ପୂର୍ବାଞ୍ଚଳ ବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଉମଙ୍ଗ ର ତୃତୀୟ ଦିନ ।

Spread the love

୩୭ତମ ପୂର୍ବାଞ୍ଚଳ ଅନ୍ତ ବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ “ଉମଙ୍ଗ”ର ଆଜି ତୃତୀୟ ଦିନର କାର୍ଯ୍ୟକ୍ରମ ଶେଷ ହୋଇଛି। ତୃତୀୟ ଦିନରେ ଛ ଟି ସଭସ୍ଥଳୀ ରେ ଦଶ ଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣ ରେ ଦୁଇ ଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଟି ଥିଲା ପାଶ୍ଚାତ୍ୟ ଦଳ ସଙ୍ଗୀତ,ସେଥିରେ ୭ ଟି ବିଶ୍ଵବିଦ୍ୟାଳୟ ଭାଗ ନେଇଥିଲେ ଏବଂ ଅପରାହ୍ନ ରେ ୧୩ ଗୋଟି ବିଶ୍ଵବିଦ୍ୟାଳୟ ଜନଜାତି ଲୋକ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ତାଙ୍କ ଲୋକ କଳା କୁ ପରିବେଶଣ କରିଥିଲେ।ସେହିଭଳି ବିଜୁଟ୍ଟନାୟକ ପ୍ରେଖ୍ୟଳୟ ରେ ମାଇମ ପ୍ରତିଯୋଗିତାରେ ୮ଟି ବିଶ୍ଵବିଦ୍ୟାଳୟ ତାଙ୍କ ଅଭିନୟ ପ୍ରଦର୍ଶନ କରିଥିଲେ।ଭଞ୍ଜମଣ୍ଡପରେ ଦଶ ଘଟିକା ସମୟ ରେ ଶାସ୍ତ୍ରୀୟ ଏକକ ବାଦ୍ୟଯନ୍ତ୍ର ପ୍ରତିଯୋଗିତା ହୋଇଥିଲା ବେଳେ ଦୁଇ ଘଟିକା ସମୟରେ ଶାସ୍ତ୍ରୀୟ ଏକକ କଣ୍ଠ ସଙ୍ଗୀତ ପ୍ରତିଯୋଗୀତା ସମ୍ପନ୍ନ ହୋଇଥିଲା। ଏହି ପ୍ରତିଯୋିତା ମାନଙ୍କ ରେ ୧୩ ଟି ଲେଖାଁଏ ବିଶ୍ଵବିଦ୍ୟାଳୟ ଭାଗ ନେଇଥିଲେ। ଏହାଛଡା ନୂତନ ସମ୍ମିଳନୀ କକ୍ଷ ରେ ବାଗ୍ମୀତା ପ୍ରତିଯୋଗିତାରେ ୧୨ଗୋଟି ବିଶ୍ଵବିଦ୍ୟାଳୟ ଭାଗ ନେଇଥିଲା ବେଳେ ପ୍ରଶ୍ନ ମଞ୍ଚ ର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଥିଲା। ଏତଦବ୍ୟତୀତ ସାମ୍ବାଦିକତା ଓ ଗଣ ଯୋଗଯୋଗ ବିଭାଗରେ ରଙ୍ଗୋଲି ପ୍ରତିଯୋଗୀତାରେ ୧୩ଗୋଟି ବିଶ୍ଵବିଦ୍ୟାଳୟ ଭାଗ ନେଇଥିଲେ । ସ୍କୁଲ୍ ଅଫ୍ ଏଜୁକେସନ ରେ ଇନଷ୍ଟଲେସନ ରେ ୯ ଗୋଟି ବିଶ୍ୱବିଦ୍ୟାଳୟ ପ୍ରତିନିଧତ୍ଵ କରିଥିଲେ।ବାଣିଜ୍ୟ ବିଭାଗର ସମ୍ମିଳନୀ କକ୍ଷ ରେ ସମୁଚିତ ଚିତ୍ରକଳା ପ୍ରତିଯୋଗୀତା ରେ ୧୦ଗୋଟି ବିଶ୍ଵବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ।ସନ୍ଧ୍ୟା ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ର ସାଂସ୍କୃତିକ ଦଳ ନିଜ କଳା କୁ ପରିବେଷଣ କରି ଦର୍ଶକ ଙ୍କ ମନ କୁ ଜିଣିଥିଲେ।

Leave a Reply

Your email address will not be published. Required fields are marked *