ବିଶ୍ୱ ହସ୍ତୀ ଦିବସ ପାଳିତ
ବ୍ରହ୍ମପୁର (ପିବିନ୍ୟୂଜ୍):12/08/2023ରିଖ ଶନିବାର, ଆଞ୍ଚଳିକ ବିକାଶ ପରିଷଦ ତରଫରୁ କଳିଙ୍ଗ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସଭାପତି ଜବାହାରଲାଲ ପାତ୍ରଙ୍କ ପୌରହିତ୍ୟରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି l
ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସହାୟକ ବନ ସଂରକ୍ଷକ ମାଣିକେଶ୍ବରୀ ହାଂସଦା ଯୋଗଦେଇ ଥିବା ବେଳେ ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର, ବିଦ୍ୟାଳୟ ସମ୍ପାଦକ ହରି କୃଷ୍ଣ କୋଠିଆ, ବନମାଳୀ ପ୍ରଧାନ,ସର୍ପ ମିତ୍ର ସ୍ୱାଧୀନ ସାହୁ,ଶିକ୍ଷୟତ୍ରୀ ଶର୍ମିଳା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ l
ହସ୍ତୀ ସୁରକ୍ଷା ନିମନ୍ତେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l
ରାଜ୍ୟରେ କିଛି ବର୍ଷ ହେବ କେଉଁଠି ନା କେଉଁଠି ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ହେଉଛି । ଆମ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ, ଘୁମୁସର ବନଖଣ୍ଡ ରେ ମଧ୍ୟ ହାତୀ ଅଛନ୍ତି ସେମାନଙ୍କ ସୁରକ୍ଷା ଅନିର୍ଵାଯ୍ୟ, ସେମାନଙ୍କ ସୁରକ୍ଷା ପାଇଁ ଆମେ ଆଗଭର ହେବା ଆବଶ୍ୟକ ବୋଲି ଏ. ସି. ଏଫ କହିଥିଲେ l
ହାତୀଙ୍କ ସୁରକ୍ଷା ପାଇଁ ଆଜିର ଦିନଟିଏ ସାଧାରଣତଃ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱହସ୍ତୀ ଦିବସ ଭାବେ ପାଳନ କରାଯାଉଛି ବୋଲି ସଭାପତି ସାଗର କୁମାର ପାତ୍ର କହିଥିଲେ l
ଆଜିର କାର୍ଯ୍ୟକ୍ରମରେ ବନ ବିଭାଗର ବନପାଳ ବାବୁ ସେଠି, ଆଇ.ଗଣେଷ, ବନ ରକ୍ଷୀ କିଶୋର ଚନ୍ଦ୍ର ପଣ୍ଡା,ସ୍ବେଛାସେବୀ ସୁନୀଲ କୁମାର ମାଝୀ, ଦୁର୍ଯ୍ୟୋଧନ ଦୋରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
