ଓଡିଶା ନାଟକ ସମାରୋହ ସମିତିର 16ତମ ବାର୍ଷିକ ଉତ୍ସବ । କିମ୍ବଦନ୍ତୀ ନାଟକ”ଶୂନ୍ୟ ମନ୍ଦିର” ମଂଚସ୍ଥ।
ବ୍ରହ୍ମପୁର-(ପିବିନ୍ୟୁଜ୍)–ବ୍ରହ୍ମପୁର ସହରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଓଡିଶା ନାଟକ ସମାରୋହ ସମିତିର 16ତମ ବାର୍ଷିକ ଉତ୍ସବ ଶନିବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ମୁକ୍ତମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଅନିଲ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ସୁସାହିତ୍ୟିକ ଓ କଳାକାର ଇଂ.ଯାମିନୀ କାନ୍ତ ଦାସ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ବରିଷ୍ଠ କଳାକାର ଓ ନାଟ୍ୟ ନିର୍ଦ୍ଦେଶକ ଡା.ତିରୁପତି ସାହୁ,ସମ୍ମାନିତ ଅତିଥି ଭାବେ ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର ପ୍ରମୂଖ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଓଡିଶା ନାଟକ ସମାରୋହ ସମିତି ବିଷୟରେ ସଂଘ ସଭାପତି ନିଜର ବକ୍ତବ୍ୟ ରଖିଥିଲେ । ଓଡିଶା ନାଟକ ସମାରୋହ ସମିତିର 16ତମ ବାର୍ଷିକ ଉତ୍ସବ ଅବସରରେ ଗିରିଜା ଶଙ୍କର ଦାସଙ୍କ ରଚିତ ସତ୍ୟବ୍ରତ ଦାସଙ୍କ ନିର୍ଦ୍ଦେଶିତ କିମ୍ବଦନ୍ତୀମୂଳକ ନାଟକ”ଶୂନ୍ୟ ମନ୍ଦିର” ସଫଳତାର ସହ ମଂଚସ୍ଥ ହୋଇଥିଲା । ପଵିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଜଗନ୍ନାଥ ସଂସ୍କୃତିଉପରେ ଆଧାରିତ ଏହି ନାଟକକୁ ଉପସ୍ଥିତ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ । ନାଟକରେ ସସ୍ମିତା ରାଉତ,ବଳରାମ ମହାପାତ୍ର,ସନ୍ଦୀପ ପଟ୍ଟନାୟକ, ଗିରିଜା ଶଙ୍କର ଦାସ,ଭକ୍ତି ବିନୋଦି ରଥ ,ମନୋଜ ରଥ,ବିନାୟକ ହୋତା, ରମେଶ ରଣା ଓ ଶିଶୁ କଳାକାର ଦିବ୍ୟାନ୍ସି ଦାସ ପ୍ରମୁଖ ଅଭିନୟ କରିଥିଲେ । ନାଟକରେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଆଲୋକରେ ଅଶୋକ ଜେନା ଓ ମଞ୍ଚ ପରିଚାଳନା ରେ ନଳିନୀ କାନ୍ତ ଗୌଡ଼ ସହଯୋଗ କରିଥିଲେ ।ବରିଷ୍ଠ ସାମ୍ବାଦିକ ତଥା କଳାକାର ସୁଦୀପ ସାହୁ ପ୍ରାରମ୍ଭିକଭଜନ ଗାନ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ରେ ଓଡିଶା ନାଟକ ସମାରୋହ ସମିତିର ଉପସଭାପତି କୈଳାସ ପାଣିଗ୍ରାହୀ,ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରାଜ କିଶୋର ପାଢ଼ୀ,ସାଂସ୍କୃତିକ କମିଟି ଅଧକ୍ଷ ଡା.ମିହୀର ତ୍ରିପାଠୀ,ଶଙ୍କର୍ଷଣ ସାବତ,ଆରତୀ ପାତ୍ର,ସରୋଜ ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ରାମଚନ୍ଦ୍ର ସାସମଲ, ସୁନିଲ ସ୍ୱାଇଁ,ଗୋପାଳ ପଟ୍ଟନାୟକ ବିଶେଷ ସହଯୋଗ କରିଥିଲେ । ।




