ଭାରତ ପର୍ବରେ ଯୋଗ ଦେବା ପାଇଁ ଭଞ୍ଜନଗର ପଶୁମୁଖା କଳାକାର ଙ୍କ ଦିଲ୍ଲୀ ଗସ୍ତ
ଭଞ୍ଜନଗର(ପିବିନ୍ୟୂଜ୍ ),୨୨/୦୧ : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ରାଜଧାନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ପର୍ବରେ ଯୋଗ ଦେବା ପାଇଁ ଭଞ୍ଜନଗର ପଶୁମୁଖା କଳାକାର ମାନେ ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଲାଲକିଲା ଠାରେ ଭାରତପର୍ବ ଅନୁଷ୍ଠିତ ହେଉଛି। ଏଥିରେ ସାରା ଭାରତର ବିଭିନ୍ନ ପ୍ରାନ୍ତରୁ ୧୪୪୨ ଜଣ କଳାକାର ବିଭିନ୍ନ ପ୍ରାଦେଶିକ ପାରମ୍ପରିକ ନୃତ୍ୟ କଳା ପ୍ରଦର୍ଶନ କରିବେ ବୋଲି ଜଣାପଡିଛି। ଏହି ଉତ୍ସବରେ ଯୋଗଦେବା ପାଇଁ ଓଡିଶାରୁ ଭଞ୍ଜନଗର ବିଶ୍ବ ଜନନୀ କଳା ପରିଷଦର ପଶୁମୁଖା ନୃତ୍ୟ କଳାକାର ମାାନେ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ଘୁମୁସର ମାଟିର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାର ପରମ୍ପରା ଓ ବନ ସୁରକ୍ଷା ସଂର୍ପକୀତ ବାର୍ତ୍ତା ନିଜ ନୃତ୍ୟ କଳା ମାଧ୍ୟମରେ ପ୍ରଦର୍ଶନ କରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଜଗଦୀଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଅନୁଷ୍ଠାନର ମୁଖ୍ୟ ଶାନ୍ତୁନୁ କୁମାର ଦାସଙ୍କ ପୌଁରହିତ୍ୟରେ ୧୭ ଜଣ କଳାକାର ବିଭିନ୍ନ ପଶୁମୁଖା ମାନଙ୍କ ବେଶକୁ ସାଙ୍ଗରେ ନେଇ ଟ୍ରେନ୍ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି। ଏଭଳି ଜାତୀୟ ସ୍ତରରେ ଭଞ୍ଜ ମାଟିର କଳାକାର ମାନେ ନୃତ୍ୟ ପ୍ରଦାର୍ଶନ କରିବା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।