ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ର 27ତମ ବାର୍ଷିକୋତ୍ସବ।

Spread the love

ବ୍ରହ୍ମପୁର(ପିବିନ୍ୟୂଜ୍)ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ସମିତି ର ସଭାପତି ପଣ୍ତିତ ଶ୍ରୀ ନୀଳମାଧବ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ଉତ୍ସବରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଥିବା ବେଳେ, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନସାମନ୍ତରା ମୁଖ୍ୟ ବକ୍ତା ଭାବେ,ମୁକ୍ତିମଣ୍ଡପ ସଭାପତି ପଣ୍ତିତ ବିଶ୍ଵନାଥ ମିଶ୍ର ବକ୍ତା, ମେକ ମାଇ କେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ବ୍ୟାକରଣ ଅଧ୍ୟାପକ ପଣ୍ତିତ ସନାତନ ପଣ୍ଡା ଉଦ୍ଭାସକ,ମହାସଂଘ ସଭାପତି ସୁଶାନ୍ତ ସାବତ ଅଧିବକ୍ତା, ସମିତି ର ସମସ୍ତ କାର୍ଯ୍ୟକାରିଣୀ ଙ୍କ ସମେତ ଜିଲ୍ଲା ର ପ୍ରତ୍ୟେକ କୋଣ ଅନୁକୋଣ ରୁ ସହସ୍ରାଧିକ ବ୍ରାହ୍ମଣ ପୁରୋହିତ ଉପସ୍ଥିତ ରହି ବ୍ରାହ୍ମଣ ଙ୍କ ସମାଜ ରେ ଭୂମିକା ଉପରେ ଆଲୋକପାତ କରିବା ସହ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ କରିବା ଓ ଗବେଷଣାତ୍ମକ ବେଦ କର୍ମକାଣ୍ଡ ବିଦ୍ୟାଳୟ ତଥା ଗୁରୁକୂଳ ଆଶ୍ରମର ପ୍ରତିଷ୍ଠା ଉପରେ ଆଲୋଚ୍ୟ ହୋଇ ବ୍ରାହ୍ମଣଙ୍କୁ ସୁରକ୍ଷା ଦେଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ସମସ୍ତେ ମତ ବ୍ୟକ୍ତ କରିବା ବେଳେ ପଣ୍ତିତ ଉମାକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *