ମହାନଗର ମହୋତ୍ସବର ଚତୁର୍ଥ ରଜନୀ,କଳା ଓ ସଂସ୍କୃତିର ଉନ୍ନତି କରେ ମହାନଗର ମହୋତ୍ସବ

Spread the love

ବ୍ରହ୍ମପୁର – (ପିବୀନ୍ୟୁଜ୍)(୨୬/୦୨/୨୦୨୪) କଳା, ସାହିତ୍ୟ ସଂସ୍କୃତି ଓ ପରମ୍ପରା ରେ ଗଞ୍ଜାମ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ। ଏଠିକାର କଳା ଓ କଳାକାର କେବଳ ରାଜ୍ୟ କାହିଁକି ବରଂ ସାରା ଦେଶ ଓ ବିଦେଶରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି।ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ଏହି ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ବ୍ରହ୍ମପୁରର ସୁନାମଧନ୍ୟ ଡାକ୍ତର ସୁନୀଲ କୋଟା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା , ଦୈନିକ ଧରିତ୍ରୀ ବ୍ରହ୍ମପୁର ମୁଖ୍ୟ ମଳୟ ସାହୁ, କ୍ରେଡେୟାର ସମ୍ପାଦକ ପ୍ରସନ୍ନ ସାହୁ, ୟୁଟିଭି ନିର୍ଦ୍ଦେଶକ ନାଗେଶ୍ୱର ପୃଷ୍ଟି,ବିଜେପି ନେତା ପ୍ରଭାତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହ ଆଞ୍ଚଳିକ ଲୋକ କଳାକୁ ମହାନଗର ମହୋତ୍ସବ ସର୍ବଦା ତାର ମଞ୍ଚ ରେ ସ୍ଥାନ ଦେଇ ଆସିଥିବା ମତ ରଖିଥିଲେ। ଏଥିସହ ସ୍ଥାନୀୟ କଳା କୁ ଉଜ୍ଜୀବିତ ରଖିବା ସହ କଳାକାରଙ୍କୁ କଳା ପ୍ରଦର୍ଶନ ପାଇଁ ଏଭଳି ମହୋତ୍ସବ ର ଆବଶ୍ୟକତା ଥିବା ମତ ରଖିଥିଲେ। ଏହି ଅବସରରେ ମହାନଗର ମହୋତ୍ସବ ର ସଭାପତି ନାରାୟଣ ମହାଙ୍କୁଡଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟରେ ମହୋତ୍ସବ କମିଟିର ଆବାହକ ଇ. ଉମା ଚରଣ ପାଣିଗ୍ରାହୀ , ସମ୍ପାଦକ ଗୋପାଳ ପଟ୍ଟନାୟକ,ଉପ ସଭାପତି ମିହିର ରଞ୍ଜନ ତ୍ରିପାଠୀ, ଅନୀଲ କୁମାର ପାତ୍ର ଉପସ୍ଥିତ ଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବର ଚତୁର୍ଥ ସଂନ୍ଦ୍ୟାର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଗୁଡ଼ିଆପଲ୍ଲୀର ଜଗନ୍ନାଥ ନାଟ୍ୟକଳା ସଂସଦର କଳାକାରଙ୍କ ଦ୍ଵାରା ଭାରତ ଲୀଳା ପରିବେଷଣ କରାଯାଇଥିଲା।ସେହିପରି ମହୋତ୍ସବ ର ଚତୁର୍ଥ ରଜନୀରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ମଞ୍ଚରେ ରାଜ୍ୟର ଅଗ୍ରଣୀ ଦୈନିକ ଓଡିଆ ଖବର କାଗଜ ‘ସକାଳ’ ପକ୍ଷରୁ ଶ୍ରେଷ୍ଠ ପ୍ରତିଭା ସମ୍ମାନ ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାମହାରି ନଗର ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଦାଣ୍ଡିଆ ନାଚ ଟିମ୍ କୁ ସମ୍ମାନିତ କରାଯାଇଥିଲା। ସେହିପରି କାର୍ଯ୍ୟକ୍ରମ ର ପ୍ରତ୍ୟକ ଅପରାହ୍ନ ରେ ଆୟୋଜିତ କବିତା ଆସରରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ କବି ପ୍ରମୁଖ ଉପସ୍ଥିତ ରହି ନିଜର କବିତା ର ଶୀର୍ଷକ ଗାନ କରିଥିଲେ। ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଓ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *