ଦେଶାତ୍ମବୋଧକ କାର୍ଯ୍ୟକ୍ରମ”ବନ୍ଦେ ମାତରଂ”ର ରୌପ୍ୟ ଜୟନ୍ତୀ ପାଳିତ ।ଦିଲ ଦିଆହେ…ଜାନ ଭି ଦେଙ୍ଗେ…ଗୀତ ହୃଦୟ ଜିଣିଥିଲା ।
ବ୍ରହ୍ମପୁର-ସଂସ୍କୃତିଧର୍ମୀ ପତ୍ରିକା ‘ଅଭିନୟ ଜଗତ’ ତରଫରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ “ବନ୍ଦେ ମାତରଂ”ର ରୌପ୍ୟ ଜୟନ୍ତୀ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଟାଉନହଲରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । 1999 କାର୍ଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଆରମ୍ଭ ହୋଇଥିବା ଦେଶାତ୍ମବୋଧକ କାର୍ଯ୍ୟକ୍ରମ”ବନ୍ଦେ ମାତରଂ ଚଳିତ ବର୍ଷ ତାର ପଚିସି ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରିଛି । ଗଂଜାମ ଜିଲ୍ଲାର 15 ଗୋଟି ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନରୁ ପ୍ରାୟ 200ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।ଅନୁଷ୍ଠାନର ସମ୍ପାଦକ ଡ଼.ମିହୀର କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିବା ବେଳେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ,ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବିକ୍ରମ କୁମାର ପଣ୍ଡା,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ରାଜ୍ୟ କାଜୁନିଗମ ଅଧ୍ୟକ୍ଷ ସୁବାସ ମହାରଣା ଏବଂ ନିଖିଳ ଓଡିଶା ବରିଷ୍ଠ କଳାକାର ସଂଘର ସଭାପତି ଡା.ତିରୁପତି ସାହୁ ପ୍ରମୁଖଅତିଥି ଭାବେ ଯୋଗଦେଇ ଦେଶ ପାଇଁ ଜୀବନ ଦେଇଥିବା ଯୋଦ୍ଧା ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବିନାରାୟଣ ବେହେରା,ଓଡିଶା ବାର୍ତ୍ତାର ସମ୍ପାଦକ ମନୋଜ କାନ୍ତ ଦାସ,ଓଟିଭି ଦକ୍ଷିଣ ଓଡିଶା ମୁଖ୍ୟ ଅଶୋକ ବ୍ରହ୍ମା,ମହାନଗର ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡ଼,ସଂସ୍କୃତି ଗବେଷକ କୃଷ୍ଣଚନ୍ଦ୍ର ନିଶାଙ୍କ,କେଳୁଚରଣ କାଳତୀର୍ଥର ନିର୍ଦ୍ଦେଶିକା ସ୍ଵର୍ଣପ୍ରଭା ପାଢ଼ୀ ପ୍ରମୂଖ ଉପଦେଷ୍ଟା ମଣ୍ଡଳୀ ମଧ୍ୟ ମଂଚାସୀନ ଥିଲେ ।ଏହି ଅବସରରେ ଖ୍ୟାତନାମା ଉପସ୍ଥାପକ ଦମ୍ପତ୍ତି ହୃଷୀକେଶ ପାଣିଗ୍ରାହୀ ଓ ସୁଦୀପ୍ତ। ପାଣିଗ୍ରାହୀ, ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ଇଂ.ଯାମିନିକାନ୍ତ ଦାସ,ସଂସ୍କୃତି ପ୍ରେମୀ ଓ ଗବେଷକ ଅନିଲ କୁମାର ପାତ୍ର,ଅନ୍ୱେଷା କଳା କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତୀ ଉଷାରାଣୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବରିଷ୍ଠ ସାମ୍ବାଦିକ ଓ କଣ୍ଠ ଶିଳ୍ପୀ ସୁଦୀପ ସାହୁ,ନବକିଶୋର ମହାପାତ୍ର,ଅନୁରାଧା ସାହୁ,ସୁଶ୍ରୀ ମଧୁସ୍ମିତା, ଶ୍ୱେତା ପାଳପ୍ରମୁଖ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ ।ବିଶିଷ୍ଠ ମଂଚ ଉପସ୍ଥାପକ ଶିବାନୀ ମୁଦ୍ରାଙ୍କ କାର୍ଯ୍ୟକ୍ରମ ଉପସ୍ଥାପନ ବେଶ ଆକର୍ଷଣୀୟ ଥିଲା ।ଏହି ଅବସରରେ ସଂସ୍କୃତିଧର୍ମୀ ପତ୍ରିକା “ଅଭିନୟ ଜଗତ” ଲୋକାର୍ପିତ ହୋଇଥିଲା ।ଅଭିନୟ ଜଗତର ପରିଚାଳକ ରବୀନ୍ଦ୍ର କୁମାର ନାୟକ,କୈଳାସ ପାଣିଗ୍ରାହୀ, ସର୍ବଭାରତୀୟ ନାଟ୍ୟ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜ ଗୋପାଳ ପାଢ଼ୀ,ନାଟ୍ୟକାର ତ୍ରିପତି ନାୟକ,ସିନେ କଳାକାର ଟି. ଆପରାଓ,ଲିଲି ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ରବୀନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।




