ଅନିରୁଦ୍ଧ ଡ଼ାନ୍ସ ଏକାଡେମୀ ର ବାର୍ଷିକ ଉତ୍ସଵ , ନୃତ୍ୟ ରେ ଝୁମିଲେ ଦର୍ଶକ ।
ବ୍ରହ୍ମପୁର (ପିବିନୀଉଜ୍) ଅନିରୁଦ୍ଧ ଡାନ୍ସ ଏକାଡେମୀ ର ବାର୍ଷିକ ଉତ୍ସଵ ଗୋଷାଣୀ ନୂଆ ଗ୍ରାମ ଉତରେଶ୍ୱର ଭବନ ରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ମୁଖ୍ୟ ତଥା ନୃତ୍ୟ ଗୁରୁ ଶିବ ପ୍ରସାଦ ଆଚାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଯୋଗ ଦେଇ ଏକାଡେମୀ ର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏପରି ନୃତ୍ୟ କଳା ର ବିକାଶ ଲାଗି ଗୁରୁଙ୍କ ପ୍ରଶଂସା କରିଥିଲେ ।ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜିବୀ ଅଶୋକ ଶୁକ୍ଳା,କର୍ପୋରେଟର ପାର୍ବତୀ ପ୍ରଧାନ, ବିଜେପି ନାରୀ ନେତ୍ରୀ ବର୍ଷା ବିଦୁସ୍ମିତା, ବିଜେପି ନେତ୍ରୀ ଉଷାରାଣୀ ମହାପାତ୍ର, ସମାଜ ସେବିକା ସଂତୋଷିନି ବେହେରା, ସମାଜସେବୀ ଲିଟୁ ପଣ୍ଡା, ବଂଶୀଧର ଦାଶ, ଅଭିନେତା ଧିରେନ ତ୍ରୀପାଠୀ, ନୃତ୍ୟ ଗୁରୁ ସମୀର ନାୟକ, ଆମ୍ବୁଜ ସାହୁ, ଶିଳ୍ପପତି ରାଜା ସେନାପତି ଓ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିମନ୍ତ୍ରିତ ଅତିଥି ଓ ପ୍ରତିଭାଧାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏକାଡେମୀ ପକ୍ଷରୁ ସୁନୀଲ ମାଝୀ, ଭାନୁ ପ୍ରକାଶ, ସସ୍ମିତା ପଣ୍ଡା ପ୍ରମୁଖ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ଉତ୍ସାହ ର ସହ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

