ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଦ୍ବିତୀୟ ଓ ତୃତୀୟ ଦିବସରେ ଅନୁଷ୍ଠିତଓଡିଆ ବକ୍ତୃତା , ଦେଶାତ୍ମବୋଧ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା

Spread the love

ଛତ୍ରପୁର(ପିବିନ୍ୟୂଜ୍) ତା.୦୮.୦୮.୨୦୨୩ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଓଡିଆ ବକ୍ତୃତା , ଦେଶାତ୍ମବୋଧ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ସ୍ବୟଂଶ୍ରୀ ତ୍ରିପାଠୀ , କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ସ୍ଥାନ, ଗାୟତ୍ରୀ ମହାରଣା, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁତିଗୋପାଳପୁର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଓମ୍ ପ୍ରସାଦ ରାଉତ, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଲିପ୍ସାରାଣୀ ଗୌଡ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ଆଶୀଷ କୁମାର ଶତପଥୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କ୍ଷୀରାବ୍ଧୀ ମିଶ୍ର, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ବଦ୍ରୀନାଥ ମିଶ୍ର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ଆର୍. ଧବଳେଶ୍ବର ରେଡ୍ଡୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନୀଲ୍ ପ୍ରଧାନ, ପ୍ରତିଭା ଆବାସିକ ବିଦ୍ଯାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରାଥମିକ ସ୍ତରୀୟ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ ସାଇସ୍ମିତା ଚାନ୍ଦ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, ପୁତିଗୋପାଳପୁର ପ୍ରଥମ ସ୍ଥାନ, ଅଶ୍ବେସା ଅଶ୍ବେସିତା କାର୍ମେଲ କନଭେଣ୍ଟ ସ୍କୁଲ ଦ୍ବିତୀୟ ସ୍ଥାନ ଓ ତନିଷା ନାୟକ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, ପୁତିଗୋପାଳପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ପ୍ରାଥମିକ ସ୍ତରୀୟ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ ନିବେଦୀତା ସ୍ବାଇଁ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ, ସୋନାଲୀ ପ୍ରଧାନ ଓଡିଶା ଆଦର୍ଶ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନୁଜ କୁମାର ପଲାଇ କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଓ ଏମ୍ ମାନସୀ ରେଡ୍ଡୀ, କେନ୍ଦ୍ରୀୟ ବିଦ୍ୟାଳୟ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାରେ କିରଣବାଳା ମିଶ୍ର ସରସ୍ବତି ଶିଶୁ ବିଦ୍ୟାମନ୍ଦିର ପ୍ରଥମ ସ୍ଥାନ,ସୋହମ୍ ପ୍ରିୟା ସାହୁ, କାର୍ମେଲ କନଭେଣ୍ଟ ସ୍କୁଲ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଯୁଗ୍ମ ଭାବେ ସମ୍ବିତ କୁମାର ରଥ, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆୟୁସ୍ମତି ପରିଡା, ଦି ନିୟୁ ଏଜ୍ ୟୁରୋ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Leave a Reply

Your email address will not be published. Required fields are marked *