ବ୍ରହ୍ମପୁରରେ ତିନିଦିନିଆ ଜାତୀୟ ପର୍ଯ୍ୟଟନ ମହୋତ୍ସବ
ବ୍ରହ୍ମପୁରରେ ତିନିଦିନିଆ “ଜାତୀୟ ପର୍ଯ୍ୟଟନ ମହୋତ୍ସବ” । ବ୍ରହ୍ମପୁର– ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଚଳିତ ମାସବ27,28,29 ତିନିଦିନ ଧରି ଜାତୀୟ ପର୍ଯ୍ୟଟନ ମହୋତ୍ସବ” ଅନୁଷ୍ଠିତ ହେଉଅଛି । ପର୍ଯ୍ୟଟନ ଭାରତ ତରଫରୁ ଆୟୋଜିତ ହେବାକୁ ଯାଉଥିବା ଏହି ଜାତୀୟସ୍ତରୀୟ ମହୋତ୍ସବର ପ୍ରଥମ ଦିବସରେ ଫକୀର ମୋହନ ସେନାପତିଙ୍କ “ଛଅମାଣ ଆଠଗୁଣ୍ଠ” ଏବଂ “ସମସାମୟିକ ସାହିତ୍ୟର ସ୍ୱର ଓ ଶବ୍ଦ” ବିଷୟ ସମ୍ବଳିତ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏତଦବ୍ୟତୀତ ଉକ୍ତଦିନ ସଭା ଓ ସମ୍ବର୍ଦ୍ଧନା ପର୍ବ ସହ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଦୀପିକା ଦାସଙ୍କ ରଚିତ ଓ ସତ୍ୟବ୍ରତ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ “ମଣିମାନ୍ତେ” ପରିବେଷିତ ହେବ । ମହୋତ୍ସବର ଦ୍ବିତୀୟ ଦିବସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ “ପର୍ଯ୍ୟଟନ ଏବଂ ସବୁଜ ବିନିଯୋଗ” ବିଷୟ ସମ୍ବଳିତ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଆଲୋଚନା ଚକ୍ରରେ ଭାରତର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟନ ଗବେଷକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ସନ୍ଧ୍ୟାରେ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାସହିତ ବ୍ରହ୍ମପୁର ସହରର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ରବିନାରାୟଣ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ”ଅସ୍ତ ସୂର୍ଯ୍ୟର ସ୍ୱପ୍ନ” ମଂଚସ୍ଥ ହେବ । ମହୋତ୍ସବର ଉଦଯାପନୀ ଦିବସରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ୱେଷଣ ଓ ବକ୍ତୃତା ପ୍ରତିଯୋଗିତା, ,ଜାତୀୟ ଫୋଟ ପ୍ରଦର୍ଶନୀ ସହିତ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଲୋକନୃତ୍ୟ ଏବଂ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ମହୋତ୍ସବ ରେ ପରିବେଷିତ ହେବାକୁ ଥିବା ଦୁଇଟି ଯାକ ନାଟକ ଓଡିଶା ନାଟକ ସମାରୋହ ସମିତି ସହଯୋଗରେ ଅନୁଷ୍ଠିତ ହେଉଅଛି ।ଏତଦବ୍ୟତୀତ କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଇଶା ଭିଜନ ତରଫରୁ ଜାତୀୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେବ । ସେଥିରେ 35 ଗୋଟି ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ସେଥି ମଧ୍ୟରୁ ଆମେରିକା,ୟୁଏଇ,ଥାଇଲାଣ୍ଡ ଆଦି ଦେଶ ସହିତ ଓଡ଼ିଶାର 7ଟି,କେରଳ ଓ ଗୁଜରାଟ ଟୁରିଜିମ ସହିତ ମହରାଷ୍ଟ୍ରରୁ ବହୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବର ଆବାହକ ଇଂ.ଉମା ଶଙ୍କର ପାଣିଗ୍ରାହୀ ଏବଂ ସମ୍ପାଦକ ନାରାୟଣ ମହାଙ୍କୁଡ଼ ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବର ସଭାପତି ରବିନାରାୟଣ ବେହେରା, ଉପସଭାପତି ଅନିଲ କୁମାର ପାତ୍ର,ସହ ସମ୍ପାଦକ ଡ଼.ମିହୀର ତ୍ରିପାଠୀ,,ସାଂସ୍କୃତିକ ସଂଯୋଜକ ରାଜ ଗୋପାଳ ପାଢ଼ୀ,ସାହିତ୍ୟ ସଂଯୋଜକ ମିହୀର ତ୍ରିପାଠୀ,,କୋଷଧକ୍,ସଂଗଠନ ସମ୍ପାଦକ ଗୋପାଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତିନିଦିନ ଧରି ବ୍ରହ୍ମପୁର ସହରରେ ହେବାକୁ ଥିବା ଏହି ଜାତୀୟ ପର୍ଯ୍ୟଟନ ମହୋତ୍ସବ ଆୟୋଜନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଅଧ୍ୟୟନ ବିଭାଗ,ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗ କରିଛନ୍ତି । ମହୋତ୍ସବ କୋଷାଧକ୍ଷ କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।


