ସ୍ମୃତି ସାଉଁଟି ବ୍ରହ୍ମପୁରରୁ ଫେରିଲେ ଅତିଥି କଳାକାର । ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ସମାବେଶ ଉଦଯାପିତ ।
ବ୍ରହ୍ମପୁର-(ପିବିନ୍ୟୁଜ୍)-ଦୁଇଦିନର ଅନେକ ସ୍ମୃତି ସାଉଁଟି ଭୁୟସୀ ପ୍ରଶଂସା କରି ବ୍ରହ୍ମପୁର ରୁ ଫେରିଛନ୍ତି ଦେଶର 15ରାଜ୍ୟର ଅତିଥି କଳାକାର । ବ୍ରହ୍ମପୁର ଆଇଟିଆଇ ଅଡିଟରୀୟମ ଠାରେ ଅନୁଷ୍ଠିତ ହୋଇଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମ ସଫଳତାର ସହିତ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜ ଗୋପାଳ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଅନ୍ତିମ ତଥା ଉଦଯାପନୀ ଦିବସରେ ରବିବାର ବ୍ରହ୍ମପୁର ରାଜସ୍ୱ ଡାକ ବଙ୍ଗଳା ପରିସରରୁ କଳାକାରଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ଆଇଟିଆଇ ଅଡିଟରୀୟମରେ ପହଞ୍ଚିଥିଲା । ଶାନ୍ତି ଓ ସଦଭାବନାର ବାର୍ତ୍ତା ଦେଇ କଳାକାର ମାନେ ନାଚି ନାଚି ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲେ । ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ରାମଚନ୍ଦ୍ର ସାସମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ମେଜର ରମା ରମଣ ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଓଡ଼ିଆ ସଂସ୍କୃତି ଓ ପରମ୍ପରା କେତେ ମହାନ ଏନେଇ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଂ.ଯାମିନୀ କାନ୍ତ ଦାସ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ । ଅନ୍ୟଅତିଥିଙ୍କ ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶୋକ ମେହେରା,ନାଟ୍ୟକର୍ମୀ ଅଶୋକ କର, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଜ଼ ଭବାନୀ ଶଙ୍କର ମିଶ୍ର, ବାସ୍ତୁ ବିତ୍ତଇଂ.ସନ୍ୟାସୀ ମହାରଣା,ପର୍ଯ୍ୟଟନ ଭାରତର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼,ବଳରାମ ଦାସ ପ୍ରମୁଖ ଅତିଥି ମାନେ ଉପସ୍ଥିତ ରହିଥିଲେ । ବିସ୍ୱମ୍ବର ସାହୁ,ରାଜେନ୍ଦ୍ର ପାଢ଼ୀ,ବବିତା ସ୍ୱାଇଁ ଓ ସଞ୍ଜୟ ଶତପଥୀ ଆଦିଙ୍କ ସହ ଆରତୀ ପାତ୍ର,କେ.କୃଷ୍ଣମୂର୍ତ୍ତି, ଟୁଟୁ ପାଢ଼ୀ,ଡ଼.ମିହୀର ତ୍ରିପାଠୀ,ପ୍ରଣତି ପାତ୍ର,ସିଏଚ,ଦେବଦାସ,ଦୀନବନ୍ଧୁ ଶତପଥୀ,ଇଂ.ଅକ୍ଷୟ ମହାନ୍ତି ,ସୁନୀଲ ସ୍ୱାଇଁ, ପଦ୍ମିନୀ ମିଶ୍ର,କେ.ରାଜକୁମାର ସେନାପତି ପ୍ରମୁଖଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଲୋକ କଳା ଓ ସଂସ୍କୃତି ସହିତ ଜଡିତ ଶଙ୍ଖ ମହୁରୀ,କୃଷ୍ଣଲୀଳା, ସଂକୀର୍ତ୍ତନ ସହିତ ଅନେକ ସାଂସ୍କୃତିକ ଦଳ ଉପସ୍ଥିତ ରହି କଳା ପ୍ରଦର୍ଶନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସହ ଦୁଇଦିନିଆ କାର୍ଯ୍ୟକ୍ରମ ରାଜ ଗୋପାଳ ପାଢ଼ୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈଳାସ ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ,ରମେଶ ମହାରଣା,ସତ୍ୟ ମହାରଣା,ଦେବେନ୍ଦ୍ର ଶର୍ମା ପ୍ରମୁଖଙ୍କ ସହ ବ୍ରହ୍ମପୁର କଳାକାର ଏକତା ମଂଚର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପାଇଁ ବିଶେଷ ସହଯୋଗ କରିଥିଲେ ।ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ଗଂଜାମ ଜିଲ୍ଲା ସାରା ଚର୍ଚ୍ଚାରେ ରହିଛି । ଏହି ଅବସରରେ ମୁଖ୍ୟଅତିଥି ମେଜର ରମାରମଣ ପାଢ଼ୀଙ୍କ ରଚିତ ଓଡ଼ିଆ ନାଟକ ନିଳାଦ୍ରୀ ବିଜେ ଏବଂ ହିନ୍ଦୀ ନାଟକ ପାଲଟା ବାଘ ଉନ୍ମୋଚିତ ହୋଇଥିଲା ।



