ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଜଗନ୍ନାଥୟାନ କାର୍ଯ୍ୟକ୍ରମ ରେ ନାଟକ ମଣୀମାନ୍ତେ ପରିବେଷଣ ।
ଭୁବନେଶ୍ୱର (ପିବିନ୍ତୁଜ)ଓଡ଼ିଶା ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଜଗନ୍ନାଥୟାନ କାର୍ଯ୍ୟକ୍ରମ ରେ ରବିନ୍ଦ୍ରମଣ୍ଡପ ଭୁବନେଶ୍ୱର ଠାରେ ଓଡିଶା ନାଟକ ସମାହାରୋ ସମିତି ବ୍ରହ୍ମପୁର, ସଭାପତି ଅନିଲ କୁମାର ପାତ୍ର ,(ସଦସ୍ୟ ସଙ୍ଗୀତ ନାଟକ ଏକାଡେମୀ ) ସାଧାରଣ ସମ୍ପାଦକ, ନାରାୟଣ ମାହାଙ୍କୁଡ ଙ୍କ ପୌରହିତ ଦ୍ଵାରା ଆୟୋଜିତ ନାଟକ “ମଣୀମାନ୍ତେ” ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର,ସୁଲେଖିକା,କବୟିତ୍ରୀ ଶ୍ରୀମତୀ ଦୀପିକା ଦାସ ଙ୍କ ରଚିତ, ନିର୍ଦ୍ଦେଶକ ସତ୍ୟବ୍ରତ ଦାସ ଙ୍କ ବଳିଷ୍ଠ ନିର୍ଦ୍ଦେଶନା ସହ ସମସ୍ତ କଳାକାର ମାନଙ୍କ ଜୀବନ୍ତ ଅଭିନୟରେ ଏକ ଉଚ୍ଚକୋଟିର ନାଟକ ପରିବେଷଣ ହୋଇଥିଲା । ଏଥିରେ ବହୁ ବିଶିଷ୍ଠ ଅତିଥି,ସାହିତ୍ୟିକ,ନିର୍ଦ୍ଦେଶକ ଓ ବକ୍ତା ଯୋଗଦେଇ ଜଗନ୍ନାଥ ଙ୍କ ଉପରେ ଆଧାରିତ କିଛି ମନ୍ତ୍ୟବ୍ୟ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ଉପସଭାପତି କୈଳାଶ ପାଣିଗ୍ରାହୀ, ସମ୍ପାଦକ ରାଜ ଗୋପାଳ ପାଢ଼ୀ,ସହ ସଂପାଦିକା ଆରତୀ ପାତ୍ର,ସମସ୍ତ ପ୍ରକାର ସହୋଯୋଗ କରିଥିଲେ।



