ବ୍ରହ୍ମପୁରରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ କଲେ ଫୋଟୋଗ୍ରାଫର

Spread the love

ବ୍ରହ୍ମପୁର: (ପୀବିନ୍ୟୁଜ୍)ବିଶ୍ୱ ଫୋଟଗ୍ରାଫି ଦିବସ ଅବସରରେ ବ୍ରହ୍ମପୁର ସିଳ୍କସିଟି ଫୋଟୋଗ୍ରାଫି ଏସୋସିଏସନ ଓ ଗଞ୍ଜାମ କେମେରା କ୍ଲବ ତରଫରୁ ବ୍ରହ୍ମପୁର ଗୋକୁଳଧାମ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଆଯାଇଅଛି। ଏହି କାର୍ଯ୍ୟକ୍ରମରେ ଫୋଟୋଗ୍ରାଫିର ବିଭିନ୍ନ ଦିଗ ଓ ଉନ୍ନତ କଳା କୌଶଳ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ। ବର୍ତ୍ତମାନ ସମାଜର କିଛି ବର୍ଗ ଏହାକୁ ପେସା ଭାବରେ ଗ୍ରହଣ କରୁଥିବା ବେଳେ ଯୁବ ସମାଜ ପାଇଁ ଏକ ନିଶା ଭାବେ ଗ୍ରହଣୀୟ ହୋଇଛି। ଏହି ସ୍ତିରଚିତ୍ର କଳାର କିପରୀ ବହୁଳ ପ୍ରଚାର ଓ ପ୍ରସାର ହୋଇ ପାରିବ ଆଗାମୀ ଦିନ ମାନଙ୍କରେ ଏକ ବିଶାଳ ଫୋଟୋଗ୍ରାଫିର ପ୍ରଦର୍ଶନୀ କରାଇ ନୁଆଁ ସମ୍ଭାବନା ସୃଷ୍ଟି କରିବା ନେଇ ଆଜିର ମୁଖ୍ୟ ବକ୍ତା ସନ୍ୟାସୀ ମହାରଣା ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଳକସ୍ତରୀୟ କର୍ମକର୍ତ୍ତାଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବରେ ଶ୍ରୀ ଦୀପକ ପାତ୍ର, ଶ୍ରୀ ମାଧବ ପାତ୍ର, ମୁଖ୍ୟ ବକ୍ତା ଭାବେ ଶ୍ରୀ ସନ୍ୟାସୀ ମହାରଣା, ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ବିଷ୍ଣୁ ବିଶ୍ୱାଳ ଶ୍ରୀ ସନ୍ତୋଷ ପାତ୍ର, ଶ୍ରୀ ଡ଼ି ଏଲ ସତପଥୀ, ଶ୍ରୀ ଅଶୋକ ବେହେରା, ଶ୍ରୀ ସରୋଜ କୁମାର ସାହୁ, ଶ୍ରୀ ମଧୁସୂଦନ ରେଡି ,ଶ୍ରୀ ତାରା ପଟ୍ଟନାୟକ, ଶ୍ରୀ ଗୌରୀ ଶଙ୍କର ମହାଙ୍କୁଡ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଉଦଘୋଷକ କାର୍ତ୍ତିକ ପାଣିଗ୍ରାହି ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅନୁଷ୍ଠାନର ରଂଜିତ, ମୁନା, ମୁରଲୀ, ନଳିନିକାନ୍ତ, ରୀଙ୍କୁ ,ଲିଟୁ ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ଅଧିବେଶନରେ ସଭାପତି ଭାବରେ ମନୋରଞ୍ଜନ ରଣା ,ଉପସଭାପତି ଭାବରେ ମୁରଲୀ , ସମ୍ପାଦକ ଭାବରେ ରଂଜିତ ପ୍ରଧାନ , ଯୁଗ୍ମ ସମ୍ପାଦକ ଭାବେରେ ବିଶ୍ବମ୍ବର ବେହେରା , ତାରା ପଟ୍ଟନାୟକ ଓ ରୀଙ୍କୁ ସାହୁ ,କୋଷାଧ୍ୟକ୍ଷ ଭାବରେ ନଳିନିକାନ୍ତ ବାଡ଼ତ୍ୟା ଓ ମାର୍ଗଦର୍ଶକ ଭାବରେ ଗୌରୀ ଶଙ୍କର ମହାଙ୍କୁଡ ଓ ସରୋଜ ସାହୁ ସର୍ଵସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *