କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କୋରପିଓ, ୩ ମୃତ, ୧୩ ଆହତ

Spread the love


ଗୋପାଳପୁର (ପିବିନ୍ୟୁଜ୍)୧୫/୨/୨୩: ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତ୍ର ପ୍ରାୟ ସାଢ଼େ ୧ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ରୁ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ବି.ସ୍ୱପ୍ନା ରେଡ଼ି(୨୨), ବି.ସଞ୍ଜୁ ରେଡ଼ି(୨୩) ଏବଂ ୧୨ ବର୍ଷର ବାଳିକା ପି.ଭାରତୀ ରେଡ଼ି । ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡିଆପଲ୍ଲୀ ଗ୍ରାମର ଆଦି ଆମ୍ମାଙ୍କ ପୁଅ ଦେବରାଜଙ୍କ ମଙ୍ଗଳବାର ରାତିରେ ବିବାହ ଥିଲା । ଲାଞ୍ଜିପଲ୍ଲୀ ଗ୍ରାମରୁ କନ୍ୟାଯାତ୍ରୀ ମାନେ ମାଣ୍ଡିଆପଲ୍ଲୀରେ ପହଞ୍ଚିଥିଲେ । ବାଟ ବରଣ ଚାଲିଥିବା ବେଳେ ବିଶ୍ଵବିଦ୍ୟାଳୟ ଠାରୁ ମାଣ୍ଡିଆପଲ୍ଲୀ ରାସ୍ତାରେ ଏକ ସ୍କୋରପିଓ ଗାଡ଼ି ନମ୍ବର ସି ଜି ୧୫ସିଟି ୮୫୦୦ ଗାଡ଼ିଟି ଦୃତ ଗତିରେ ଆସି କନ୍ୟାଯାତ୍ରୀଙ୍କ ପଛ ପଟୁ ଧକ୍କା ଦେଇ ବଡ଼ ସାହି ଭିତରେ ପଶି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ସୀତା ଆମ୍ମାଙ୍କ ପାହାଚକୁ ପିଟି ହୋଇ ଯାଇଥିଲା l ସେଠାରୁ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା l ଗୁରୁତର ଥିବାଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା l ସେଠାରେ ୩ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଅନ୍ୟମାନଙ୍କ ଚିକିତ୍ସା ଜାରୀ ରହିଥିବା ବେଳେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ବାହାରକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ମୃତ ସ୍ୱପ୍ନା ରେଡିଙ୍କ ଦିଅର ବି. ପ୍ରସାଦ ରେଡି ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୫୭/୨୩ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗାଡିକୁ ଜବତ କରିଛି l ତାହାସହ ମୁତଙ୍କ ଶବ ବ୍ୟବଛେଦ କରିବା ସହ ସଞ୍ଜୁ ରେଡିଙ୍କ ଶବକୁ ପୁରୀ, ଅନ୍ୟ ଦୁଇ ଜଣଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଥିବା ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *