ମହାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା,ନାଭ୍ୟାଙ୍କ କଣ୍ଠର ଯାଦୁରେ ମତୁଆଲା ଦର୍ଶକ।

Spread the love

ବ୍ରହ୍ମପୁର -(ପିବୀନ୍ୟୁଜ୍) (୨୫/୦୨/୨୦୨୪) କଳା, ସାହିତ୍ୟ ସଂସ୍କୃତିର ଜିଲ୍ଲା ହେଉଛି ଗଞ୍ଜାମ। ଏଠିକାର ଲୋକକଳା , ସାହିତ୍ୟ , ସଂସ୍କୃତି ଓ ପରମ୍ପରା ସାରା ରାଜ୍ୟରେ ଅନନ୍ୟ। ଏହାକୁ ଦୃଷ୍ଟିରେ ରଖି କଳାକୁ ବଞ୍ଚାଇ ରଖିବା ସହ ଓ କଳାକାରଙ୍କୁ ମଞ୍ଚ ରେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରିବାର ସୁଯୋଗ ଦେବାକୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାରି ରହିଛି ମହାନଗର ମହୋତ୍ସବ ବ୍ରହ୍ମପୁର।ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ଏହି ମହୋତ୍ସବ ର ଦତୃତୀୟ ସନ୍ଧ୍ୟାରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହ ସ୍ଥାନୀୟ କଳା କୁ ଉଜ୍ଜୀବିତ ରଖିବା ସହ କଳାକାରଙ୍କୁ କଳା ପ୍ରଦର୍ଶନ ପାଇଁ ଏଭଳି ମହୋତ୍ସବ ର ଆବଶ୍ୟକତା ଥିବା ମତ ରଖିଥିଲେ। ଅନ୍ୟ ଅତିଥୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , କ୍ରେଡେୟା ର ସଂପାଦକ ଇ. ପ୍ରସନ୍ନ ପାଢ଼ୀ , ସମାଜସେବୀ ନିରଞ୍ଜନ ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ଥିଲେ। ଏହି ଅବସରରେ ଇ. ଉମାଶଙ୍କର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟରେ ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ , ସମ୍ପାଦକ ଗୋପାଳ ପଟ୍ଟନାୟକ,ଉପ ସଭାପତି ମିହିର ରଞ୍ଜନ ତ୍ରିପାଠୀ, ଅନୀଲ କୁମାର ପାତ୍ର , ଦୈନିକ ଖବର କାଗଜ ସକାଳର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ। । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବର ତୃତୀୟ ସଂନ୍ଦ୍ୟାର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଦିଗପହଣ୍ଡି ଧର୍ମପୁରର ରଘୁନାଥ ନାଟ୍ୟକଳା ସଂଘର କଳାକାରଙ୍କ ଦ୍ଵାରା ରାମ ଲୀଳା ପରିବେଷଣ କରାଯାଇଥିଲା।ସେହିପରି ମହୋତ୍ସବ ର ତୃତୀୟ ରଜନୀରେ ନିଜ କଣ୍ଠର ଯାଦୁ ରେ ଉପସ୍ଥିତ ଦର୍ଶକଙ୍କୁ ଖୁବ୍ ମତୁଆଲା କରିଥିଲେ ଓଲିଉଡ ଗାୟିକା ନାଭ୍ୟା ଜ୍ୟୋତି। ଏଥିସହ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ମଞ୍ଚରେ ରାଜ୍ୟର ଅଗ୍ରଣୀ ଦୈନିକ ଓଡିଆ ଖବର କାଗଜ ‘ସକାଳ’ ପକ୍ଷରୁ ଶ୍ରେଷ୍ଠ ପ୍ରତିଭା ସମ୍ମାନ ରେ ରଘୁନାଥ ନାଟ୍ୟ କଳା ସଂଘର କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ରାମ ଲୀଳା ଟିମ୍ କୁ ସମ୍ମାନିତ କରାଯାଇଥିଲା। ସେହିପରି କାର୍ଯ୍ୟକ୍ରମ ର ପ୍ରତ୍ୟକ ଅପରାହ୍ନ ରେ ଆୟୋଜିତ କବିତା ଆସରରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ କବି ପ୍ରମୁଖ ଉପସ୍ଥିତ ରହି ନିଜର କବିତା ର ଶୀର୍ଷକ ଗାନ କରିଥିଲେ। ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ, ବିଭୁ ନନ୍ଦନ ପଣ୍ଡା ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *