ବିକାଶରେ ସହଯୋଗ କରନ୍ତୁ, ଆମ୍ଭେ ଆପଣଙ୍କୁ ଏକ ସୁନ୍ଦର ବ୍ରହ୍ମପୁର ଦେବୁ ।
ବ୍ରହ୍ମପୁର(ପୀବିନ୍ୟୁଜ)ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଐତିହାସିକ ପୁଷ୍ଠାଭୂମି ଅଛି । କିନ୍ତୁ ଦୀର୍ଘ ଦିନର ଅପାରଗ ଓ ସ୍ଥାଣୁ ନେତୃତ୍ୱ ଯୋଗୁଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଦିଲ୍ଲୀ ଦରବାର ରୁ ତାର ନାର୍ଯ୍ୟଦବି ହାସଲ କରିବାରେ ବିଫଳ ହୋଇଛି । ସାଲିସ ଓ ମୁଣ୍ଡପୋତା ନେତୃତ୍ୱ ବ୍ରହ୍ମପୁରର ବିକାଶରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି , ବ୍ରହ୍ମପୁର ସହର ତଥା ଆଖ ପାଖ ଅଞ୍ଚଳର ଆଇନ ଶୃଙ୍ଖଳା ନକହିଲେ ଭଲ । ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଏକ ନମ୍ବର । ନାରୀ ନିର୍ଯାତନା , ହତ୍ୟା , ରାହାଜାନୀ ରେ ସମଗ୍ର ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ଆଜି ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି । ରାଜ୍ୟ ସରକାର ଜଙ୍ଗଲରେ କେତେ ବାଘ ଅଛି ଗଣିପରୁଥିବା ବେଳେ ଗଞ୍ଜାମ ଜିଲ୍ଲାରୁ କେତେ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି ତାହାର ହିସାବ ନାହିଁ । ଶୁଣାଯାଉଛି ଜିଲ୍ଲାରୁ ପାଖପାଖି ୭ ଲକ୍ଷ୍ୟ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ୨୫ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଦାଦନ ଶ୍ରମିକ ଦେଖିବାକୁ ମିଳିଛି । ଜିଲ୍ଲାରେ ଶୀତଳ ଭଣ୍ଡାର ଟିଏ ନାହିଁ କୃଷି ଓ କୃଷକଙ୍କ ଉନ୍ନତି କରିବାରେ ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଚାଷୀର ଜମିକୁ ପାଣି ଯୋଗାଇବାର ପ୍ରତିଶ୍ରୁତି ୨୫ ବର୍ଷ ହେଲା ପୂର୍ଣ୍ଣ ହୋଇପାରିଲା ନାହିଁ ।
କିଆଫୁଲ ଚାଷୀ , ମତ୍ସ୍ୟଜୀବୀ , ଆଖୁଚାଶୀ ମାନଙ୍କ ଅବସ୍ଥା ଶୋଚନୀୟ । ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭରଯୋଗ୍ୟ ବଡ଼ ମେଡ଼ିକାଲରେ ୫୦% ଭାଗ ଡାକ୍ତର ନାହାନ୍ତି , ନବୀନ ସରକାରଙ୍କର ଅବହେଳାରେ ମୂର୍ତ୍ତିମନ୍ତ ପ୍ରତୀକ ହେଉଛି ବଡ଼ ମେଡ଼ିକାଲ । ଅଜିମଧ୍ୟ MKCG ରେ ବର୍ଣ୍ଣ ୟୁନିଟ୍ ଟିଏ ପ୍ରତିଷ୍ଠା ହୋଇପାରିଲା ନାହିଁ ।
ବ୍ରହ୍ମପୁର ସହରର ମହାନଗର ନିଗମର ଦୁର୍ନୀତି କଥା କହିଲେ ଏକ ଗ୍ରନ୍ଥ ହେବ। ଘରପାନୁ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ଓ କେନ୍ଦ୍ର ସରକାର ହେଉଥିବା ଅନୁଦାନ କୁ ଉପଯୁକ୍ତ ଭାବରେ ବିନିଯୋଗ କରିବାକୁ ଦାବି କରୁଛୁ ।
2019 ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରକୁ ଜନିବିଲ ପ୍ରକଳ୍ପରୁ ଯୋଗାଇ ଦିଆଯାଉଥିବା ପାଣିର ଶୁଭ ଉଦ୍ଦଘଟାନ କଲେ କିନ୍ତୁ ଆଜି ମଧ୍ୟ ସହରର 30 ଭାଗ ଅଞ୍ଚଳକୁ ପିଇବା ପାଣିର ସୁଯୋଗ ମିଳିଲା ନାହିଁ । ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏକ ଶିଳ୍ପ ବିହୀନ ଜିଲ୍ଲା । ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ବିକାଶ ପାଇଁ ଗତ 25 ବର୍ଷ ମଧ୍ୟରେ ସାମଗ୍ରିକ ଭାବରେ କୌଣସି ପଦକ୍ଷେପ ନେଲେ ନାହିଁ ।
ନିର୍ବାଚନ ସମୟରେ ଗୁଣ୍ଡା ଓ ଟଙ୍କାର ବ୍ୟବହାର କରିବା ସହ ସରକାରୀ ପୋଲିସକୁ ବ୍ୟବହାର କରିବା ବିଜେଡି ସରକାରର ନିର୍ବାଚନ କୌଶଳକୁ ଏଥର ଜନସାଧାରଣ ବୁଝି ସାରିଛନ୍ତି ।
ଆମ୍ଭେ ଭାରତୀୟ ଜନତା ପାର୍ଟି ତରଫରୁ ଲୋକଙ୍କୁ ଅନୁରୋଧ କରୁଛୁ ବିନଭୟ ଓ ଚାପ କୁ ଖାତିର ନକରି ଓ ଏକ ସୁନ୍ଦର ବିକଶିତ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିକୁ ଭୋଟ ଦିଅନ୍ତୁ ।
