ଅକ୍ଟୋବର୍‌ରେ ବଡ଼ ବଜାର ଥାନାରେ ଏକ ଠକେଇ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା କେସ୍‌ ନଂ୨୦୨/୨୦୨୧ରେ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଅଭିଯୁକ୍ତ ଡାକ୍ତର ଉତ୍ତମକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି । ତାଙ୍କର ୟୁଏମ୍‌ଏସ୍‌ ଡେଭେଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ ସଂସ୍ଥା ରହିଛି, ସେଥିରେ ଅନ୍ୟଦୁଇ ଜଣ ପାର୍ଟନର୍‌ ଥିଲେ। ଉକ୍ତ ସଂସ୍ଥା ମାଧ୍ୟମରେ ଭୁବନେଶ୍ବର ଓ ବ୍ରହ୍ମପୁରରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଗଢ଼ାଯାଇ ଗ୍ରହାକଙ୍କୁ ଯୋଗାଇ ଦିଆଯାଉଥିବା କହିଥିଲେ। ଭୁବନେଶ୍ବରରେ ଏଭଳି ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ଚାଲିଥିବା ବେଳେ ସେଥିରେ ହାଉସିଂ ପ୍ରୋଜେକ୍ଟ ପାଇଁ ଥିବା ସ୍କିମ୍‌ ମାଧ୍ୟମରେ ଗୋଟିଏ ଫ୍ଲାଟ୍‌ ବ୍ୟବସାୟୀଙ୍କୁ ଯୋଗାଇ ଦେବେ, ଏଥିପାଇଁ ୨କୋଟି ଟଙ୍କା ସହ ନୋଟାରି ଆଫିଡେଭିଟ୍ ଓ ପ୍ରତିଶ୍ରୁତିପତ୍ର ଆଦି ପାଇଁ ଅନ୍ୟ ଖର୍ଚ୍ଚ ଲାଗିବ ବୋଲି ଡାକ୍ତର କହିଥିଲେ। ତାଙ୍କ କଥାକୁ ବିଶ୍ବାସ କରି ବଡ଼ ବଜାର ଅଞ୍ଚଳ ଏକ ବ୍ୟବସାୟୀ ଦୁଇ କୋଟି ଟଙ୍କା ଦେଇଥିଲେ। କିନ୍ତୁ ବ୍ୟବସାୟୀଙ୍କୁ ସେ ଫ୍ଲାଟ୍‌ ଦେବା ପରିବର୍ତ୍ତେ ପ୍ରଥମେ ବିଭିନ୍ନ ବାହାନା କରିଥିଲେ। ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଆଜି ଅଭିଯୁକ୍ତ ଡାକ୍ତର ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *