ସମାଜ ସଂସ୍କାରକ ରାଜା ରାମ ମୋହନ ରାୟଙ୍କ ଜୟନ୍ତୀ ପାଳନ ।

Spread the love


ବ୍ରହ୍ମପୁର(ପିବିନ୍ୟୁଜ୍), ତା.୨୨.୫.୨୦୨୪ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଦେଶର ବିଶିଷ୍ଟ ସମାଜ ସଂସ୍କାରକ ତଥା ଭାରତରେ ନବଜାଗରଣର ଜନକ ରାଜା ରାମ ମୋହନ ରାୟଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି l ସମିତି ସମ୍ପାଦକ ଏସ.ସାମ୍ଵାଶିବା ରାଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲଠାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା l ହିନ୍ଦୁ ଧର୍ମରେ ବହୁ କାଳରୁ ଚଳି ଆସୁଥିବା ଅମାନବିୟ ଓ ଘୃଣ୍ୟ ସତୀ ଦାହ ପ୍ରଥା, ବହୁ ବିବାହ ପ୍ରଥା, ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବାରେ ରାଜା ରାମ ମୋହନ ରାୟଙ୍କ ପ୍ରଥମ ଓ ବଳିଷ୍ଠ ଭୂମିକା ରହିଛି ଏବଂ ସେ ହିଁ ଭାରତରେ ଜାତି ପ୍ରଥା ଓ ଧାର୍ମିକ ବିଦ୍ବେଷ ବିରୁଦ୍ଧରେ ଏକେଶ୍ୱରବାଦର ପ୍ରଚାର ପ୍ରସାର କରିଥିଲେ l ମୂର୍ତ୍ତି ପୂଜା ସମେତ ବିଭିନ୍ନ ଅନ୍ଧ ବିଶ୍ୱାସକୁ ଦୃଢ଼ ବିରୋଧ କରି ୧୮୧୫ରେ କୋଲକାତା ଠାରେ ଆତ୍ମୀୟ ସତ୍ତା ନାମରେ ଏକ ସଂସ୍ଥା ଓ ୧୮୨୮ରେ ବ୍ରାହ୍ମ ସମାଜ ପ୍ରତିଷ୍ଠା କରିଥିଲେ l ଏଣୁ ଭାରତରେ ଧର୍ମ ଓ ପରମ୍ପରା ନାଁ ରେ ଚଳି ଆସୁଥିବା ବିଭିନ୍ନ ଅନ୍ଧ ବିଶ୍ୱାସ ଓ ଅପସଂସ୍କୃତିକୁ ମୁଳଉତ୍ପାଟନ କରିବାରେ ପ୍ରଥମ ବ୍ୟକ୍ତିତ୍ୱ ରାଜା ରାମ ମୋହନ ରାୟଙ୍କୁ ନବ ଜାଗରଣର ଜନକ କୁହାଯାଏ l ଆଜିର କାର୍ଯ୍ୟକ୍ରମରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ଯୁବ ନେତା ଅଳକନାଥ ମିଶ୍ର, ଅଶୋକ ଦଳାଇ, ରାମ ଚନ୍ଦ୍ର ସାହାଣୀ, ବିଜୟ ଚନ୍ଦ୍ର ବିଷୋୟୀ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *