ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିନେଟ ହଲ ରେ “ଡ୍ରଗ୍ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ଆନ୍ତର୍ଜାତୀୟ ଦିବସ” ପାଳନ
ବ୍ରହ୍ମପୁର (ପିବିନ୍ୟୁଜ୍)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଜି ୨୬ ଜୁନ୍ ୨୦୧୪ ଦିନ ସିନେଟ ହଲରେ ଅପରାହ୍ନ ୩ ଟା ସମୟରେ “ଡ୍ରଗ୍ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ଆନ୍ତର୍ଜାତୀୟ ଦିବସ” ପାଳନ କରିଛି। ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସ୍ନାତ୍ତକୋତ୍ତର ପରିଷଦ ଓ ଜାତୀୟ ସେବା ଯୋଜନା ଶାଖା ର ମିଳିତ ସହଯୋଗରେ ଆୟୋଜନା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଗବେଷଣା ଛାତ୍ର ଛାତ୍ରୀ ଏବଂ ସ୍ନାତ୍ତକୋତ୍ତର ଛାତ୍ର ଛାତ୍ରୀ ଅନେକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ସ୍ନାତ୍ତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଓ ବିଶ୍ୱବିଦ୍ୟାଳୟର କୁଳ ସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଅତିଥି ରୂପେ ଯୋଗଦାନ କରିଥିଲେ |ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଶଙ୍କର୍ଷଣ ମଲ୍ଲିକ ସଂଯୋଜନା କରିଥିଲା ବେଳେ ଜାତୀୟ ସେବା ଯୋଜନା ଅଧିକାରୀଣୀ
ଡଃ ଇତିଶ୍ରୀ ଗୀତା କୁମାରୀ ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ କରାଇଥିଲେ ଓ ଜାତୀୟ ସେବା ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ ସଂଗଠିତ କରିବାରେ ଜାତୀୟ ସେବା ଯୋଜନା ସଂଯୋଜକ ଡଃ ଜୟନ୍ତ କୁମାର ପଣ୍ଡା ମଧ୍ୟ ସହଯୋଗ କରିଥିଲେ ।


