ବ୍ରହ୍ମପୁର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ।
ବ୍ରହ୍ମପୁର (ପିବିନ୍ୟୁଜ୍)ବ୍ରହ୍ମପୁର ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି l ଆଜିର ର ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟରେ ଏକ ଶାନ୍ତ ଚାପମୁକ୍ତ ପରିବେଶ ପାଇଁ ଲୋକମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଜରୁରୀ ହୋଇପଡ଼ିଛି l ଏହି ଅବସରରେ ବ୍ରହ୍ମହପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ ରେ ଅନୁଷ୍ଠିତ ଯୋଗଦିବସ କାର୍ଯ୍ୟକ୍ରମ ରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ . ଅନିଲ କୁମାର, ବ୍ରହ୍ମପୁର ଉପଜିଲ୍ଲାପାଳ, ମହାନଗର ନିଗମ କମିସନର , ମେୟେର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ. ବିବେକ ପ୍ରମୁଖ ଯୋଗ ଦେଇଥିଲେ l



