ମୁରଲୀଙ୍କ ଜନ୍ମତିଥିରେ ମେଗା ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ ,୨୫୧ ୟୁନିଟ ରକ୍ତ ସଂଗ୍ରହ ,ମୁରଲୀଙ୍କ ଜନ୍ମତିଥିରେ ଆୟୋଜିତ ହୋଇଥିବା ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ଶିବିରର କାର୍ଯ୍ୟକ୍ରମକୁ ପ୍ରସଂଶା କଲେ ଆଇଜି

Spread the love

ବ୍ରହ୍ମପୁର,୨୦/୧/୨୩/:ଜନ୍ମଦିନକୁ କିଏ କେକ୍ କାଟି ପାଳନ କରନ୍ତି ତ ଆଉ କିଏ ମନ୍ଦିର ଯାଇ ଭୋଜିଭାତ ର ଆସର କରି ଖାଇବାକୁ ଦେଇଥାନ୍ତି । କିନ୍ତୁ ନିଜ ଜନ୍ମଦିନ କୁ ଅବିଷ୍ମରଣୀୟ କରିବା ପାଇଁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍. ମୁରଲୀ ମୋହନ । ରକ୍ତ ଭଣ୍ଡାରରେ ରକ୍ତର ଅଭାବ କୁ ଦୂରୀକରଣ କରିବା ଲକ୍ଷ ନେଇ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିବା ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରି ଜନ୍ମଦିନ କୁ ଉତ୍ସାହ ପୂର୍ବକ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୁରଲୀ । ସେ ଏଭଳି ନିଜର ଜନ୍ମଦିନରେ ଦୀର୍ଘ ୧୩ ବର୍ଷ ଧରି ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ବିଶାଳ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ବ୍ରହ୍ମପୁର କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କ ସଭାପତି ଓ ପୂର୍ବତନ କର୍ପୋରେଟର ହେଉଛନ୍ତି ଆର୍. ମୁରଲୀ ମୋହନ । ନିଜ ଜନ୍ମତିଥିରେ ବ୍ରହ୍ମପୁର ରାଧାକୃଷ ବଣିକ ସଂଘ, ଫ୍ରେଣ୍ଡସ୍ ଫର୍ ଏଭର୍ ଗ୍ରୁପ ଓ ଶଙ୍କର ନେତ୍ରାଳୟ ମିଳିତ ଆନୁକୂଲ୍ୟରେ ତୁଳସୀ ନଗର ପ୍ରଥମ ଲାଇନଠାରେ ଏକ ମେଗା ରକ୍ତ ଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛନ୍ତି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ଇ. ବିବେକ ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉକ୍ତ ମେଗା ଶିବରର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆଇଜି ଶ୍ରୀ ଭୋଇ ଏଭଳି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି କହିଥିଲେ । ସେହିପରି ବିଧାୟକ ଶ୍ରୀ ପଣ୍ଡା ସମସ୍ତ କର୍ପୋରେଟରଙ୍କୁ ନିଜ ଜନ୍ମଦିନ ପାଳନ ଅବସରରେ ଏଭଳି କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏଭଳି କାର୍ଯ୍ୟ ପାଇଁ ସେ ସବୁବେଳେ ସହଯୋଗ କରିବେ ବୋଲି କହିଥିଲେ । ମେୟର ଶ୍ରୀମତୀ ଦଳେଇ କହିଲେ ଯେ ପ୍ରତିବର୍ଷ ମୁରଲୀଙ୍କ ଜନ୍ମଦିନରେ ସମସ୍ତେ ଏକତ୍ରିତ ହେବା ଏବଂ ସ୍ବଇଚ୍ଛାରେ ଶହଶହ ଯୁବପିଢ଼ି ରକ୍ତଦାନ କରିବା ବଡ଼ କଥା । ତେଣୁ ସେ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥିମାନେ ମୁରଲୀଙ୍କୁଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ ଏବଂ ମଙ୍ଗଳ କାମନା କରିଥିଲେ । ରକ୍ତର ଅଭାବକୁ ଦୂର କରିବା ସହ ଲୋକଙ୍କ ସହିତ ଜଡ଼ିତ ହୋଇ ରହିବା ପାଇଁ ପ୍ରତିବର୍ଷ ଜନ୍ମ ଦିବସ ଅବସରରେ ଏକ ରାକ୍ତଦାନ ଶିବିର ଆୟୋଜନ କରନ୍ତି ଆର୍ ମୁରଲୀ ମୋହନ । ଚଳିତ ଥର ଆୟୋଜିତ ହୋଇଥିବା ରକ୍ତଦାନ ଶିବିରକୁ ମିଶାଇ ୧୩ବର୍ଷ ପୂର୍ଣ୍ଣ ହୋଇଛି । ରକ୍ତଦାନ ଏକ ମହତ ଦାନ । ଏହି ମହତ ଦାନ ଅନ୍ୟ କାହାର ଜୀବନ ବଞ୍ଚେଇପାରେ । ତେଣୁ ସମସ୍ତଭାଇ ଓ ବନ୍ଧୁଗଣମାନଙ୍କୁ ଆବଶ୍ୟକ ସ୍ଥଳେ ରକ୍ତଦାନ କରିବାକୁ ମୁରଲୀ ଙ୍କ ସମେତ ସମସ୍ତ ଅତିଥି ଅନୁରୋଧ କରିଥିଲେ । ଆଜିର କାର୍ଯ୍ୟକ୍ରମ ସମସ୍ତଙ୍କ ଭଲ ପାଇବା ଓ ଭଗବାଙ୍କ କୃପାରୁ ହୋଇପାରିଛି । କାରଣ ଏହି ଜନ୍ମ ଦିବସ ଅବସରରେ ତିରୁପତି ଯିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଭଗବାନଙ୍କ କୃପା ଓ ଆପଣଙ୍କ ଭଲ ପାଇବା ଯୋଗୁଁ ଆଜି ଏହି କାର୍ଯ୍ୟକ୍ରମ ହୋଇପାରିଛି ବୋଲି ଶ୍ରୀ ମୁରଲୀ ମୋହନ କହିଥିଲେ ।ଏହି ମେଗା ଶିବିରରେ ମୋଟ ୩୩୦ରୁ ଉର୍ଦ୍ଧ୍ବ ୟୁନିଟ୍ ସଂଗ୍ରହ ହୋଇଛି । ଆଖପାଖ ଅଞ୍ଚଳର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ବିଭିନ୍ନ ବିଭାଗରେ ଯଥା: ମେଡ଼ିସିନ୍,ହୃଦ୍ ରୋଗ, ସ୍ନାୟରୋଗ,ଅସ୍ଥି ରୋଗ,ସଲ୍ୟ ଚିକିତ୍ସା,ରକ୍ତ,ମଧୁମେହ,ରକ୍ତ ଚାପ ଆଦି ଚିକିତ୍ସା କରାଯାଇଥିଲା। ଏଥିରେ ତୁଳସୀ ନଗର, ଗେଟବଜାର,ସୋମନାଥ ନଗର,ଖାଜା ସାହି ସମେତ ୧୫ନଂ ୱାର୍ଡ ଆଖପାଖ ଅଞ୍ଚଳର ପ୍ରାୟ ୫୦୦ରୁ ଉର୍ଦ୍ଧ ଲୋକେଯୋଗ ଦେଇ ନିଜର ସ୍ବାସ୍ଥ୍ୟଗତ ବିଷୟ ସଂପର୍କରେ ବରିଷ୍ଠ ଡାକ୍ତର ମାନଙ୍କ ସହ ପରାମର୍ଶ କରି ମାଗଣା ସେବାର ସୁଯୋଗ ଉପଲବ୍ଧ କରିଥିଲେ। ସେଥିମଧ୍ୟରୁ ୩୦ଜଣଙ୍କ ଅସ୍ତ୍ରୋପଚାର ସ୍ଥାନୀୟ ହସ୍ପିଟାଲରେ କରାଯିବ ଏଠାରେ କୁହାଯାଇଥିଲା ।ଏଥିରେ ଅର୍ବାନ ବ୍ୟାଙ୍କର ବହୁ ଡ଼ାଇରେକ୍ଟର,
