ସ୍ୱାମୀ ବିବେକାନନ୍ଦ ସେବା ସଂଘ ତରଫରୁ ଦହି ପଣା ବଣ୍ଟନ।

Spread the love

ବ୍ରହ୍ମପୁର: (ପିବିନ୍ୟୁଜ୍))ପ୍ରଚଣ୍ଡ ଗ୍ରୀଷ୍ମ ପ୍ରାବହକୁ ଆଖି ଆଗରେ ରଖି ପ୍ରଗତିଶୀଳ ସାମାଜିକ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆଙ୍କୁଶପୁର ଆନୁକୂଲ୍ୟରେ ଦହି ପଣା ଆବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଙ୍କୁଶପୁର ସଦର ଥାନା ସମ୍ମୁଖରେ ଏହି ଦହି ପଣା ଆବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ପ୍ରାୟ ତିନି ହଜାରରୁ ଅଧିକା ବାଟୋଇ ମାନେ ଏହି କାର୍ଯ୍ୟକ୍ରମରେ ଲାଭାନ୍ବିତ ହୋଇଥିଲେ। ଏହି ଦହି ପଣା ଆବଣ୍ଟନ କାର୍ଯ୍ୟକ୍ରମକୁ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ବିମଲ କୁମାର ପଣ୍ଡା ଉଦଘାଟନ କରିଥିଲେ। ସଂଘର ସଭାପତି ଶ୍ରୀ ଅନିଲ କୁମାର ଚୌଧୁରୀ ସମ୍ପାଦକ ଡ଼ଃ. ସନ୍ୟାସୀ ମହାରଣାଙ୍କର ପୌରହିତତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର କୋଷାଧ୍ୟକ୍ଷ T. ମୁକୁନ୍ଦ ଡୋର, କାର୍ଯ୍ୟକାରୀ ସଦସ୍ୟ G. ଶ୍ରୀନିବାସ ରାଓ, ମନୋଜ କୁମାର ପଣ୍ଡା, ବସନ୍ତ କୁମାର ସାହୁ, ମିଟୁ ସାହୁ, ସୁଶାନ୍ତ କୁମାର ସାହୁ, ସୋନୁ କୁମାର ସାହୁ, ସଞ୍ଜୟ ସାହୁ, ଦୁର୍ଯ୍ୟୋଧନ ସେଠି, ସନ୍ତୋଷ ବେହେରା,S ସାଇ ଦୋରା, ଆଦିତ୍ୟ, ସୁଭମ, ଅସିତ, ଅଙ୍କିତ ଓ ଭୋଳାଙ୍କ ସମେତ ଅନେକ ସ୍ଥାନୀୟ ଲୋକ ଏବଂ ଯୁବକ ସହଯୋଗ କରିଥିଲେ। ତେବେ ପ୍ରାୟ ତିନି ହଜାରରୁ ଅଧିକା ଲୋକ ପାଇଁ ଦହି ପଣାର ଆବଣ୍ଟନ କାର୍ଯ୍ୟକ୍ରମ କରାଯିବା ସହ ସଂଘର ଲୋକାଭିମୁଖୀ ପ୍ରୟାସ ପାଇଁ ସାଧାରଣ ଲୋକ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *