ଭୁବନେଶ୍ୱରରେ ନାଟକ ‘ସାଉଁଟା କଇଁ ‘ ଉଚ୍ଚ ପ୍ରଶଂସିତ

Spread the love

ବ୍ରହ୍ମପୁର (ପିବିନ୍ୟୂଜ୍)/04.08.2023 – ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ରାଜ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଏଵଂ ଓଡିଶା ନାଟ୍ୟ ସଙ୍ଘ ସହଯୋଗରେ ଆୟୋଜିତ “ନାଟ୍ୟଧାରା” ଉତ୍ସବରେ ୩ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁରର ଓଡିଶା ନାଟକ ସମାରୋହ ସମିତି ତରଫରୁ ପଞ୍ଚାନନ ଦାସଙ୍କ ରଚିତ ଏଵଂ ସତ୍ୟବ୍ରତ ଦାସଙ୍କ ନିର୍ଦ୍ଦେଶିତ ନାଟକ “ସାଉଁଟା କଇଁ ” ମଞ୍ଚସ୍ଥ ହୋଇ ବେଶ ଲୋକପ୍ରିୟତା ସହ ଦର୍ଶକଙ୍କୁ ଆକୃଷ୍ଟ କରିଛି l କନ୍ୟା ସନ୍ତାନ ଓ ଭୃଣ ହତ୍ୟା ଉପରେ ଆଧାରିତ ବିଷୟବସ୍ତୁ ଉପରେ ନାଟକ ପରିବେଷଣ କରାଯାଇଥିଲା l ବଳିଷ୍ଠ କାହାଣୀ ସାଙ୍ଗକୁ ଚରିତ୍ର ମାନଙ୍କର ନିଖୁଣ ଅଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିବା ଯୋଗୁଁ ପ୍ରେକ୍ଷlଳୟ ରେ ଭରପୁର ଦର୍ଶକମାନେ ଏହାର ଆନନ୍ଦ ଉଠାଇଥିଲେ l ସଭାପତି ଅନିଲ କୁମାର ପାତ୍ରଙ୍କ ନେତୃତ୍ୱରେ ଏହି ନାଟ୍ୟଦଳ ଭୁବନେଶ୍ୱର ଯାତ୍ରା କରି ଥିବା ବେଳେ ବିଭିନ୍ନ ଭୂମିକାରେ ଆରତୀ, ସସ୍ମିତା, ରାଧାକାନ୍ତ, ବିଘ୍ନ, ଗିରିଜା, ବିନାୟକ, ସନ୍ଦୀପ ଓ ରମେଶ ଅଭିନୟ କରିଥିଲେ, ସଂଗୀତରେ ଯତୀନ ଦାସ ଓ ଅରୁଣ ଅଂଶଗ୍ରହଣ କରିଥିଲେ l ନଳିନୀ ଗୌଡ଼ ରୂପସଜ୍ଜା କରିଥିବା ବେଳେ ଡ ମିହିର ତ୍ରିପାଠୀ ଓ ନାରାୟଣ ମହାଙ୍କୁଡ ମୁଖ୍ୟ ବ୍ୟବସ୍ଥାପକ ଭାବେ କାର୍ଯ୍ୟ ସମ୍ପାଦନା ଦେଇଥିଲେ l କୈଳାସ ପାଣିଗ୍ରାହୀ ଏଵଂ ରବୀନ୍ଦ୍ର କୁମାର ନାୟକ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟକାର ମେଜର ରମl ରମଣ ପାଢ଼ୀ ,ଇଁ ଯାମିନୀକାନ୍ତ ଦାସ, ଓଡିଶା ନାଟ୍ୟ ସଙ୍ଘର ସଭାପତି ହରେନ ସାହୁ ଏବଂ ସମ୍ପାଦକ ଶୁଭକାନ୍ତ ପାଢ଼ୀ ଅତିଥି ଭାବେ ମଞ୍ଚସୀନ ଥିଲେ l

Leave a Reply

Your email address will not be published. Required fields are marked *