ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ଆନୁକୁଲ୍ୟରେଋଷିକୂଲ୍ୟା ମହୋତ୍ସବ ପାଳିତ ।

Spread the love


ବ୍ରହ୍ମପୁର (ପିବିନ୍ୟୁଜ୍) ଗତ ଚୈତ୍ର କୃଷ୍ଣ ତ୍ରୟୋଦଶୀ ଇଂ ତା ୦୬-୦୪-୨୦୨୪ ରିଖ ଶନିବାର ପବିତ୍ର ମହାବାରୁଣୀ ସ୍ନାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ଆନୁକୁଲ୍ୟରେ ପୂଣ୍ୟତୋୟା ମାଁ ଋଷିକୂଲ୍ୟା ଙ୍କ ମହୋତ୍ସବ ସମିତି ର ସଭାପତି ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ , ସଂପାଦକ ସନ୍ତୋଷ ତ୍ରିପାଠୀ ,ଉପ ସଭାପତି କରୁଣାକର ଦାଶ , କାର୍ଯ୍ୟକାରୀ ସଭାପତି ବାବୁଲା ଷଡ଼ଙ୍ଗୀ ,ସହ ସଂପାଦକ ଟୁଟୁରଥ, ସାଂଗଠନିକ ସଂପାଦକ ଯଜ୍ଞ ନାରାୟଣ ରଥ, କୋଷାଧ୍ୟକ୍ଷ ସନ୍ତୋଷ ତ୍ରିପାଠୀ, ନାରାୟଣ ଦାଶ, ଅରୁଣ ଶତପଥୀ, ଆଶୁତୋଷ ଦାଶ, ଵାପନଶତପଥୀ, ପରମାନନ୍ଦ ଦାଶ, ବାଳକୃଷ୍ଣ ତ୍ରିପାଠୀ, ବିପ୍ର ଷଡ଼ଙ୍ଗୀ, ଜିତେନ୍ଦ୍ର ରଥ, ପ୍ରକାଶ ଚନ୍ଦ୍ର ଦାଶ, ମନୋରଞ୍ଜନ ମହାପାତ୍ର, ଗଙ୍ଗାଧର ଶତପଥୀ ପ୍ରଭୃତି ସମସ୍ତ ସଦସ୍ୟ ଙ୍କ ସହଯୋଗ ତଥା ପ୍ରତାପପୁର ଗ୍ରାମବାସୀ ଓ ଆସିକା ଅଞ୍ଚଳ ବାସିଙ୍କ ସାହାଯ୍ୟ ଦ୍ଵାରା ମହାଆଡମ୍ବରରେ ପାଳିତ ହୋଇଯାଇଛି, ଉକ୍ତ ଉତ୍ସବରେ ବାବା ତୁମ୍ବେଶ୍ଵର, ପୁଡୁକେଶ୍ୱର ମହାଦେବ ଓଋଷିକୂଲ୍ୟା ଙ୍କ ତ୍ରିକାଳ ପୂଜା ଆରତୀ ଶାସ୍ତ୍ରୀୟ ବିଧି ଅନୁଯାୟୀ ହବନ ପୂର୍ବକ ପୂର୍ଣ୍ଣାହୁତି ହୋଇଯାଇଥିବା ବେଳେ ଗଂଜାମ,ଋଷିକୂଲ୍ୟା ଙ୍କ ମାହାତ୍ମ୍ୟ ଉପରେ ବିଭିନ୍ନ ଗବେଷକ ମାନଙ୍କ ଦ୍ବାରା ଆଲୋଚନା କରାଯାଇଛି, ପ୍ରତାପପୁର ଗ୍ରାମର ପଣ୍ଡିତ ନରସିଂହ ମିଶ୍ର ଓ ହଷିକେଶ ପାଣିଗ୍ରାହୀ କର୍ତ୍ତା ରୂପେ ପୂଜା କରିଥିଲେ ପ୍ରତାପପୁର ଗ୍ରାମବାସୀ ତଥା ସରପଞ୍ଚ ଦାଶରଥି ବେହେରା ଓ ସେବକ ରତ୍ନ ଗୈାରୀ ଶଙ୍କର ରାଉଳଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ଵାବଧାନରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉତ୍ସବ ମୁଖରିତ ହୋଇଥିଲା, କାର୍ଯ୍ୟକ୍ରମକୁ ଗ୍ରାମବାସୀ ଦେଖି ଆନନ୍ଦିତ ହୋଇ ସମିତି ସଭାପତି ପଣ୍ଡିତ ମହାଶୟଙ୍କୁ ଆଗାମୀ ବର୍ଷ ସପ୍ତ ଦିନାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ସହ ଋଷିକୂଲ୍ୟା ମହୋତ୍ସବ କରିବା ନିମନ୍ତେ ପ୍ରସ୍ତାବ ଦେଇ ସମିତି ର କର୍ମ କର୍ତ୍ତା ଙ୍କୁ ସମ୍ମାନିତ କରାଇଥିଲେ ।

Leave a Reply

Your email address will not be published. Required fields are marked *