ଜୟ ଜଗନ୍ନାଥ ମଣିଂ ୱାକର କ୍ଲବ ଓ ପତଂଜଳି ଯୋଗ ସମିତି ତରଫରୁ ଖଲିକୋଟ କଲେଜ ପଡ଼ିଆରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ।

Spread the love

ବ୍ରହ୍ମପୁର(ପିବିନ୍ୟୁଜ)ବନ୍ଧୁଗଣ ଆମର ଜୟ ଜଗନ୍ନାଥ ମଣିଂ ୱାକର କ୍ଲବ ଓ ପତଂଜଳି ଯୋଗ ସମିତି ତରଫରୁ ଖଲିକୋଟ କଲେଜ ପଡ଼ିଆରେ ୨,୩ ଓ ୪ ତାରିଖରେ ୩ଦିନିଆ ଯୋଗ ଶିବିର ଏବଂ ୫ ତାରିଖ ରବିବାର ଦିନ ସ୍ୱଚ୍ଛ ଭାରତ ଅନୁଯାୟୀ ଖଲିକୋଟ କଲେଜ ପଡ଼ିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୋଗ ଗୁରୁ ଡ଼ାକ୍ତର କିରଣ କୁମାର ପାଣିଗ୍ରାହୀଙ୍କ ତତ୍ୟlବଧlନରେ ଅନୁଷ୍ଠିତ ଶିବିରରେ ଜୟ ଜଗନ୍ନାଥ ମଣିଂ ୱାକର କ୍ଲବ ଓ ପତଂଜଳି ଯୋଗ ସମିତିର କର୍ମକର୍ତା ଅଂଶ ଗ୍ରହଣ କରିଥିଲେ l ଖଲିକୋଟ କଲେଜ ପଡ଼ିଆକୁ ପ୍ରତିଦିନ ବହୁ ଜନସାଧାରଣ ବ୍ୟାୟାମ, ୱାକିଂ, ଯୋଗ କରିବାକୁ ଆସୁଥିବାବେଳେ ପଡ଼ିଆଟି ଅପରିଷ୍କାର ହୋଇ ରହିଥାଏ l ଏହାକୁ ଦୃଷ୍ଟିରେ ରଖି ଜୟ ଜଗନ୍ନାଥ ମଣିଂ ୱାକର କ୍ଲବ ଓ ପତଂଜଳି ଯୋଗ ସମିତିର କlର୍ଯ୍ୟକତl ପଡ଼ିଆ ସଫେଇ କରିବା ସହ ସଚେତନତା କରିଥିଲେ l ଖଲିକୋଟ କଲେଜ ପଡ଼ିଆରେ ସର୍ବଦା ମଦ ବୋତଲ, ନମକିନ ଜରି, ପ୍ଲାଷ୍ଟିକ ବୋତଲ ପଡିରହିଥିବା ପରିଲକ୍ଷିତ ହୋଇଛି l ନିଜ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଏଠାକୁ ସମସ୍ତେ ଆସୁଥିବା ବେଳେ ଅପରିଷ୍କାର ପରିବେଶ ସମସ୍ତଙ୍କୁ ବ୍ୟଥିତ କରୁଛି l ଯୋଗ ଶିବିର ଓ ସଫେଇ କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ମଣିଂ ୱାକର କ୍ଲବର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି କାମନା ପାଢୀ, ସମ୍ପାଦକ ନାଗେଶ୍ଵର ପୃଷ୍ଟି, ଯୁଗ୍ମ ସମ୍ପାଦକ ଡ଼ାକ୍ତର କିରଣ କୁମାର ପାଣିଗ୍ରାହୀ, କୋଷଧକ୍ଷ ଡକ୍ଟର ସମିର କୁମାର ନାୟକ, ଉପଦେଷ୍ଟା ରବିନ୍ଦ୍ର ପଣ୍ଡା, ରାମହରି ନାୟକ, ମଙ୍ଗଳୁ ପଣ୍ଡା, ବିଶ୍ଵନାଥ ପଟ୍ଟନାୟକ , ଏ କେ ଜିଲାନ, ଲଡୁ କିଶୋର ପାତ୍ରଙ୍କ ସମେତ ସକ୍ରିୟ ସଦସ୍ୟ ସୁଶାନ୍ତ କୁମାର ପାଢୀ, କେଦାରନାଥ ଜେନା, ମିଟୁ ପତ୍ର, ରମେଶ କୁଣ୍ଡୁ, ନୀରୋଜ ସାହୁ, ଶିବରାମ ପାଣିଗ୍ରାହୀ, ସୁରଜିତ ଭୂୟାଁ, ବସନ୍ତ କର, ଶଙ୍କର ସାହୁ, ରାମା ରାଓ, ବିଦ୍ୟାଧର ପଣ୍ଡା, ପ୍ରଦୀପ ସାହୁ, ବରୁଣ କୁମାର ପାଣିଗ୍ରାହୀ, ପ୍ରଦୀପ ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଓ ସାଧାରଣ ଜନତା ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *