ପ୍ରେମ ହିଁ ସମାଧାନର ପନ୍ଥା ଯୁଦ୍ଧ ନୁହେଁ ବୋଲି କହିଲା ନାଟକ”କାରୁବାକୀ” । 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ।

Spread the love

ବ୍ରହ୍ମପୁର-(ପିବିନ୍ୟୁଜ)- ଇତିହାସକୁ ଫେରି ଚାହିଁଲେ ଆତଂକବାଦର ଏକ ସ୍ୱରୂପ କୁରୁକ୍ଷେତ୍ରର ପଟ୍ଟଭୂମିରେ ଦୃଷ୍ଟିଗୋଚର ହୁଏ । ମହାଭାରତ ଠାରୁ ଆଲେକଜାଣ୍ଡାରଙ୍କ ବିଶ୍ଵବିଜୟ ,ହିଟଲର,ମୁସୋଲିନି,ଦ୍ଵିତୀୟ ବିଶ୍ଵଯୁଦ୍ଧ, ସାମ୍ଭାବ୍ୟ ବିଶ୍ଵଯୁଦ୍ଧର ଛାୟା, ଶୀତଳ ଯୁଦ୍ଧ,ସବୁଠାରେ ଆତଙ୍କବାଦର ଜନ୍ମ ଅନ୍ୟ ଏକ ରୂପରେ ଅନ୍ୟ ଏକ ସଂଜ୍ଞା ରେ ରହିଛି ।କେଉଁଠି ସେ ସଂଜ୍ଞା ସାମ୍ରାଜ୍ୟବାଦ ତ ଆଉ କେଉଁଠି ଏକଛତ୍ରବାଦର ଲାଳସାରେ ପରିପୂର୍ଣ୍ଣ । ସମ୍ପ୍ରତି ସମଗ୍ର ବିଶ୍ୱର ଅନେକାଂଶ ପାଇଁ ଭୀତତ୍ରସ୍ତ । କିନ୍ତୁ ଆତଙ୍କବାଦର ଏକ ଭୟାଭୟ ପୃଷ୍ଠା ସମ୍ବଳିତ ଇତିହାସ ହେଉଛି”କଳିଙ୍ଗ ଯୁଦ୍ଧ” । କିଏ ଭୁଲିପାରିବ ସେ ଆତଙ୍କର ଲୀଳାକୁ । କିନ୍ତୁ କରୁଣାମୟୀ ପ୍ରେମର ମୂର୍ତ୍ତି କାରୁବାକୀ ଏକ ଆତଙ୍କବାଦୀ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଦେଇଥିଲା । କଣ ସାମ୍ପ୍ରତିକ ପରିସ୍ଥିତିରେ ଆତଙ୍କବାଦର ବିଲୋପ ପାଇଁ କାରୁବାକୀର ସେ ପ୍ରେମର ମନ୍ତ୍ର କଣ ଲୋଡ଼ା ? ଏମିତି କିଛି ସୁନ୍ଦର କଥାବସ୍ତୁକୁ ନେଇ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଆୟୋଜିତ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ସମ୍ବଲପୁର ସ୍ୱର ନାଟ୍ୟସଂସ୍ଥାର ନାଟକ”କାରୁବାକୀ” । ସରୋଜ କୁମାର ତପ୍ନଙ୍କ ରଚିତ ମାନସ ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଦନାର୍ଦ୍ଦନ ପ୍ରଧାନ ସଙ୍ଗୀତ ଦେଇଥିବା ବେଳେ ମାନସ,ଦିବ୍ୟାନୀ,,ଅଭଜିତ ଦନାର୍ଦ୍ଦନ,,ବିକାଶ,ପୁଷ୍ପାଞ୍ଜଳି, ରିତୁ ପ୍ରମୂଖ ଅଭିନୟ କରିଥିବା ବେଳେ ଆଲୋକରେ ବୃନ୍ଦାବନ ମିଶ୍ର ସହଯୋଗ କରିଥିଲେ । ଆୟୋଜକ ସଂଗଠନର ବରିଷ୍ଠ ସଦସ୍ୟ ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଦ୍ଵିତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବୃକ୍ଷ ମଣିଷ ସୁବାସ ମହାରଣା,ଗଞ୍ଜାମ ଜିଲ୍ଲା ହୋଟେଲ ମାଲିକ ସଂଘ ସଭାପତି ଉମା ଶଙ୍କର ପାଣିଗ୍ରାହୀ,ମହାନ ସଂଘର ସଭାପତି ସୁଶାନ୍ତ ସାବତଙ୍କ ଉପସ୍ଥିତିରେ ମହୋତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ ପାତ୍ର, ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ମଂଚାସୀନ ଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜ ଗୋପାଳ ପାଢ଼ୀ, ଅତିଥି ଆବାହନ ସ୍ୱାଗତ ଭାଷଣ ସହ ନାଟକ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ବ୍ୟାପୀ ହେବାକୁ ଥିବା ଓଡିଶା ନାଟକ ସମାରୋହ ସମିତି ତରଫରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦ୍ଘାଟନୀ ଦିବସର ପ୍ରଥମ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ କୈଳାସ ପାଣିଗ୍ରାହୀ,ଉମେଶ ଚୌଧୁରୀ,,ସୁନିଲ ସ୍ୱାଇଁ,ସରୋଜ ପଣ୍ଡା,ଆରତୀ ପାତ୍ର,ଜୟନ୍ତୀ ମିଶ୍ର, ସିଏତ.ଦେବଦାସ ,ଗିରିଜା ଶଙ୍କର ଦାସ ପ୍ରମୂଖ ସହଯୋଗ କରିଥିଲେ । କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ବିନାୟକ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *