ମହାନ ସଙ୍ଘ ପକ୍ଷରୁ ଡ଼ ପି ସି ସାହୁ ଙ୍କ ସ୍ମୃତିଚାରଣ ସଭା
ବ୍ରହ୍ମପୁର (ପିବି ନିଉଜ୍) ହିଲପାଟଣା ସ୍ଥିତ ମହାନ ସଙ୍ଘ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର କ୍ଷ୍ୟାତନାମା ଡାକ୍ତର ପ୍ରଫେସର ପି. ସି. ସାହୁଙ୍କ ଏକାଦଶ ମୃତ୍ୟୁ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଡାକ୍ତର ସାହୁ ଜୀବନ ତମାମ ରୋଗୀସେବା କରିବା ସହ ବିଭିନ୍ନ ସଂଗଠନରେ ସେବା ମୂଳକ କାର୍ଯ୍ୟରେ ନିୟୋଜିତ କରିଥିଲେ l ଶେଷରେ ତାଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ତାଙ୍କ ପରିବାର ସଦସ୍ୟ ଡ଼କ୍ଟର ସାହୁଙ୍କ ମର ଶରୀରକୁ MKCG ମେଡିକାଲ କଲେଜକୁ ଦାନ କରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉପଯୋଗ କରିଛନ୍ତି l ମହାନ ସଙ୍ଘର ଆଜୀବନ ସଦସ୍ୟ ହୋଇ, ସଙ୍ଘର ପ୍ରତେକ ସେବା କାର୍ଯ୍ୟକ୍ରମରେ ତାଙ୍କରି ଅବଦାନ ଅତୁଳନୀୟ ଥିଲା ବୋଲି ସଙ୍ଘ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାବତ ନିଜ ବକ୍ତବ୍ୟରେ କହିଥିଲେ l ସେହି ମହାନ ଆତ୍ମାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଉପାଧିରେ ଭୂସିତ କରିବାକୁ ସରକାରଙ୍କୁ ନିବେଦନ କରିବାକୁ ସଭାରେ ମତ ପ୍ରକାଶ ପାଇଥିଲା l
ସଭାରେ ସାମାଜିକ କର୍ମୀ ଆଦିତ୍ୟ ନାରାୟଣ ରଥ,ହରିକୃଷ୍ଣ ମିଶ୍ର, ସଞ୍ଜୟ କୁମାର ମାଝୀ,ତପନ ଜ୍ୟୋତି ପଣ୍ଡା, ଉମା ଶଙ୍କର ପାଣି, ପ୍ରମୋଦ ମହାରଣା, ଶ୍ରୀକାନ୍ତ ସାବତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
