ସାମ୍ୱାଦିକ ସୁଦୀପ ସାହୁ ଙ୍କୁ ଓଡିଶା ମାଟିର ଗୌରବ ସମ୍ମାନ

Spread the love

ବ୍ରହ୍ମପୁର (ପିବିନ୍ୟୂଜ୍)ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ପ୍ରଥମ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଓଡିଶା ମାଟିର ଗୌରବ ସମ୍ମାନ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ମ୍ୟାନେଜିଂ ଡାଇରେକ୍ଟର ସ୍ମିତା ପାଣିଗ୍ରାହୀ, ପ୍ରଯୋଜକ ଧିରେନ ତ୍ରିପାଠୀ, କାର୍ଯ୍ୟକାରୀ ପ୍ରଯୋଜକ ଲଲାଟେନ୍ଦୁ ଜେନା ଙ୍କ ସହିତ ନନ୍ଦନ ଇଣ୍ଟରନେସନାଲର ଶିବରାମ ସାହୁ, ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ପ୍ରଯୋଜକ ପ୍ରୀତମ, ନିର୍ଦ୍ଦେଶକ ତାପସ ସରଘରିଆ, ରମେଶ ରାଉତ ଏବଂ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅନୁରାଗ ମିଶ୍ର, ନିରଞ୍ଜନ ପାଣିଗ୍ରାହୀ ଉତ୍ସବରେ ମା ଧନଲକ୍ଷ୍ମୀ ପ୍ରଡ଼କସନ୍ସ ବିଷୟରେ ମନ୍ତବ୍ୟ ଦେଇଥିଲେ l ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ତରଫରୁ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା l ଏଠାରେ ଅତି ପରିଚିତ ବ୍ରହ୍ମପୁର ମାଟିର ବରିଷ୍ଠ ସାମ୍ବାଦିକ, ଗାୟକ ସୁଦୀପ କୁମାର ସାହୁ ଙ୍କୁ ମାନପତ୍ର, ଟ୍ରଫି ଓ ଉପଢୋକନ୍ ପ୍ରଦାନ ପୂର୍ବକ ଓଡ଼ିଶା ମାଟିର ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ସାମ୍ୱାଦିକ ସୁଦୀପ ଙ୍କୁ ନୂଆ ଦିଲ୍ଲୀ, କଲିକତା, ମଧ୍ୟପ୍ରଦେଶ, ହାଇଦରାବାଦ, ପୁରୀ, ଭୁବନେଶ୍ୱର, ପାରାଦୀପ, କଟକ, ଗଞ୍ଜାମ ଆଉ ବ୍ରହ୍ମପୁର ର ବହୁ ଅନୁଷ୍ଠାନ ତରଫରୁ ପୂର୍ବରୁ ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସଵ ରେ ଅନ୍ୟ ମାନଙ୍କ ମଧ୍ୟରେ ସିମ୍ରନ ଦାସ, ଆଦି, ଦିବ୍ୟା, ରାକେଶ, ପ୍ରିୟଙ୍କା ସାହୁ, ପ୍ରିୟଙ୍କା ପାଣିଗ୍ରାହୀ, କୁକିଜ୍ ସ୍ୱାଇଁ, ସୁମନ ପଟ୍ଟନାୟକ, ହିରଣ୍ମୟୀ, ଜୀବନ ପଣ୍ଡା, ବ୍ରଜ ସିଂ, ଗୁଡ୍ଡୁ, ହରିହର ଦାସ, ବ୍ଲାକ ରବି, ଦେବସ୍ମିତା ପଣ୍ଡା, ଦେବଯାନୀ, ହରିହର ମହାପାତ୍ର, ରବି ମିଶ୍ର, ନିକିତା ପାତ୍ର, ପ୍ରତିଭା ପଣ୍ଡା ଆଦି ଅନେକ ପ୍ରତିଷ୍ଠିତ କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା l
ତା’ସହିତ ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ର ଦ୍ଵିତୀୟ ଅବଦାନ “କେମିତି ପ୍ରେମ” ର ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଭୂମିକାରେ ଧିରେନ, ରାକେଶ, ପ୍ରିୟଙ୍କା ସାହୁ ଓ ପ୍ରିୟଙ୍କା ପାଣିଗ୍ରାହୀ ଅଭିନେତ୍ରୀ ସହ ଗୁଡ୍ଡୁ, ଲଲାଟ, ସୁଶାନ୍ତ, ଶୁଶୁ କମେଡିନ୍ ଆଉ ମୁଖ୍ୟ ଭିଲିଆନ ରମେଶ ନାୟକ (ରାବଣ) ଅଭିନୟ କରିଛନ୍ତି l ଏହାର ପ୍ରଯୋଜନା କରିଛନ୍ତି ଧିରେନ ତ୍ରିପାଠୀ, ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାଳୀ ପ୍ରସାଦ ପଣ୍ଡା l ଗୀତ ଗୁଡିକ ଗାଇଛନ୍ତି ସ୍ୱୟଂ ପାଢ଼ୀ, ବିଷ୍ଣୁ ମୋହନ କବି, ତାରିକ ଅଜିଜ, ଅନ୍ତରା ଚକ୍ରବର୍ତ୍ତୀ, ଅର୍ପିତା ପଣ୍ଡା l ମଞ୍ଚ ପରିଚାଳନା ରେ କେପି ଏବଂ ଗୁଡ୍ଡୀ ଥିଲେ ।

Leave a Reply

Your email address will not be published. Required fields are marked *