ଭଞ୍ଜନଗର ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

Spread the love

ଭଞ୍ଜନଗର(ପିବିନ୍ୟୁଜ),୨୦/୦୨ : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ପ୍ରକଳ୍ପ ନିର୍ଦେଶକ କୀର୍ତ୍ତି ଭାସନ ଭି, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଉପସ୍ଥିତ ରହି ସମୁଦାୟ ୨୫୯ ଟି ଅଭିଯୋଗ ପତ୍ର ଗ୍ରହଣ କରି ଶୁଣାଣି କରିଥିଲେ । ବ୍ୟକ୍ତିଗତ ୨୪୭ ଏବଂ ଗ୍ରାମୀୟ ୧୨ ଗୋଟି ଅଭିଯୋଗ ଗ୍ରହଣ କରାଯାଇଛି। ଏଥିରେ ତ୍ୱରିତ ଭାବେ ୧୩ଟି ଅଭିଯୋଗ ସମାଧାନ କରାଯାଇଥିବା ବେଳେ ୧୧ ଜଣଙ୍କୁ ବିଧବା ଭତ୍ତା ପ୍ରଦାନ କରାଯାଇଛି। ଏଥି ସହିତ ଜଣକୁ ହୁଇଲ ଚେୟାର,ରେଡ଼କ୍ରସ ଫଣ୍ଡରୁ ଜଣଙ୍କୁ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗ୍ରହଣ କରାଯାଇଥିବା ଆବେଦନଗୁଡିକର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଏସ.ଡ଼ି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଅନିଲ କୁମାର ପଣ୍ଡା,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀଙ୍କ ସମେତ ପ୍ରତ୍ୟେକ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *