ଜିଲ୍ଲା ଖବର ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ସମ୍ମାନୀତ ।
ବ୍ରହ୍ମପୁର (ପିବୀ ନିଉଜ୍)ଆସ୍କା ସ୍ଥିତ ମା ଖମ୍ବେଶ୍ୱରୀ ମନ୍ଦିର ପରିସରରେ ଜିଲ୍ଲା ଖବର ଡିଜିଟାଲ ମିଡିଆ ହାଉସ ପକ୍ଷରୁ ଆୟୋଜିତ ଅଷ୍ଟମ ସ୍ବନକ୍ଷତ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ରେ ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ସମ୍ମାନୀତ ହୋଇଛନ୍ତି । ଜଷ୍ଟିସ୍ କର୍ଣର୍ ଚାରିଟେବଲ ଟ୍ରଷ୍ଟ ପ୍ରଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଆଞ୍ଚଳିକ ସ୍ତରରେ ଶିକ୍ଷା, ଲୋକକଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ସାମ୍ବାଦିକତା ଓ ସମାଜସେବାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶହେରୁ ଅଧିକ ପ୍ରତିଭାବାନ ବିଦ୍ୟାର୍ଥୀ ଓ ବ୍ୟକ୍ତି ବିଶେଷଙ୍କୁ ଶ୍ରେଷ୍ଠ ପ୍ରେରଣା ଓ ଶ୍ରେଷ୍ଠ ପ୍ରତିଭା ସମ୍ମାନରେ ଏଠାରେ ସମ୍ମାନିତ କରାଯାଇଥିଲ । ଜିଲ୍ଲା ଖବରର ଅଷ୍ଟମ ସ୍ୱନକ୍ଷତ୍ର ଦିବସ ଅବସରରେ ବାର୍ଷିକ ବିତର୍କ – ‘ଡିଜିଟାଲ ଜମାନାରେ ଆଞ୍ଚଳିକ ଗଣମାଧ୍ୟମର ଭୂମିକା ଓ ଗୁରୁତ୍ୱ’ ଆଲୋଚନା ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ. ବନ୍ଦିତା ପଣ୍ଡା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥୀ ଭାବେ ଅର୍ଗସ ଟିଭିର ସିନିୟର ପ୍ରଡ୍ୟୁସର ତଥା ଆଙ୍କର ନୀଳିମା ପ୍ରିୟଦର୍ଶନୀ ସାମିଲ , ସମ୍ମାନିତ ଅତିଥୀ ଭାବରେ ଈଟିଭି ଭାରତର ଗଞ୍ଜାମ ଜିଲ୍ଲା ମୁଖ୍ୟ ସମୀର ଆଚାର୍ଯ୍ୟ, ଓଟିଭିର ବରିଷ୍ଠ ସାମ୍ବାଦିକ ତଥା ଆଙ୍କର ପ୍ରସନଜିତ ରୟ,ବରିଷ୍ଠ ସାମ୍ବାଦିକ ଅନୀଲ ପାଣିଗ୍ରାହୀ ଓ ସେବା ଅନୁଷ୍ଠାନର ସମ୍ପାଦିକା ଅଳକା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ ସୁଦୀପ ଅନୁରୂପେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିବାବେଳେ ସେ ଏକ ଭଜନ ଗାନ କରିଥିଲେ, ଆଜିର ଯୁଗରେ ଡିଜିଟାଲ ମିଡିଆ ର ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି କହିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଲାଗି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ । ସୂଚନା ଯୋଗ୍ୟ ସାମ୍ୱାଦିକ ସାହୁ ଙ୍କୁ ଏଠାରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆଉ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏହା ପୂର୍ବରୁ ସାମ୍ୱାଦିକ ସାହୁ ଙ୍କୁ ତାଙ୍କ ଦୀର୍ଘ ୨୫ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ସାମ୍ବାଦିକତା ସହ ସମାଜସେବୀ, ଅଭିନେତା, ସଂଯୋଜକ ,ଗାୟକ ,ଓକିଲ ଆଉ ଲେଖକ ଭାବେ ବହୁ ସମ୍ମାନ ଭାରତ ର ବହୁ ରାଜ୍ୟ ରୁ ପ୍ରଦାନ କରାଯାଇଛି । ହାଇଦରାବାଦ,ନୂଆଦିଲ୍ଲୀ, ମଧ୍ଯ ପ୍ରଦେଶ, କଲିକତା, ଭୁବନେଶ୍ୱର,ପୁରୀ, ଭଞ୍ଜନଗର, ଦାରୀଙ୍ଗି ବାଡି, କଟକ , ଛତ୍ରପୁର, ଆସ୍କା ସମେତ ବ୍ରହ୍ମପୁର ଆଉ ଗଞ୍ଜାମ ଜିଲ୍ଲା ର ବହୁ ଅନୁଷ୍ଠାନ ତରଫରୁ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ସମ୍ମାନ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବି ନିଜର ସମାଜସେବା ଜାରି ରଖିବା ସହ ଲୋକଙ୍କ ସମସ୍ୟା ର ସମାଧାନ ନେଇ ନିଜର ସଂଗ୍ରାମ ଜାରୀ ରଖିବେ ବୋଲି ସେ କହିବା ସହ ଗଞ୍ଜାମ ଜିଲ୍ଳାର କଳା ଓ କଳାକାର ଙ୍କ ବିକାଶ ଲାଗି ଏମିତି କର୍ତ୍ତବ୍ୟ ବଜାୟ ରଖିବେ ବୋଲି କହିଛନ୍ତି ।
