ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ ।

Spread the love

ଭୁବନେଶ୍ବର: (ପିବିନ୍ୟୁଜ୍)ଇତ୍ୟବସରରେ ସ୍ଥାନୀୟ ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟରେ “Envisioning Teacher Education with Integrated Teacher Education Program (ITEP): Possibilities and Challenges” କୁ ଭିତ୍ତି କରି ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ମୋଡ୍ ରେ ଏକ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟ ଓ ସିମ୍ (Council for Educational Administration and Management) କେରଳର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ଜାତୀୟ ପାଠଚକ୍ରରେ ପୃଷ୍ଠପୋଷିକା ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଗାୟତ୍ରୀ ମହାନ୍ତି ପୌରୋହିତ୍ୟ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ | ସଂଯୋଜିକା ପ୍ରଫେସର ସବିତା ନାୟକ ପାଠଚକ୍ର ବିଷୟରେ ବକ୍ତବ୍ୟ ପ୍ରକାଶ କରିଥିଲେ | ମୁଖ୍ୟ ବକ୍ତା ପ୍ରଫେସର ହୃଷୀକେଶ ସେନାପତି, ପ୍ରାକ୍ତନ ନିର୍ଦ୍ଦେଶକ,ଏନ୍ ସିଇଆର୍ ଟି, ନୂଆ ଦିଲ୍ଲୀ ସମାଜରେ ଉତ୍ତମ ମାନବ ଏବଂ ଉତ୍ତମ ଶିକ୍ଷକ ସୃଷ୍ଟି କରିବା ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ | ଦିଲ୍ଲୀ ଶିକ୍ଷକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଧନଞ୍ଜୟ ଯୋଷୀ ଚାଣକ୍ୟ, କୌଟିଲ୍ୟଙ୍କ ଠାରୁ ଆରମ୍ଭ କରି ବିଶ୍ବବିଜୟୀ ବିବେକାନନ୍ଦ, ବିକ୍ରମ ସାରା ଭାଇଙ୍କ ସ୍ମୃତି ଚାରଣ କରି ଗୁଣୀ ଓ ସହୃଦୟ ଶିକ୍ଷକ ସୃଷ୍ଟି କରିବା ନିମନ୍ତେ ମତବ୍ୟକ୍ତ କରିଥିଲେ | ଆଞ୍ଚଳିକ ଶିକ୍ଷାନୁଷ୍ଠାନ ଭୋପାଳର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଆଇଟିଇପିର ବିଭିନ୍ନ ସମସ୍ୟା ଓ ସମ୍ଭାବନା ବିଷୟରେ ଅବଗତ କରାଇଥିବାବେଳେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଭୁବନେଶ୍ବରର ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଭାଷା ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ। ସଂପାନର କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ରୂପମ୍ ପ୍ରିୟା ଉଦ୍ଘାଟନୀ ଅବେଶନକୁ ପରିଚାଳନା କରି ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ମଧ୍ୟାହ୍ନ ଭୋଜନ ପରେ ବୈଷୟିକ ଅଧୂବେଶନରେ ସମୀକ୍ଷକ ଭାବରେ ସେବାନିବୃତ୍ତ ଅଧ୍ୟକ୍ଷ ଡକ୍ଟର ମହେଶ୍ବର ପଣ୍ଡା ଯୋଗ ଦେବା ସହ ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ମୋଡ୍ ରେ ପ୍ରାୟ ଷାଠିଏ ଜଣ ପ୍ରବନ୍ଧ ଉପସ୍ଥାପନ କରିଥିଲେ | ଉଦ୍ ଯାପନୀ ଅବେଶନରେ ଉତ୍କଳ ବିଶ୍ବବିଦ୍ୟାଳୟର ସହଯୋଗୀ ପ୍ରଫେସର ଡକ୍ଟର ସ୍ନିଗ୍ଧା ଦାସ ଶିକ୍ଷାର୍ଥୀମାନଙ୍କର ଆବଶ୍ୟକାନୁଯାୟୀ ଆମକୁ ଶିକ୍ଷା ଦାନ କରିବାକୁ ହେବ ବୋଲି କହିଥିଲେ | ବହୁ ସଂଖ୍ୟକ ଗବେଷକ, ସହକାରୀ ପ୍ରଫେସର ଓ ବି.ଏଡ୍‌., ଏମ୍. ଏଡ୍. ଛାତ୍ରୀ ଯୋଗଦେଇ ଉକ୍ତ ପାଠଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିଲେ |

Leave a Reply

Your email address will not be published. Required fields are marked *