ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଜାତୀୟ ମତଦାତା ଦିବସ

Spread the love

ଭଞ୍ଜନଗର(ପିବୀ ନ୍ୟୁଜ୍),୨୫/୦୧ : ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର,ସଂମ୍ମାନୀତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଶ ଗୌରବ କର ଯୋଗ ଦେଇଥିଲେ। ଭୋଟ ଦାନ ହେଉଛି ପ୍ରତ୍ୟେକ ନାଗରିକ ଙ୍କ ଅଧିକାର ଏଥି ପାଇଁ ତୃଣମୁଳ ସ୍ତରରୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି । ୧୮ ବର୍ଷ ବୟସ ଅତିକ୍ରମ କରିଥିବା ଯୁବକ ଯୁବତୀ ମାନେ ଭୋଟ ତାଲିକାରେ ନିଜକୁ ସାମିଲ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଯୁବକ ଯୁବତୀ ମାନେ ସେମାନଙ୍କ ନାମ ପଞ୍ଜିକୃତ କରି ନିଜର ଭୋଟ ଦେବାର ଅଧିକାର ସାବ୍ୟସ୍ତ ସହ ରାଷ୍ଟ୍ର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ରାୟ ସଚେତନ କରାଇଥିଲେ । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମତଦାନ ପାଇଁ ଶପଥପାଠ କରାଇଥିଲେ । ଏହି ଅବସରରେ ଉକ୍ତୃଷ୍ଟ କାମ କରିଥିବା ବୁଥ ଲେବଲ ଅଫିସର ଏବଂ ସୁପରଭାଇଜର ମାନଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଥିଲା । ନୂତନ ଭୋଟଙ୍କୁ ଭୋଟ କାର୍ଡ ପ୍ରଦାନ ଏବଂ ବରିଷ୍ଠ ନାଗରିକ ରବିନ୍ଦ୍ର ନାଥ ପଣ୍ଡା ଏବଂ କାଞ୍ଚନ ପାତ୍ରଙ୍କୁ ବରିଷ୍ଟ ଭୋଟର ଭାବେ ସଂମ୍ମାନୀତ କରାଯାଇଥିଲା। ଇଲେକସନ ସେକ୍ସନ ଅଧିକାରୀ ମୁକ୍ତିପଦ ନାୟକ ଏହାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *