ବ୍ରହ୍ମପୁର ରେ ଶନିବାର ଠାରୁ 16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ।

Spread the love

ବ୍ରହ୍ମପୁର-(ପିବିନ୍ୟୁକ୍)-ଚଳିତ ମାସ 20 ତାରିଖ ଶନିବାର ଠାରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଓଡିଶା ନାଟକ ସମାରୋହ ସମିତି ତରଫରୁ ଛଅଦିନ ଧରି ବ୍ୟାପୀ 16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବା ନେଇ ଗୁରୁବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆୟୋଜକ ଓଡିଶା ନାଟକ ସମାରୋହ ସମିତି ସଭାପତି ଅନିଲ କୁମାର ପାତ୍ର ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୁଚନା ପ୍ରକାରେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ନୟାଗଡ଼ ସିରିଏସ ଜୋନ ତରଫରୁ ନାଟକ ବାଂଝ,ଦ୍ଵିତୀୟ ସନ୍ଧ୍ୟାରେ ଭୁବନେଶ୍ୱର ଡାଇନାମିକ ପ୍ଲାଟଫର୍ମ ତରଫରୁ ନାଟକ
ଶୁଣ ସୁଜନେ, ତୃତୀୟ ସନ୍ଧ୍ୟାରେ ସମ୍ବଲପୁର ସ୍ୱର ତରଫରୁ ନାଟକ ମହାଯାତ୍ରା,ଚତୁର୍ଥ ସନ୍ଧ୍ୟାରେ ଦେବଗଡ଼ ଜାଗରଣ ଆର୍ଟ ଇଣ୍ଟେରନେସନଲ ତରଫରୁ ନାଟକ ଲୁହରରଙ୍ଗ,ପଞ୍ଚମ ସନ୍ଧ୍ୟାରେଖୋର୍ଦ୍ଧା ଇନ୍ଦ୍ରଧନୁ ଥିଏଟର ତରଫରୁ ନାଟକ ମୁଁ ନିର୍ଭୟା କହୁଛି ଏବଂ ଶେଷ ସନ୍ଧ୍ୟାରେ ପୁରୀ ଶ୍ରୀକ୍ଷେତ୍ର ନାଟ୍ୟଶାଳା ତରଫରୁ ନାଟକ କାବ୍ୟ ପୁରୁଷ ମଂଚସ୍ଥ ହେବ । 20 ରୁ 25 ଜାନୁଆରୀ ଯାଏଁ ହେବାକୁ ଥିବା ଏହି ନାଟକ ମହୋତ୍ସବ ରେ ନାଟକ ସହିତ,ସାଧାରଣ ସଭା,ସମ୍ବର୍ଦ୍ଧନା,ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବୋଲି ମଧ୍ୟ ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି । ନାଟକ ମହୋତ୍ସବ ରେ ବହୁ ବିଶିଷ୍ଠ ବ୍ୟକ୍ତିତ୍ୱ ସହିତ ବହୁ ରାଜନେତା ମାନେ ଉପସ୍ଥିତ ରହିବେ । ପ୍ରତି ସନ୍ଧ୍ୟାରେ ନାଟକ ପରେ ନାଟକ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇ ସଠିକ ଉତ୍ତରଦାତା ଦର୍ଶକଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । 16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଅନୁଷ୍ଠାନର ସମ୍ପାଦକ ରାଜଗୋପାଳ ପାଢ଼ୀ ସ୍ୱାଗତ ଅଭିଭାଷଣ ସହ ନାଟକ ମହୋତ୍ସବ ନେଇ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ରାଜ କିଶୋର ପାଢ଼ୀ,ଭବାନୀ ଶଙ୍କର ମିଶ୍ର,ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼, ଉପସଭାପତି ଡ଼. ସନ୍ୟାସୀ ମହାରଣା,ସାଙ୍ଗଠନିକ ସମ୍ପାଦକ ଶଙ୍କର୍ଷଣ ସାବତ,କୋଷଧକ୍ଷ ବିନାୟକ ହୋତା,ସହ-ସମ୍ପାଦିକା ଆରତୀ ପାତ୍ର,ସାମ୍ବାଦିକ ସୁଦୀପ ସାହୁ,ସରୋଜ ପଣ୍ଡା ପ୍ରମୂଖ ମଂଚାସୀନ ଥିଲେ । ଏହି ଅବସରରେ ରାମଚନ୍ଦ୍ର ସାସମଲ,କୃଷ୍ଣଚନ୍ଦ୍ର ପଣ୍ଡା,ଟି. ଆପରାଓ,ସୁନୀଲ ସ୍ୱାଇଁ ,ଗୋପାଳକୃଷ୍ଣ ପାଣିଗ୍ରାହୀ,ପଦ୍ମିନୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆୟୋଜକ ଅନୁଷ୍ଠାନର ଉପସଭାପତି କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *