ମହାନ୍ ସଂଘ ର ଚଳିତ ବର୍ଷ ର – ସବୁଜ ପୃଥିବୀବନ୍ଧୁ ମିଳନ ଉତ୍ସବ ପାଳିତ ।

Spread the love


ବ୍ରହ୍ମପୁର(ପିବିନ୍ୟୁଜ୍) ବ୍ରହ୍ମପୁର ରୁ ଆରମ୍ଭ ହୋଇ ଚାଳିଶି ବର୍ଷ ଧରି ନିଶ୍ୱାର୍ଥ ପର ସେବା କରି ସାରା ଦେଶ ରେ ସୁନାମ ଅର୍ଜନ କରି ଥିବା ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ର ଏକ ବନ୍ଧୁ ମିଳନ ଉତ୍ସବ ବିଶ୍ବ ନିକେତନ ପରିଷରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ସମସ୍ତ ସଭ୍ୟ ସଭ୍ୟା ଓ ଶୁଭେଛୁ ମାନଙ୍କୁ ସାଧୁବାଦ ଜଣାଇବା ସହ ଚଳିତ ବର୍ଷ ମହାନ୍ ସଂଘ ପକ୍ଷରୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସବୁଜ ପୃଥିବୀ ଉପରେ ଜନ ଜାଗରଣ କାର୍ଯ୍ୟ କ୍ରମ ଆୟୋଜନ ସହ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଆୟୋଜନ କରାଯିବା ସହ ବହୁ ଜନ କଲ୍ୟାଣ କାର୍ଯ୍ୟ କ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ସାବତ ସୂଚନା ଦେଇଥିଲେ। ଜରା ନିବାସରେ ଅଧିକ ବରିଷ୍ଠ ନାଗରିକ ଙ୍କୁ ନେବା ସହ ଶିକ୍ଷା ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିଷ୍ପତ୍ତି ହୋଇଥିଲା ଏହି ଅବସରରେ ଆଶ୍ରମ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା କାର୍ଯ୍ୟକ୍ରମ ରେ ଶ୍ରୀ ସୁବାଷ ମହାରଣା, ମହିଳା ବିଭାଗ ଅଧ୍ୟକ୍ଷ ଶ୍ରୀମତୀ ଦେବୀ ପ୍ରଭା ରଥ, ସମ୍ପାଦିକା ଶ୍ରୀମତୀ ଭାରତୀ ପାତ୍ର, ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରାମେଶ୍ୱରୀ ନନ୍ଦ, ଶ୍ରୀମତୀ ସନ୍ଧ୍ୟା ରାଣୀ ପଟ୍ଟନାୟକ, ଶ୍ରୀମତୀ ବନ୍ଦିତା ତ୍ରିପାଠୀ,ଶ୍ରୀମତୀ ସୁନୀତା ସାବତ,ଶ୍ରୀମତୀ ଅଭିଷିକ୍ତ। ଦେବୀ, ଡ ଧନଲକ୍ଷ୍ମୀ ପଟ୍ଟନାୟକ ,ଶ୍ରୀ ହରି କୃଷ୍ଣ ମିଶ୍ର, ଶ୍ରୀ ରୂପକାନ୍ତ ସାମନ୍ତରା, ଶ୍ରୀ ମହେନ୍ଦ୍ର ପାତ୍ର ଶ୍ରୀ ପଦ୍ମ ଦାସ, ଶ୍ରୀମତୀ ଅଳକା ସାହୁ, ନିବେଦିତା ପାଢ଼ୀ,ଶ୍ରୀ ଭଗବାନ ବେହେରା, ଶ୍ରୀମତୀ ନଳିନୀ ସାହୁ, ଶ୍ରୀ ଭୀଷ୍ମଚାର୍ଯ୍ୟ ଚଉଧୁରି,ଶ୍ରୀ ସୁରେଶ ତ୍ରିପାଠୀ, ସିମଞ୍ଚଲ୍ ପାଣିଗ୍ରାହୀ ପ୍ରମୁଖ ଙ୍କ ସମେତ୍ ବହୁ ସଦସ୍ୟ ସଦସ୍ୟା ଓ ସୁଭେଛୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *