୧୨ଟି ରାଜ୍ୟର ବଦଳିଲେ ରାଜ୍ୟପାଳ, ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ ରାଜ୍ୟପାଳ

Spread the love


ନୂଆଦଲ୍ଲୀ(ପିବିନ୍ୟୁଜ୍)ଭାରତର ମାନ୍ୟବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ଟି ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଆନ୍ଧ୍ରପ୍ରଦେଶରୁ ବଦଳି ଛତିଶଗଡ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ ।
କିଛି ରାଜ୍ୟପାଳଙ୍କ ଇସ୍ତଫା ମଞ୍ଜୁର କରାଯାଇଥିବା ବେଳେ ଆଉ କିଛିଙ୍କୁ ପରିବର୍ତ୍ତନ କରାଯାଇଛି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଇସ୍ତଫାକୁ ମଞ୍ଜୁର କରାଯାଇଛି । ଏହାଛଡା ଅନ୍ୟ ରାଜ୍ୟପାଳଙ୍କ ବଦଳି କରାଯାଇଛି । ସିକିମ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ଝାଡଖଣ୍ଡ, ଆସାମ ଏବଂ ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ଲଦାଖ, ମେଘାଳୟ, ବିହାର, ମଣିପୁର, ନାଗାଲାଣ୍ଡରେ ରାଜ୍ୟପାଳ ବଦଳିଛନ୍ତି । ଦୁଇଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଅନ୍ୟମାନଙ୍କୁ ବଦଳି କରାଯାଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବଦଳିଛନ୍ତି । ତାଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବରେ ନିଆ ନିଯୁକ୍ତି ମିଳିଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ ମିଳିଛି।

Leave a Reply

Your email address will not be published. Required fields are marked *