ମହାନଗର ନିଗମର ସମସ୍ତ କର୍ପୋରେଟର, ସମାଜସେବୀ ଭୀମସେନ ଦଳେଇ , ସମାଜସେବୀ ଅରକ୍ଷିତ ଜେନା, ଆର୍.ମୁରଲୀମୋହନଙ୍କ ମା. ଆର୍ ସାବିତ୍ରୀ, ଧର୍ମପତ୍ନୀ ତଥା କର୍ପୋରେଟର ଆର୍ .ପାୱାନି ମୁରଲୀଙ୍କୁ ଜନ୍ମଦିର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ମୁରଲୀଙ୍କ ଜନ୍ମ ଦିବସ ଅବସରରେ ଉପସ୍ଥିତ ଥିବା ଅତିଥିମାନଙ୍କ ସମେତ କର୍ପୋରେଟର,ସମାଜସେବୀ,ଅର୍ବାନ ବ୍ୟାଙ୍କ ଡ଼ାଇରେକ୍ଟର,ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ରାଧାକୃଷ୍ନ ବଣିକ ସଂଘର କର୍ମକର୍ତ୍ତା ମନୋଜ କୁମାର ସାହୁ, ତିରୁପତି ସୁବୁଦ୍ଧି, ସତ୍ୟନାରାୟଣ ପାତ୍ର,ଶ୍ରୀକାନ୍ତ ପାଣିଗ୍ରାହୀ,ସୁଭାଷ ପାତ୍ର, ପଞ୍ଚାନନ ରାଉତ,ସନ୍ତୋଷ କୁମାର, ଅହମ୍ମଦ,ରମେଶ ନାୟକ, ମନୋରଞ୍ଜନ ପଟ୍ଟନାୟକ, ସୀମାଞ୍ଚଳ ପଣ୍ଡା ସରୋଜ ଦାସ,ସୁଶୀଳ ସେନାପତି,କାଳୀଚଣର ତ୍ରିପାଠୀ, ବାବୁ ପଟ୍ଟନାୟକ, ବାବୁଜୀ ସାହୁ, ରାଜୁ ବେହେରା, ଶୀତଳ ଦାସ,ବଦ୍ରି ପଣ୍ଡା ସହଯୋଗ କରିଥିଲେ । ମହାନଗର ସଭାପତି ବିଜୟ ସାମଲ, ଯୁବ ସଭାପତି ଅଜିତ କୁମାର ପଣ୍ଡା, ଜିଲ୍ଲା ଜୋନ ସଭାପତି ଛାତ୍ର ଜ୍ୟୋତି ରଞ୍ଜନ ସାହୁ,ସଭାପତି ଶୋଭନ ନାୟକ, ମୁକୁନ୍ଦ ଗୌଡ,ଆର୍ କ୍ରୀଷ୍ଣା ରେଡ୍ଡି, ଟୁନା ମହାରଣା, ଅଭିନ ସୁନ୍ଦର ବେହେରା, ଅରୁଣ କୁମାର ଗୌଡ଼,ଦିଲ୍ଲୀପ ପାତ୍ର,ମିର୍ଜା ଜାୱେଦ ବେଗ, ମୁନ୍ନା ରେଡ୍ଡି, ,କେ.କଟେଶ୍ୱର ରାଓ,କେ.ଲକ୍ଷ୍ମଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁରଲୀଙ୍କ ପରିବାରର ମା ଆର୍ ସାବିତ୍ରୀ, ପତ୍ନୀ ଆର୍ ପାୱନୀ, ଭାଇ ଆର୍ ରବି ପ୍ରସାଦ,ଆର୍ କିରଣ,ଆର୍ ଲଳିତା, ଆର୍ ପଦ୍ମା, ଆର୍ ବିମଳା, ଆର୍ ଚିନ୍ମୟୀ, ବଂଶୀ, ପ୍ରଣବୀ, ହନି, ମୋହିତ, ଲକି, ନିଖିଲ, ମିନାକ୍ଷୀ, ମାନ୍ୟଶ୍ରୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ସ୍ୱାଗତ କରିଥିଲେ ।ସନ୍ଧ୍ୟାରେ ଜୋରା ଆଶ୍ରମରେ କେକ କଟିବା ସହ ଫଳ ବଣ୍ଟନ ପରେ ଏମକେସିଜି ମେଡ଼ିକାଲରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *