ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲୋକ କଳା କର୍ମଶାଳା

Spread the love


ଛତ୍ରପୁର, (ପୀବିନ୍ୟୁଜ)୦୯/୦୧/୨୦୨୪
ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକକଳା ମଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ବେଗୁନିଆପଡ଼ା ଉପ ସଭାପତି ମହେଶ୍ୱର ବରାଡ ସ୍ୱାଗତ ସମ୍ଭାଷଣ ପୂର୍ବକ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସୂଚନା ଓ ଲୋକ ସମ୍ପର୍କ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ସୂଚନା ,ଶିକ୍ଷା ଓ ଯୋଗା ଯୋଗ ର ମାର୍ଗ ଦର୍ଶକ କୃଷ୍ଣ ଚନ୍ଦ୍ର ନିଶଙ୍କ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧେକୃଷ୍ଣ ରାମ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ ଓ ଆକାଶବାଣୀ ଉଦ୍ଘୋଷକ ଅରୁଣ କୁମାର ଶତପଥୀ ପ୍ରମୁଖ ମଞ୍ଚାସିନ ରହି ୨୨ ବ୍ଲକର ଉପସ୍ଥିତ ଥିବା ବି ଏସ୍ ଏସ ଓ ଉପ ସଭାପତି ଓ ବୟୋଜ୍ୟେଷ୍ଠ କଳାକାର ମାନଙ୍କୁ ଲୋକକଳା ମାଧ୍ୟମ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ପ୍ରଚାର ଓ ପ୍ରସାର କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରି ସରକାରଙ୍କ ମାର୍ଗ ଦର୍ଶିକା ସମ୍ପର୍କରେ ଅବଗତ କରାଇ ଥିଲେ । ମଙ୍ଗଳବାର ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଉପ ସଭାପତି ଓ ବି ଏସ ଏସ ଓ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଆସନ୍ତା ୧୭ ତାରିଖ ମଧ୍ୟରେ ବ୍ଳକ ସ୍ତରରେ ବ୍ଳକ କଳା ସଂସ୍କୃତି ସଂଘ ରେ ସାମିଲ୍ ଥିବା କଳାକାର ମାନଙ୍କୁ ନେଇ ଦିଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ପରାମର୍ଶ ଦିଆଯାଇଥିଲା। ଆସନ୍ତା ଜାନୁୟାରୀ ୨୩ ତାରିଖ ଠାରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତି ଗ୍ରାମାଞ୍ଚଳରେ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *