ଯୁବଗୋଷ୍ଠି ସଚେତନ ହେଲେ ଗଂଜାମ ଜିଲ୍ଲାରୁ ଏଚ.ଆଇ.ଭି ମୂଳପୋଛ ହେବ।

Spread the love


ବ୍ରହ୍ମପୁର(ପିବିନ୍ୟୁଜ), ୬:୮:୨୦୨୩- ଆଜି ତା ୬ ଅଗଷ୍ଟ ୨୦୨୩ରିଖରେ ସ୍ୱାସ୍ଥ୍ୟ ସମିତି ଗଂଜାମ ଜିଲ୍ଲା ପକ୍ଷରୁ ଛାତ୍ରମାନଙ୍କୁ ନେଇ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏଥିରେ ୧୫୦ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଓ ପ୍ଲାକାର୍ଡ଼ ଧରି ଏଚ.ଆଇ.ଭି ସମ୍ୱନ୍ଧରେ ସଚେତନତା ବାର୍ତା ଦେଇଥିଲେ | ସର୍ବେକ୍ଷଣରୁ ଜଣାଯାଇଛି ଯେ ଯୁବ ଗୋଷ୍ଠୀ ଚାହିଁଲେ ଆମ୍ଭେମାନେ ଏଚ.ଆଇ.ଭି କୁ ରୋକିପାରିବା | ଏଚ.ଆଇ.ଭି /ଏଡ଼ସ, ଯୌନ ସଂକ୍ରମଣ ରୋଗ, ଯକ୍ଷ୍ମା ଓ ଅନ୍ୟାନ୍ୟ ରୋଗ ସମ୍ପର୍କରେ ସଚେତନତା ବାର୍ତା ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ | ଏହି କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଆର୍ଥିକ ସହାୟତା କରିଛନ୍ତି | ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ | ମାରାଥନ କାର୍ଯ୍ୟକ୍ରମ ସରିବା ପରେ ଏକ ସଚେତନତା କାର୍ଯ୍ୟକ୍ରମ ଡାକ୍ତର ମିଶ୍ରଙ୍କ ଅଧକ୍ଷତାରେ କରାଯାଇଥିଲା | ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର. ଜଗଦୀଶ ପଟନାୟକ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ଅବନୀ କୁମାର ପାତ୍ର, ଡା. ଗୀତିମୟୀ ପଟନାୟକ, ଜିଲ୍ଲା ରେଡ ରିବନ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ଆଚାର୍ଯ୍ୟ, ଶୁଭକାମନା ଟ୍ରଷ୍ଟ ଧର୍ମରାଇପୁର ପାଟପୁର, ଗଂଜାମର ଚେୟାରମ୍ୟାନ ଶ୍ରୀଯୁକ୍ତ ମନୋଜ କୁମାର ରଥ, ଜିଲ୍ଲା ଏଡ଼ସ ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ଦାଶ, ଜିଲ୍ଲା ଯକ୍ଷ୍ମା ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ବିଦେଶୀ ଜେନା, ଯକ୍ଷ୍ମା ବିଭାଗର ସୁଧୀରକାନ୍ତ ବେହେରା, ଏବଂ ଏଡ଼ସ ସେଲ ର ଡ. ସନ୍ତୋଷ କୁମାର ରାଜୁ ପ୍ରମୁଖ ଯୋଗ ଦେଇଥିଲେ | କୃତି ଛାତ୍ରମାନେ ରାଜ୍ୟସ୍ତରୀୟ ମାରାଥନରେ ଅଂଶଗ୍ରହଣ କରିବେ ଓ ସେଠାରେ ଉପକୃତ ହେଲେ ସର୍ବ ଭାରତୀୟ ସ୍ତରରେ ଭାଗ ନେବାର ବ୍ୟବସ୍ତା ମଧ୍ୟ ଅଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମିଶ୍ର ଛାତ୍ରମାନଙ୍କୁ ନିଜର ସ୍ୱାସ୍ଥ୍ୟ କିପରି ଯତ୍ନ ନେବେ ସେ ପ୍ରତି ଆଲୋକପାତ କରିଥିଲେ, ହାତକୁ ପରିସ୍କାର କରି ଓ ସ୍ୱଚ୍ଛ ପାଣିରେ ଧୋଇ ଖାଇବାକୁ ପରାମର୍ଶ ଦେଇଥିଲେ | ଡାକ୍ତର ପାତ୍ର ଏଚ.ଆଇ.ଭି ଓ ଯକ୍ଷ୍ମା ର ଭୟାଭୟତା ସମ୍ପର୍କରେ ଛାତ୍ରମାନଙ୍କୁ ବୁଝାଇଥିଲେ ଓ ଏହାଠାରୁ କିପରି ଦୁରେଇ ରହିବେ ପରାମର୍ଶ ଦେଇଥିଲେ | ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ଦାଶ ଗଂଜାମ ଜିଲ୍ଲାରେ ଏଚ.ଆଇ.ଭି ସଂକ୍ରମଣ ବହୁ ମାତ୍ର ରେ କମିଛି ବୋଲି କହିବା ସହିତ ୨୦୩୦ ମସିହା ସୁଦ୍ଧା ନୂତନ ସଂକ୍ରମଣ ଶୂନ କରିବା ପାଇଁ ସମସ୍ତଙ୍କ ସହଯୋଗ ର ଆବଶ୍ୟକତା ରହିଛି ବୋଲି କହିଥିଲେ |

 *ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାରାଥନ* 
 *ମାଧ୍ୟମରେ ଏଡ଼ସ ସଚେତନତା* 

ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ ହେଲା – ଯୁବକ ମାନଙ୍କ ମଧ୍ୟରେ ଏଚ.ଆଇ.ଭି /ଏଡ଼ସ ସମ୍ୱନ୍ଧରେ ଧାରଣା ଦେବା, ନୂତନ ସଂକ୍ରମଣ କମାଇବା , ଏଚ.ଆଇ.ଭି ବ୍ୟକ୍ତିଙ୍କୁ ଘୃଣା ଓ ଭେଦଭାବ ଦୂର କରିବା, ଯୁବକମାନଙ୍କ ଦ୍ଵାରା ସମାଜରେ ସଚେତନତା ସୃଷ୍ଟି କରିବା, ଏଚ.ଆଇ.ଭି /ଏଡ଼ସ ଦେୟମୁକ୍ତ ନମ୍ବର ୧୦୯୭ ର ବ୍ୟାପକ ସଚେତନତା ସୃଷ୍ଟି କରିବା, ଏଚ.ଆଇ.ଭି ର ପରୀକ୍ଷା ବୃଦ୍ଧି କରିବା, ନିଶା ଠାରୁ ଯୁବକ ମାନେ ଦୁରେଇ ରହିବା ଇତ୍ୟାଦି | ଡାକ୍ତର ପଟନାୟକ ଉପସ୍ଥିତ ସମସ୍ତ ଛାତ୍ରମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ | ଯୁବକମାନେ ହେଉଛନ୍ତି ଦେଶ ଗଠନର ବିନ୍ଧାଣି ତେଣୁ ରୋଗଠାରୁ ଦୁରେଇ ରହିବା ସଂଗେ ସଂଗେ ଏହାର ବ୍ୟାପକ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ |
ମାରାଥନ ପ୍ରତିଯୋଗିତାରେ ପ୍ରଥମ ହେଲେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ର ସୁଶାନ୍ତ ସେଠି, ଦ୍ଵିତୀୟ ରେ ବିନାୟକ ଆଚାର୍ଯ୍ୟ କଲେଜ ର ଅନିଲ କୁମାର ସାହୁ ଏବଂ ତୃତୀୟ ରେ ଖଲ୍ଲିକୋଟ ଜୁନିଅର ମହାବିଦ୍ୟାଳୟର ଦୁର୍ଯ୍ୟଧନ ନାୟକ | ଏଚ.ଆଇ.ଭି ଓ ଯକ୍ଷ୍ମା ବିଭାଗର କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *