ବ୍ରହ୍ମପୁର କଳାକାର ଏକତା ମଂଚ ତରଫରୁ ଶୋଭାଯାତ୍ରା ।

Spread the love

ବ୍ରହ୍ମପୁର-(ପିବୀନ୍ୟୂଜ୍)–ବ୍ରହ୍ମପୁର କଳାକାର ଏକତା ମଂଚ ତରଫରୁ ବ୍ରହ୍ମପୁର ଉତ୍କଳ ଆଶ୍ରମ ପରିସରରେ ବିଶ୍ୱ ନାଟ୍ୟ ଦିବସ ଅବସରରେ କଳାକାର ମାନଙ୍କ ଦ୍ବାରା ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଆହ୍ୱାନ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରୁଣା ବସ ଷ୍ଟାଣ୍ଡ ଠାରୁ ଏହି ଶୋଭାଯାତ୍ରା ବାହାରିଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର କଳାକାର ଏକତା ମଂଚ ସହ ସାମିଲ ବିଭିନ୍ନ ନାଟ୍ୟ ଅନୁଷ୍ଠାନର କଳାକାରଙ୍କ ସହିତ ଅନ୍ୟ ନାଟ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ସାମିଲ ହୋଇ ଥିଲେ । ନାଟ୍ୟକାର ଡା.ତିରୁପତି ସାହୁ ନଡ଼ିଆ ଭାଙ୍ଗି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ସମସ୍ତ କଳାକାର ଶୋଭାଯାତ୍ରା ରେ ନାଚଗୀତ କରି ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ରମେଶ ମହାରଣା,ସତ୍ୟ ମହାରଣା, ଅନିଲ ପାତ୍ର, ନାରାୟଣ ମହାଙ୍କୁଡ଼, ରାଜଗୋପାଳ ପାଢ଼ୀ, ଡ଼. ମିହୀର ତ୍ରିପାଠୀ,ଏନ. ରାମବାବୁ,ଲିଙ୍ଗରାଜ ନାହାକ,ରବୀନ୍ଦ୍ର ନାୟକ, କିରଣବାଳା ମିଶ୍ର,ଶୁଭସ୍ମିତା ପାଣିଗ୍ରାହୀ,ଉଷାରଣୀ ମହାପାତ୍ର,ଜୟନ୍ତୀ ମିଶ୍ର,ସୁବାସ ମହାରଣା, କୈଳାସ ପାଣିଗ୍ରାହୀ ଇଂ.ମନୋଜ ଦଣ୍ଡପାଟ,ସୁବୋଧ ପଟ୍ଟନାୟକ, କେ.କୃଷ୍ଣମୂର୍ତ୍ତି,,ସୁନିଲ ସ୍ୱାଇଁ,ସୋମନାଥ ବେହେରା,ସିଏଚ. ଦେବଦାସ,ନବୀନ ହୋତା,ସରୋଜ ପଣ୍ଡା,ନଳିନୀ ଗୌଡ଼, ଦାସ,ଜାଦୁଗର କୁମାର,ବି.ଚନ୍ଦ୍ରଶେଖର,ଆରତୀ ପାତ୍ର, ସସ୍ମିତା ରାଣୀ ରାଉତ, ସୁଦିପ କୁମାର୍ ସାହୁ ପ୍ରମୁଖଙ୍କ ସହ ଅନେକ କଳାକାର ଉପସ୍ଥିତ ଥିଲେ । କଳାକାର ଶୋଭାଯାତ୍ରା ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡରୁ ବାହାରି ଖଲ୍ଲିକୋଟ କଲେଜ,ସୁବାରାଓ ଛକ ଦେଇ ଉତ୍କଳ ଆଶ୍ରମ ନିକଟରେ ପହଞ୍ଚିଥିଲା । କଳାକାର ମାନେ ପରଷ୍ପରକୁ ବିଶ୍ୱ ନାଟ୍ୟ ଦିବସ ଅଭିନନ୍ଦନ ଜଣେଇଥିଲେ ।

Leave a Reply

Your email address will not be published. Required fields are marked *