ତାରାତାରିଣୀ ସାହିତ୍ୟ ସଂସଦ ସମ୍ପାଦିକା ଓ ନେତାଜୀ ସାରସ୍ୱତ ମଞ୍ଚ, ବ୍ରହ୍ମପୁର ର ସଭାନେତ୍ରୀ ସୁଜାତା ଶତପଥୀଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ

Spread the love

ବ୍ରହ୍ମପୁର (ପିବି ନ୍ୟୁଜ)ତାରାତାରିଣୀ ସାହିତ୍ୟ ସଂସଦ ସମ୍ପାଦିକା ଓ ନେତାଜୀ ସାରସ୍ୱତ ମଞ୍ଚ, ବ୍ରହ୍ମପୁର ର ସଭାନେତ୍ରୀ ସୁଜାତା ଶତପଥୀଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ
କଳା ବିକାଶ କେନ୍ଦ୍ର କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି l ଓଡ଼ିଶାର କୋଣ ଅନୁକୋଣରୁ କବି , ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ ସାହିତ୍ୟ ମହାସଭାରେ ଦୁଇଟି ଅଧିବେଶନରେ ଅତିଥି ବକ୍ତାମାନେ ଜଗନ୍ନାଥଙ୍କ କିମ୍ବଦନ୍ତୀ, ପାର୍ଶ୍ଵ ଦେବାଦେବୀଙ୍କର କିମ୍ବଦନ୍ତୀ ଏବଂ ନିଜ ଅଞ୍ଚଳର କିମ୍ବଦନ୍ତୀ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଦୁଇଟି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ଅଲେଖ ଚନ୍ଦ୍ର ପରିହରି, ଏବଂ ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଯୋଗଦାନ କରି ଆଧ୍ୟାତ୍ମିକ ସାହିତ୍ୟ ଅଧିକ ସୃଷ୍ଟି କରି ସମାଜକୁ ପରିବର୍ତ୍ତନ କରିବାକୁ ମତ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ଶ୍ରୀମତୀ ବିଦ୍ୟୁତ୍ ପ୍ରଭା ମିଶୁ ଜଗନ୍ନାଥଙ୍କ ଅଲୌକିକ କିମ୍ବଦନ୍ତୀକୁ ବ୍ୟାଖ୍ୟା କରିଥିଲେ । ସମ୍ମାନିତ ଅତିଥି ବାକ୍ତ୍ତ ଭାବେ ଡ଼କ୍ଟର ଉମେଶ ଚନ୍ଦ୍ର ଜେନା, ଗୁରୁ କଲ୍ୟାଣ ମହାପାତ୍ର, ଡାକ୍ତର ଶୁଭ କୁମାର ଦାସ, ଶ୍ରୀମତୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ରାଜ କିଶୋର କିଆଲ,ରବୀନ୍ଦ୍ର ନାଥ ମହାନ୍ତି, ଡ଼କ୍ଟର ଏକାଦଶୀ ପ୍ରଧାନ ମହିମା ଧର୍ମ ଗବେଷକ, ଦେବେନ୍ଦ୍ର ନାଥ ମଝି , ଡାଇରେକ୍ଟର ଆମ୍ବେଦକର ଫାଉଣ୍ଡେସନ, ନୂଆ ଦିଲ୍ଲୀ , ଡ଼କ୍ଟର ଅଭୟ କୁମାର ନାୟକ, କୂଳ ସଚିବ ନାଇଜର , ପଣ୍ଡିତ ନୀଳକଣ୍ଠ ରାଉତ୍, ପଣ୍ଡିତ ସୁରେନ୍ଦ୍ର ନାଥ ତ୍ରିପାଠୀ, ବ୍ୟଙ୍ଗ କୁମୁଦ ସମ୍ପଦ ରଥ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବିଜୟ ଦାସ, ଡଃ ଦିପାୟନ ପଟ୍ଟନାୟକ ଯୋଗଦାନ କରିଥିଲେ । ଅତିଥି ବକ୍ତା ମାନେ ଆଧ୍ୟାତ୍ମିକ ସାହିତ୍ୟଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳର କିମ୍ବଦନ୍ତୀ ଉପରେ ଅନୁଭୂତି ବର୍ଣ୍ଣନା କରିଥିଲେ । ଯୁବ ସମାଜ ଉପରେ ଆଧ୍ୟାତ୍ମିକ ସାହିତ୍ୟର ପ୍ରଭାବକୁ ସୁନ୍ଦର ଭାବେ ଅତିଥି ବକ୍ତା ମାନେ ବ୍ୟାଖ୍ୟା କରିଥିଲେ । ପିଲା ମାନଙ୍କ ଦ୍ଵାରା ପ୍ରଥମ ଓ ଦ୍ଵିତୀୟ ଅଧିବେଶନରେ ବେଦ ପାଠ କରାଯାଇଥିଲା । ନିମନ୍ତ୍ରିତ ଅତିଥି ବକ୍ତା ମାନେ ସେମାନଙ୍କ ସ୍ୱ ରଚିତ ଆଧ୍ୟାତ୍ମିକ ପୁସ୍ତକକୁ ଅତିଥି ମାନଙ୍କୁ ମଞ୍ଚରେ ପ୍ରଦାନ କରିଥିଲା ।ଓଡ଼ିଶାରେ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ପ୍ରଥମ ବୋଲି ଅତିଥି ବକ୍ତାମାନେ ମତ ପୋଷଣ କରିଥିଲେ । ଏହି ଅବସରରେ ସାହିତ୍ୟିକା ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ ଏବଂ ନିରୁପମା କର ମଞ୍ଚ ପରିଚାଳନା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ମହାସଭାରେ ସଭାପତିତ୍ବ କରି ଆଧ୍ୟାତ୍ମିକ ସାହିତ୍ୟ ସମ୍ପର୍କର ସାରାଂଶ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଅବସରରେ ଚାରିଶହ ଜଣ କବି ଓ କବୟିତ୍ରୀ ମାନଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ ଆଧ୍ୟାତ୍ମିକ ଚେତନା ଭିତରେ ସାହିତ୍ୟ ସଂରଚନା ପାଇଁ ପ୍ରଦାନ କରାଯାଇଛି । ଉକ୍ତ ଅବସରରେ ଶ୍ରୀମତୀ ସରୋଜିନୀ ରଥ, ଲଳିତେନ୍ଦୁ ପଲାଉରି, ଦୂର୍ଗାଶିଷ, ଜଗନ୍ନାଥ ବାରିକ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ଉପରେ ମତବ୍ୟକ୍ତ କରିଥିଲେ । ନିରଞ୍ଜନ ମହାନ୍ତି, ନିବାସ ନାୟକ, ସାଗର କୁମାର ସାମନ୍ତରାୟ, ରିକ୍ଷୀରାମ ମେହେର, କମଳିନୀ ଚଣ୍ଡୀ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ । ପଣ୍ଡିତ ସୁରେନ୍ଦ୍ର ନାଥ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *