ବିପ୍ଲବୀ ଚନ୍ଦ୍ର ଶେଖର ଆଜାଦଙ୍କ ସହୀଦ ଦିବସ ପାଳନ

Spread the love


ବ୍ରହ୍ମପୁର, (ପୀବିନ୍ୟୁଜ)ତା.27.2.2023ରିଖ ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଆଜି ମହାନ ବିପ୍ଲବୀ, ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ର ଶେଖର ଆଜାଦଙ୍କ 93ତମ ସହୀଦ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l 1906 ମସିହା ଜୁଲାଇ 23ତାରିଖରେ ମଧ୍ୟ ପ୍ରଦେଶ ଭାବ୍ରା ଠାରେ ଚନ୍ଦ୍ର ଶେଖରଙ୍କ ଜନ୍ମ ଓ ତାଙ୍କ ପ୍ରକୃତ ନାମ ଚନ୍ଦ୍ର ଶେଖର ତିୱାରୀ ଅଟେ l ମାତ୍ର 13ବର୍ଷ ବୟସରୁ ଚନ୍ଦ୍ର ଶେଖର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ l ବାପା ପଣ୍ଡିତ ସୀତାରାମ ତିୱାରୀ ଓ ମା ଜାଗରାନୀ ଦେବୀ ଙ୍କ ପୁତ୍ର ଚନ୍ଦ୍ର ଶେଖର ପରବର୍ତ୍ତୀ ସମୟରେ ଆଜାଦ ନାମରେ ପରିଚିତ ହେଲେ l ଏକଦା କୋର୍ଟରେ ବିଚାର ସମୟରେ ନିଜ ନାମ ଆଜାଦ, ବାପାଙ୍କ ନାମ ସ୍ୱତନ୍ତ୍ର ଓ ଠିକଣା ଜେଲ ବୋଲି କହିଥିଲେ l ଭାରତର ଛାତ୍ର ଓ ଯୁବ ବର୍ଗଙ୍କୁ ସ୍ୱାଧୀନତା ସଂଗ୍ରାମକୁ ଆହ୍ୱାନ କରି କହୁଥିଲେ ଯେ, ଦେଶ ମାତୃକା ପରାଧୀନତାର ଶୃଙ୍ଖଳରେ ବନ୍ଦୀ ପଡିଥିବାବେଳେ ଯଦି ଯୁବବର୍ଗଙ୍କ ରକ୍ତ ତାତୁନାହିଁ, ତାହେଲେ ତାହା ରକ୍ତ ନୁହଁ ପାଣି ଅଟେ l ଏଣୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଆଜାଦଙ୍କ ବଳିଷ୍ଠ ଭୂମିକା ଚିର ସ୍ମରଣୀୟ l 1931ମସିହା ଫେବୃଆରୀ 27ତାରିଖରେ ଆଲ୍ଲାହାବାଦ ର ଏକ ପାର୍କରେ ତାଙ୍କୁ ଗିରଫ କରିବା ବ୍ରିଟିଶ ପୋଲିସ ଚାରିଆଡୁ ଘେରାଉ କରିଥିଲା, ଦୀର୍ଘ ସମୟ ଗୁଳି ବିନିମୟ ପରେ ଆଜାଦ ନିଜକୁ ନିଜେ ଗୁଳି କରି ବଳିଦାନ ଦେଇଛନ୍ତି l କାରଣ ଆଜାଦ ସବୁବେଳେ କହୁଥିଲେ ଯେ, ସେ ଆଜାଦ ଓ ଜିଅନ୍ତା ତାଙ୍କୁ ଧରିବା କେବେ ହେଲେ ସମ୍ଭବ ନୁହଁ l ତାଙ୍କର ଏହି ସହିଦତ୍ୱ ସବୁବେଳେ ଅମର ରହିବ ବୋଲି ଆଜିର ସ୍ମୃତିସଭାରେ ମତ ପ୍ରକାଶ ପାଇଥିଲା l ଆଜିର ଏହି ସଭାରେ ସମାଜସେବୀ ଏସ. ସlମ୍ବଶିବା ରାଓ,ବିଜୟ ଚନ୍ଦ୍ର ବିଶୋଇ,ରାମଚନ୍ଦ୍ର ସାହାଣୀ, ସୁରେନ୍ଦ୍ର ନାଥ ପଣ୍ଡା, ଗଗନ ଚନ୍ଦ୍ର ମଲ୍ଲିକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ରବୀନ୍ଦ୍ର କୁମାର ନାୟକ, ସନ୍ତୋଷ କୁମାର ପାତ୍ର,ଦିବାକର ପାତ୍ର, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *