ପ୍ରେସ୍, ପୋଲିସ, ପ୍ରଶାସନ, ପଲଟିସିଆନ୍ ଓ ଆଇନଜୀବି ମାନଙ୍କ ମଧ୍ୟରେ ଅମର ରହିବେ ଚିରଞ୍ଜିତ ରାଜଗୁରୁ ।
ବ୍ରହ୍ମପୁର, (ପିବିନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ଜଣେ ଅଦ୍ୱିତୀୟ କ୍ରାଇମ୍ ରିପୋର୍ଟର ସାମ୍ବାଦିକ ତଥା ଜଣାଶୁଣା ଆଇନଜୀବି ଓ ଦୈନିକ ସକାଳର ବ୍ରହ୍ମପୁର ପ୍ରତିନିଧି ଚିରଞ୍ଜିତ ରାଜଗୁରୁଙ୍କ ବୁଧବାର ସକାଳ ସମୟରେ ବିୟୋଗ ହୋଇଯାଇଛି। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇ ଥିଲା। ଦୀର୍ଘ ଏକ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସି ନଥିଲା । ସେନେଇ ତାଙ୍କୁ ବାହାର ମେଡିକାଲ ନେବା ପାଇଁ ବହୁ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ଵେ ମଧ୍ୟ ସମସ୍ତେ ବିଫଳ ହୋଇଥିଲେ। ଶେଷରେ ବଡ଼ ମେଡିକାଲ କଲେଜରେ ବହୁ ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ ଆଜି ସକାଳୁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବାପା ଲଳିତ ମୋହନ ରାଜଗୁରୁ, ବଡ଼ ଭାଇ ଶକ୍ତିଧର ରାଜଗୁରୁଙ୍କ ସମେତ ପୁଅ, ଝିଅ, ଝିଆରି ସର୍ମ୍ପକୀୟ ଭାଇ, ଭଉଣୀ ଓ ଜ୍ବାଇଁ ମାନେ ଉପସ୍ଥିତ ଥିଲେ। ପ୍ରକାଶ ଯୋଗ୍ୟ ଯେ, ଚିରଞ୍ଜିତ ରାଜଗୁରୁ ସାମ୍ବାଦିକତା କ୍ଷେତ୍ରର ଜଣେ ପରିଚିତ ଚେହେରା ଥିଲେ, ପ୍ରତିଦିନ ଦୁଖୀ ରଙ୍କିଙ୍କର ସେବାରେ ସେ ନିଜକୁ ନିୟୋଜିତ କରିଥିଲେ। ସାମ୍ବାଦିକତା ଏକ ବୃତ୍ତି ନୁହଁ ସାମାଜିକ ମୂଲ୍ୟବୋଧ ବୋଲି କହି ପ୍ରତିଦିନ କିଛି ନା କିଛି ସେବା ଜାରି ରଖିଥିଲେ। ବ୍ରହ୍ମପୁରରେ ଅନେକ ସାମ୍ବାଦିକ ଓ ଓକିଲଙ୍କ ସେ ଦରଦୀ ବନ୍ଧୁ ଥିଲେ, ଜଣେ ମିଷ୍ଠଭାଷୀ, ମେଳାପୀ, ସ୍ନେହୀ, ପରୋପକାରୀ ବ୍ୟକ୍ତି ବିଶେଷ ଭାବେ ସେ ଜଣାଶୁଣା ଚେହେରା ରହିଥିଲେ । ରାତି ହେଉ ଅବା ଦିନ ଯେତେବେଳେ ଫୋନ୍ ଟିଏ ଆସେ, ସେ ସାହାଯ୍ୟ ଓ ସହଯୋଗ ପାଇଁ ଦୌଡ଼ି ଯାଇ ସହଯୋଗର ହାତ ବଢାଉ ଥିଲେ। ଏଭଳି ଜଣେ ଅମାୟକ କର୍ତ୍ତବ୍ୟରେ ଦୃଢପୋଣ ଥିବା ବ୍ୟକ୍ତିତ୍ବଙ୍କୁ ହରାଇ ସମଗ୍ର ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ସର୍ବ ପରି ଦକ୍ଷିଣ ଓଡିଶା ଆଜି ସ୍ଥବ୍ଧ ହୋଇଛି। ତାଙ୍କ ଶେଷ ଦର୍ଶନ କରିବାକୁ ସହରର ହଜାର ହଜାର ଲୋକ ଦୋୖଡି ଆସିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ସମାଜସେବୀ ତଥା ଯୁବ ନେତା ଏ. ସନ୍ତୋଷ କୁମାର ପାତ୍ରଙ୍କ ସମେତ ଏମ୍କେସିଜି ପରିସରରେ ବହୁ ଓକିଲ, ସାମ୍ବାଦିକ, ବୁଦ୍ଧଜୀବି, ନେତା ଓ ବିଭିନ୍ନ ପୋଲିସ ଥାନାର ଅଧିକାରୀ ମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ମୁହଁରେ କୋହ, ଆଖିରେ ଆଖିଏ ଲୁହ ଦେଖିବାକୁ ମିଳିଥିଲା, ପରେ ଏମ୍କେସିଜି ପରିସରକୁ ତାଙ୍କ ଜୟ ପ୍ରକାଶ ନଗର ସ୍ଥିତ ନିଜସ୍ଵ ବାସ ଭନବକୁ ମର ଶରୀର ଅଣାଯାଇ, ପ୍ରଥମେ ସକାଳ କାର୍ଯ୍ୟାଳୟ ପରେ ବ୍ରହ୍ମପୁର ପ୍ରେସ ବ୍ଲକ୍ ଏବଂ ଶେଷରେ କୋର୍ଟ ପରିସର ହୋଇ ଖୋଡାସୀଙ୍ଗି ଶ୍ମଶାନ ଠାରେ ଶେଷ କୃତ୍ଵ ସମ୍ପନ୍ନ କରାଯାଇ ଥିଲା । ଏହି ଦୁଃଖଦ ସମୟରେ ବହୁ ପରିବାଗର ବର୍ଗଙ୍କ ସମେତ ସାହି ପଡିଶା, ବନ୍ଧୁ ବାନ୍ଧବ, ଆତ୍ମୀୟ ପରିଜନଙ୍କ ସମେତ ବହୁ ମାଣ୍ୟଗନ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ବହୁ ସାମ୍ବାଦିକଙ୍କ ମୁହଁରେ କେବଳ ଗୋଟିଏ ମାତ୍ର କଥା ଥିଲା କି, ଅଦ୍ୱିତୀୟ କ୍ରାଇମ୍ ରିପୋର୍ଟର ସାମ୍ବାଦିକ ଥିଲେ ଚିଣ୍ଟୁ ଭାଇ ଥିବା ବେଳେ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଚିରଞ୍ଜିତ ରାଜଗୁରୁ ପୋଲିସ, ପ୍ରଶାସନ, ପଲଟିସିଆନ୍, ପ୍ରେସ୍ ଓ ଆଇନଜୀବିଙ୍କ ମଧ୍ୟରେ ଏକ ସେତୁ ଥିଲେ ବୋଲି ଶୁଣିବାକୁ ମିଳିଥିଲା । ଚିରଞ୍ଜିତଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇ ଥିବାବେଳେ, ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସାମାଜିକ ଗଣ ମାଧ୍ୟମରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
